ମନୀଷ ସିସୋଦିଆଙ୍କ ଦାବି; ଚଢ଼ଉ ସହ ବ୍ୟାଙ୍କ୍‌ ଲକର୍‌ ଯାଞ୍ଚ କରିବା ପରେ ବି ସିବିଆଇକୁ କିଛି ମିଳିନାହିଁ

Advertisment
ମନୀଷ ସିସୋଦିଆଙ୍କ ଦାବି; ଚଢ଼ଉ ସହ ବ୍ୟାଙ୍କ୍‌ ଲକର୍‌ ଯାଞ୍ଚ କରିବା ପରେ ବି ସିବିଆଇକୁ କିଛି ମିଳିନାହିଁ

ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ଘେରି ରହିଥିବା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଙ୍ଗଳବାର ଏକ ବଡ଼ ଦାବି କରିଛନ୍ତି। ସିବିଆଇ ତାଙ୍କ ଘର ସହ ତାଙ୍କ ବ୍ୟାଙ୍କ୍‌ ଲକର୍‌ ଯାଞ୍ଚ କରିଥିବା ବେଳେ ସିବିଆଇକୁ କିଛି ମିଳିନଥିବା କହିଛନ୍ତି ସିସୋଦିଆ। ଏହା ସହ ତାଙ୍କୁ ଏବଂ ତାଙ୍କ ପରିବାରକୁ କ୍ଲିନ ଚିଟ୍ ମିଳିଥିବା ଦାବି କରିଛନ୍ତି।

ଆଜି ମନୀଷ ସିସୋଦିଆଙ୍କ ଉପସ୍ଥିତିରେ ‘ସିବିଆଇ’ ଗାଜିଆବାଦ ବ୍ୟାଙ୍କ୍‌ରେ ଥିବା ତାଙ୍କ ଲକର୍‌ଗୁଡ଼ିକୁ ଯାଞ୍ଚ କରିଥିଲା। ‘ସିବିଆଇ’ ତଦନ୍ତ ନିମନ୍ତେ ଆଜି ମନୀଷ ସିସୋଦିଆ ସସ୍ତ୍ରୀକ ଗାଜିଆବାଦ ସେକ୍ଟର୍‌-୪ ଅଞ୍ଚଳର ବସୁନ୍ଧରାସ୍ଥିତ ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ୍‌ ଶାଖାରେ ହାଜର ହୋଇଥିଲେ। ପରେ ପରେ ‘ସିବିଆଇ’ର ୫ଜଣିଆ ଟିମ୍‌ ମଧ୍ୟ ସେଠାରେ ହାଜର ହୋଇ ବ୍ୟାଙ୍କ୍‌ରେ ଥିବା ଲକର୍‌ ଖୋଲି ଖାନତଲାସ ଚଳାଇଥିଲେ। ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା ଦୁର୍ନୀତିକୁ ଅଧାର କରି ‘ସିବିଆଇ’ ତଦନ୍ତ ଆରମ୍ଭ କରିଥିଲା।

ହେଲେ ଯାଞ୍ଚ ପରେ ସିବିଆଇକୁ କିଛି ମିଳିନଥିବା କହି ସିସୋଦିଆ କହିଛନ୍ତି, ସତ୍ୟର ଜୟ ହେବ। ମୁଁ କୌଣସି ଅପରାଧ କରିନାହିଁ କି ଦୁର୍ନୀତି କରିନାହିଁ। ସିବିଆଇ’ ଚଢ଼ାଇ ବେଳେ ମୋ ଘରୁ କିଛି ନ ମିଳିବା ପରି ଆଜି ମୋ ବ୍ୟାଙ୍କ୍‌ ଲକର୍‌ରୁ ମଧ୍ୟ କିଛି ମିଳିଲା ନାହିଁ। କ୍ଲିନ୍‌ ଚିଟ୍‌ ପାଇଥିବାରୁ ମୁଁ ଆନନ୍ଦିତ। ‘ସିବିଆଇ’ ଅଫିସର୍‌ମାନେ ଆମ ସହିତ ଭଲ ବ୍ୟବହାର କଲେ; ଆମେ ବି ତଦନ୍ତରେ ସହଯୋଗ କଲୁ। ସତ୍ୟର ବିଜୟ ହେଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe