ପାଟନା: ସିୱାନରେ ସିଏମ୍ ନୀତୀଶ କୁମାରଙ୍କ ନିର୍ବାଚନୀ ରାଲିରେ କିଛି ଲୋକ ହଙ୍ଗାମା ସୃଷ୍ଟି କରିଥିଲେ। ଏହି ଲୋକମାନେ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ ଏବଂ ସିଏମ ନୀତୀଶ କୁମାରଙ୍କ ସମ୍ମୁଖରେ ପ୍ରଦର୍ଶନ କରିଥିଲେ। ସେମେନେ କହିଥିଲେ ୨୦୦୫ରେ ନିର୍ବାଚନ ରାଲିରେ ସିଏମ ନୀତୀଶ କୁମାର ପ୍ରତିଶ୍ରୁତି ଦେଇଥିଲେ ଯେ ବିଦ୍ୟାଳୟର ଅବସ୍ଥା ନ ସୁଧାରିବା ପର୍ଯ୍ୟନ୍ତ ସେ ଭୋଟ୍ ମାଗିବାକୁ ଆସିବେ ନାହିଁ।
ଏତେ ବର୍ଷ ପରେ ମଧ୍ୟ ବିଦ୍ୟାଳୟଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଖରାପ। ପିଇବା ପାଇଁ ବିଶୁଦ୍ଧ ଜଳ ନାହିଁ ଏବଂ ଶୌଚାଳୟ ମଧ୍ୟ ନାହିଁ । ପ୍ରଶାସନ ଏବଂ ଜନ ପ୍ରତିନିଧୀଙ୍କ ନିକଟରେ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି।
ଲୋକେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ବୃଦ୍ଧି ପାଉଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ପୁଲିସ୍ ଏହି ଲୋକଙ୍କୁ ଘଉଡାଇ ଦେଇଥିଲା। ଏହା ପରେ ଜନସାଧାରଣଙ୍କ ଧ୍ୟାନ ଏହି ଯୁବକମାନଙ୍କ ଆଡକୁ ଯାଇଥିଲା । ସଭାକୁ ମୁଖ୍ୟମନ୍ତ୍ରୀ ଯିବା ମାତ୍ରେ ପୂର୍ବତନ ଜେଡିୟୁ ଜିଲ୍ଲା ସଭାପତି ଇନ୍ଦରଦେବ ସିଂ ପଟେଲ ମଞ୍ଚକୁ ଆସିଥିଲେ। ସେ ମଞ୍ଚରୁ କହିଥିଲେ ଏହା ବିରୋଧୀଙ୍କ ଷଡଯନ୍ତ୍ର।
ବିରୋଧୀ ଶିବିର କିଛି ଯୁବକଙ୍କୁ ବିରୋଧର ଆୟୋଜନ କରିବାକୁ ପଠାଇଛି। ସେମାନେ କହୁଥିବା ବିଦ୍ୟାଳୟର କୋଠା ନିର୍ମାଣ କରାଯାଇଛି। ଏବଂ ପରବର୍ତ୍ତୀ କାର୍ଯ୍ୟ ଜାରି ରହିଛି। ବିରୋଧୀଙ୍କ ଏହା ଏକ ଷଡଯନ୍ତ୍ର। ଜନସାଧାରଣ ସବୁକିଛି ଜାଣନ୍ତି।
ସିଏମ ନୀତୀଶ କୁମାର ସିୱାନ ଲୋକସଭା ନିର୍ବାଚନମଣ୍ଡଳୀରୁ ଜେଡିୟୁ ପ୍ରାର୍ଥୀ ବିଜୟଲକ୍ଷ୍ମୀ କୁଶବାହାଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରିବାକୁ ଆସିଥିଲେ।
Follow Us