ଟ୍ରେନ ହର୍ଣ୍ଣ ଶୁଣି ବଡ଼ ବଡ଼ ଦୁର୍ଘଟଣାକୁ ଅଟକାଇଥାନ୍ତି ଟ୍ରେନ ଗାର୍ଡ, ହର୍ଣ୍ଣ ଜରିଆରେ ସମସ୍ୟା ଜଣାନ୍ତି ଲୋକୋ ପାଇଲଟ

ଟ୍ରେନ ହର୍ଣ୍ଣ ଶୁଣି ବଡ଼ ବଡ଼ ଦୁର୍ଘଟଣାକୁ ଅଟକାଇଥାନ୍ତି ଟ୍ରେନ ଗାର୍ଡ, ହର୍ଣ୍ଣ ଜରିଆରେ ସମସ୍ୟା ଜଣାନ୍ତି ଲୋକୋ ପାଇଲଟ

ନୂଆଦିଲ୍ଲୀ: ଟ୍ରେନରେ ଆପଣ ନିଶ୍ଚେ ଯାତ୍ରା କରିଥିବେ । ଆଉ ଯଦି ନ ବି କରିଥିବେ ତେବେ ଟ୍ରେନର ହର୍ଣ୍ଣ ନିଶ୍ଚେ ଶୁଣିଥିବେ । ଅଲଗା ଅଲଗା ଷ୍ଟେସନରେ ଟ୍ରେନ ବିଭିନ୍ନ ପ୍ରକାରର ହର୍ଣ୍ଣ ବଜାଇଥାଏ । ଆଉ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ହର୍ଣ୍ଣ ପଛରେ ଅନେକ କାରଣ ରହିଛି । ଟ୍ରେନ ହର୍ନରେ ବିଭିନ୍ନ କୋଡ ରହିଥାଏ । ଏହି କୋଡ ମାଧ୍ୟମରେ ହିଁ ଲୋକୋ ପାଇଲଟ ନିଜ ବାର୍ତ୍ତା ଦେଇଥାନ୍ତି।

ଟ୍ରେନ ଯେତେବେଳେ ହର୍ଣ୍ଣ ବଜାଏ ଆମେ ସତର୍କ ହୋଇ ଯାଉ ଯେ ଟ୍ରେନ ଆସୁଛି । ହେଲେ ଏହାଠାରୁ ବି ଅଧିକ ସତର୍କ ରୁହନ୍ତି ଟ୍ରେନ ଗାର୍ଡମାନେ । ସେମାନେ, ଟ୍ରେନର ହର୍ଣ୍ଣ ଶୁଣି ଏହାର ଅର୍ଥକୁ ବୁଝିଥାନ୍ତି । ଆଉ ସେହି ହର୍ଣ୍ଣର ସିଗନାଲ ହିସାବରେ କାମ ମଧ୍ୟ କରିଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଟ୍ରେନ ହର୍ଣ୍ଣ କୋଡର ଅର୍ଥ କ'ଣ ।

-ଯଦି ଲୋକୋ ପାଇଲଟ ଗୋଟିଏ ଛୋଟ ହର୍ଣ୍ଣ ମାରିଥାନ୍ତି, ତେବେ ଏହାର ଅର୍ଥ ଟ୍ରେନକୁ ଦ୍ୱିତୀୟ ଇଞ୍ଜିନର ଆବଶ୍ୟକତା ନାହିଁ ।

-ଲୋକୋ ପାଇଲଟ ଯଦି ଗୋଟିଏ ଛୋଟ ଓ ଲମ୍ବା ହର୍ଣ୍ଣ ବଜାନ୍ତି ତେବେ ଏହାର ମାନେ ତାଙ୍କୁ ଟ୍ରେନ ପଛରେ ଲାଗିଥିବା ଇଞ୍ଜିନର ଆବଶ୍ୟକତା ରହିଛି ।

-ଯଦି ଟ୍ରେନ ଛିଡା ହୋଇଛି ଆଉ ଲୋକୋ ପାଇଲଟ ୨ଟି ଛୋଟ ହର୍ଣ୍ଣ ମାରୁଛନ୍ତି ତେବେ ଏହାର ଅର୍ଥ ସେ ଗାର୍ଡଙ୍କଠାରୁ ଟ୍ରେନ ଖୋଲିବାର ସହାୟତା ମାଗୁଛନ୍ତି ।

-ଲୋକୋ ପାଇଲଟ ଯଦି ୩ଟି ଛୋଟ ହର୍ଣ୍ଣ ମାରନ୍ତି ତେବେ ଏହାର ଅର୍ଥ ସେ ଗାର୍ଡଙ୍କୁ ବ୍ରେକ ଲଗାଇବାର ଇସାରା ଦେଉଛନ୍ତି ।

-ଯଦି ଲୋକୋ ପାଇଲଟ ୪ଟି ଛୋଟ ଛୋଟ ହର୍ଣ୍ଣ ମାରନ୍ତି ତେବେ ଏହାର ଅର୍ଥ ଆଗରେ୍ ରାସ୍ତା କ୍ଲିଅର ନାହିଁ ଆଉ ଲୋକ ପାଇଲଟ ଗାର୍ଡଙ୍କୁ ସହାୟତା ମାଗୁଛନ୍ତି ।

-ଲୋକୋ ପାଇଲଟ ଯଦି ଦୁଇଟି ଲମ୍ବା ଓ ଦୁଇଟି ଛୋଟ ହର୍ଣ୍ଣ ମାରନ୍ତି ତେବେ ଏହାର ଅର୍ଥ ସେ ଟ୍ରେନର ଗାର୍ଡଙ୍କୁ ନିଜ ପାଖକୁ ଡାକୁଛନ୍ତି ।

-ଯଦି ଲୋକୋ ପାଇଲଟ ଲଗାତାର ଲମ୍ବା ହର୍ଣ୍ଣ ମାରୁଛନ୍ତି ତେବେ ଏହାର ଅର୍ଥ ଟ୍ରେନ କୌଣସି ସୁଡଙ୍ଗ ଦେଇ ଗତି କରିବ । ଆଉ ଏକ କାରଣ ହେଉଛି ଟ୍ରେନକୁ ଯଦି ଷ୍ଟେସନରେ ରହିବାର ନାହିଁ ତେବେ ସେ ଲଗାତାର ଲମ୍ବା ହର୍ଣ୍ଣ ମାରି ଷ୍ଟେସନ ଦେଇ ଗତି କରିବ ।

publive-image Wikipedia

-ଲୋକୋ ପାଇଲଟ ଯଦି ଦୁଇଟି ଛୋଟ ହର୍ଣ୍ଣ ଓ ଏକ ଲମ୍ବା ହର୍ଣ୍ଣ ମାରିଥାନ୍ତି ତେବେ ଏହାର ଅର୍ଥ କୌଣସି ଯାତ୍ରୀ ଟ୍ରେନର ଚେନ ଟାଣିଛନ୍ତି କିମ୍ବା ଟ୍ରେନର ଗାର୍ଡ ନିଜେ ଟ୍ରେନ ରୋକିବାକୁ ଚେଷ୍ଟା କରିଛନ୍ତି ।

-ଯଦି ଲୋକୋ ପାଇଲଟ ଲଗାତାର ଛୋଟ ଛୋଟ ହର୍ଣ୍ଣ ମାରୁଛନ୍ତି ତେବେ ଏହାର ଅର୍ଥ ଆଗରେ ରାସ୍ତା କ୍ଲିଅର ନାହିଁ । ଆଉ ଡ୍ରାଇଭରଙ୍କୁ ଆଗରେ ବିପଦ ଦେଖାଯାଉଛି ।

ଟ୍ରେନ, ଗଲା ବେଳେ କିମ୍ବା ପ୍ରତ୍ୟେକ ଷ୍ଟେସନରେ ହର୍ଣ୍ଣ ମାରିଥାଏ । ଟ୍ରେନ ହର୍ଣ୍ଣ ପ୍ରତି ଗାର୍ଡମାନେ ବେଶ ସତର୍କ ରହିଥାନ୍ତି । କାରଣ ତାଙ୍କ ସତର୍କତାରେ ହିଁ ଲୋକଙ୍କ ଜୀବନ ବଞ୍ଚିଥାଏ। ଟ୍ରେନର କୋଡ ହିସାବରେ ସେମାନଙ୍କୁ କାମ କରିବାକୁ ପଡିଥାଏ । ଯଦି ଟ୍ରେନ ହର୍ଣ୍ଣ ଅନୁସାରେ ସେମାନେ ସତର୍କ ହେଉନାହାନ୍ତି ତାହେଲେ ଟ୍ରେନ ବଡ ଧରଣର ଦୁର୍ଘଟଣାର ସାମ୍ନା କରିପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe