ମୁହଁରୁ ଦାଗ ଛଡ଼ାଇବାକୁ ଏହି ସବୁ ଜିନିଷ ଅବ୍ୟର୍ଥ ଔଷଧ ଭାବେ ଭଳି କାମ କରେ

Advertisment
ମୁହଁରୁ ଦାଗ ଛଡ଼ାଇବାକୁ ଏହି ସବୁ ଜିନିଷ ଅବ୍ୟର୍ଥ ଔଷଧ ଭାବେ ଭଳି କାମ କରେ

ବେଳେ ବେଳେ ଶରୀରରେ ଥିବା ଛୋଟିଆ ଦାଗଟିଏ ବି ପୂରା ସୌନ୍ଦର୍ଯ୍ୟକୁ ନଷ୍ଟ କରିଦେଇଥାଏ। ଆପଣ ଯେତେ ବି ସଜେଇ ହୁଅନ୍ତୁ ପଛେ ସେହି ଛୋଟିଆ ଦାଗଟି ଯେପରି ପୂରା ମୁଖ ମଣ୍ଡଳକୁ ଫିକା କରିଦିଏ। କେବଳ ମୁଖ ମଣ୍ଡଳ କାହିଁକି ହାତ, ଗୋଡ଼, ବେକ ଆଦି ବିଭିନ୍ନ ସ୍ଥାନରେ ଥିବା ଦାଗ ଆମ ଚିନ୍ତାର କାରଣ ପାଲଟିଯାଏ। ମାତ୍ର ଦୁନିଆରେ ଏପରି କୌଣସି ସମସ୍ୟା ନାହିଁ ଯାହାର ସମାଧାନ ନାହିଁ। ଘରୋଇ ଉପାୟରେ ବି ଆପଣ ଆପଣଙ୍କ ଶରୀରରେ ଥିବା କଳା କିମ୍ବା ଧଳା ଦାଗକୁ ଛଡ଼ାଇ ପାରିବେ।

publive-image Femina.in

-ପଇଡ଼ ପାଣି ସବୁ ପ୍ରକାର ଦାଗ ଛଡ଼ାଇ ପାରେ। ତାହା କଳା ହେଉ କିମ୍ବା ଧଳା ଦାଗ ହେଉ। କଟା ଘା, ପୋଡ଼ା ଚିହ୍ନ ଏବଂ ବ୍ରଣ ଦାଗ ଆଦି ଛଡ଼ାଇବା ପାଇଁ ଆପଣ ପଇଡ଼ ପାଣି ବ୍ୟବହାର କରିପାରନ୍ତିି।

-ଦାଗ ଛଡ଼ାଇବା ପାଇଁ ଘିକୁଆଁରି ମଧ୍ୟ ଖୁବ୍‌ ଉପକାରୀ। ଅବଶ୍ୟ ଏହା ଟିକେ ଅଠାଳିଆ ହୋଇଥିବାରୁ ଅନେକ ଲୋକେ ଶରୀରରେ ଘିକୁଆଁରି ଲଗାଇବାକୁ ପସନ୍ଦ କରିନଥାନ୍ତି। ମାତ୍ର ମନେ ରଖନ୍ତୁ ଘିକୁଆଁରି ଲଗାଇବା ଦ୍ୱାରା ଶହେ ପ୍ରତିଶତ ଦାଗ କମିଥାଏ।

publive-image
NDTV Food

-ମହୁ ଗୋଲାପ ଜଳ କେବେ ଲଗାଇଛନ୍ତି? ଏହା କେବଳ ଦାଗ ଲିଭାଇବା ପାଇଁ ନୁହେଁ ବରଂ ତୋଫାପଣ ପାଇଁ ବି ଜରୁରୀ। ଏକ ଛୋଟ ପାତ୍ରରେ ସାମାନ୍ୟ ମହୁ ନିଅନ୍ତୁ। ସେଥିରେ ସାମାନ୍ୟ ଗୋଲାପ ଜଳ ମିଶାଇ ଦାଗ ଥିବା ସ୍ଥାନ କିମ୍ବା ନିଜ ମୁହଁରେ ଲଗାନ୍ତୁ।

-ହଳଦୀ, ଚନ୍ଦନ ବିଷୟରେ ସମସ୍ତେ ଜାଣନ୍ତି। ମାତ୍ର ମନେ ରଖନ୍ତୁ ଅଧିକାଂଶ ଦଳଦୀ ଗୁଣ୍ଡକୁ ବ୍ୟବହାର କରିଥାନ୍ତି। ତାହା ଫଳପ୍ରଦ ନୁହେଁ। ଖଣ୍ଡ ହଳଦୀ ଦାଗ ଲିଭେଇବା ପାଇଁ ଅତ୍ୟନ୍ତ ଭଲ। ହଳଦୀ ଖଣ୍ଡକୁ ଘୋରି କରି ସେଥିରେ ଚନ୍ଦନ ମିଶାଇ ଲେପ ଦିଅନ୍ତୁୁ।

-ବେସନ ମଧ୍ୟ ଦାଗ ଛଡ଼ାଇବା ପାଇଁ ଅତ୍ୟନ୍ତ ଭଲ। ଏଥିରେ ଆଉ କିଛି ମିଶ୍ରଣ କରିବା ଆବଶ୍ୟକ ନାହିଁ। ସିଧା ସଳଖ ବେସନରେ ପାଣି ମିଶାଇ ଲେପ ଦିଅନ୍ତୁ। ପ୍ରଭାବ ଆପଣ ନିଜେ ହିଁ ଜାଣିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe