ଇନଷ୍ଟାରେ କୋହଲିଙ୍କ କମାଲ: ପ୍ରଥମ କ୍ରିକେଟର ଭାବେ ୧୦୦ ମିଲିୟନ୍ ଫଲୋୱର୍ସ କ୍ଲବରେ ସାମିଲ ହେଲେ ବିରାଟ

Advertisment
ଇନଷ୍ଟାରେ କୋହଲିଙ୍କ କମାଲ: ପ୍ରଥମ କ୍ରିକେଟର ଭାବେ ୧୦୦ ମିଲିୟନ୍ ଫଲୋୱର୍ସ କ୍ଲବରେ ସାମିଲ ହେଲେ ବିରାଟ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି। ଏବେ ସେ ସମସ୍ତଙ୍କୁ ପଛରେ ପକାଇ ଇନଷ୍ଟାଗ୍ରାମରେ ୧୦୦ମିଲିୟନ୍ ଫଲୋୱର୍ସ ଥିବା ପ୍ରଥମ କ୍ରିକେଟର ପାଲଟିଛନ୍ତି। କୋହଲି ଫୁଟବଲ୍ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ, ନେମାର, ଆର୍ଜେଣ୍ଟିନା ଫରୱାର୍ଡ ଲିଓନେଲ ମେସି, ହଲିଉଡ ଅଭିନେତା ତଥା ପୂର୍ବତନ ପ୍ରୋ-ରେସଲର ଡୱେନ ଜନସନ, ଆମେରିକୀୟ କଣ୍ଠଶିଳ୍ପୀ-ଗୀତିକାର ବେୟୋନ୍ସ ଏବଂ ଆରିନା ଗ୍ରାଣ୍ଡଙ୍କ ଭଳି ନିଜକୁ ୧୦୦ମିଲିୟନ କ୍ଲବରେ ସାମିଲ କରିଛନ୍ତି। ୧୦୦ମିଲିୟନ ଫଲୋୱର୍ସ ସହ ଇନଷ୍ଟାଗ୍ରାମରେ କୋହଲି ଚତୁର୍ଥ ସର୍ବାଧିକ ଅନୁଗାମୀ ଥିବା କ୍ରୀଡ଼ାବିତ୍ ପାଲଟିଛନ୍ତି।

୨୬୫ନିୟୁତ ଫଲୋୱର୍ସଙ୍କ ସହ ରୋନାଲ୍ଡୋ ଶୀର୍ଷରେ ଥିବାବେଳେ ବାର୍ସିଲୋନା ଅଧିନାୟକ ମେସି ଏବଂ ବ୍ରାଜିଲର ନେମାର ଯଥାକ୍ରମେ ୧୮୬ ନିୟୁତ, ୧୪୭ନିୟୁତ ଫଲୋୱର୍ସଙ୍କ ସହ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି।

ଇନଷ୍ଟାଗ୍ରାମ ବ୍ୟତୀତ କୋହଲିଙ୍କର ଟ୍ୱିଟର ଏବଂ ଫେସବୁକ୍ ପରି ଅନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଅଧିକ ପ୍ରଶଂସକ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା, ଟ୍ୱିଟରରେ ତାଙ୍କର ୪୦.୮ ନିୟୁତ ଫଲୋୱର୍ସ ଥିବାବେଳେ ଫେସବୁକରେ ୩୬ ନିୟୁତରୁ ଅଧିକ ଲାଇକ୍ସ ରହିଛି। ଭାରତୀୟ କ୍ରିକେଟ୍ ଅଧିନାୟକ ଏହି ନୂତନ ମାଇଲଖୁଣ୍ଟକୁ ଛୁଇଁଥିବା ବେଳେ ଆଇସିସି କୋହଲିଙ୍କୁ ଏକ ସ୍ୱତନ୍ତ୍ର ପୋଷ୍ଟ ସହିତ ଅଭିନନ୍ଦନ ଜଣାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe