ବିଶ୍ୱରେ ପ୍ରଥମ ଥର ଲାଗି ପରୀକ୍ଷାଗାରରେ ତିଆରି ମାଂସ ବିକ୍ରୟ ଲାଗି ଅନୁମତି ଦେଲା ସିଙ୍ଗାପୁର

ବିଶ୍ୱରେ ପ୍ରଥମ ଥର ଲାଗି ପରୀକ୍ଷାଗାରରେ ତିଆରି ମାଂସ ବିକ୍ରୟ ଲାଗି ଅନୁମତି ଦେଲା ସିଙ୍ଗାପୁର

ନୂଆଦିଲ୍ଲୀ: ବିଶ୍ୱରେ ପ୍ରଥମ ଥର ଲାଗି ପରୀକ୍ଷାଗାରରେ ସୃଷ୍ଟି କରାଯାଇଥିବା ମାଂସ ବିକ୍ରୟ ନିମନ୍ତେ ଆମେରିକୀୟ କମ୍ପାନି ‘ଇଟ୍‌ ଜଷ୍ଟ୍‍’କୁ ସିଙ୍ଗାପୁର ଅନୁମତି ଦେଇଛି। କୌଣସି ଜୀବ ହତ୍ୟା କରା ନ ଯାଇ ସୃଷ୍ଟି କରାଯାଇଥିବା ଏହି ତଥାକଥିତ ‘କ୍ଲିନ୍‌ ମିଟ୍‌’କୁ ବିଶ୍ୱରେ ପ୍ରଥମ କରି ‘ରେଗୁଲେଟରି ଆପ୍ରୋଭାଲ୍‌’ ମିଳିଥିବା କଥା ‘ଇଟ୍‌ ଜଷ୍ଟ୍‍’ କହିଛି।

ସ୍ୱାସ୍ଥ୍ୟ, ପ୍ରାଣୀ ମଙ୍ଗଳ ଏବଂ ପରିବେଶ ପାଇଁ ଉଦ୍‌ବେଗ ପାଉଥିବା କାରଣରୁ ସାଧାରଣ ମାଂସର ବିକଳ୍ପ ପାଇଁ ଚାହିଦା ବଢୁଥିବା ବେଳେ ସିଙ୍ଗାପୁର ଏଭଳି ନିଷ୍ପତ୍ତି ଗ୍ରହଣ କରିଛି। ଏଥିପାଇଁ ସୁପର୍‌ମାର୍କେଟ୍‌ ଏବଂ ରେସ୍ତୋରାଁମାନଙ୍କରେ ବିକଳ୍ପ ଭାବେ ‘ବିୟଣ୍ଡ୍‌ ମିଟ୍‌’ ଓ ‘ଇମ୍ପସିବଲ୍‌ ଫୁଡ୍ସ୍‌’ ଉଦ୍ଭିଦ ଆଧାରିତ ମାଂସର ପ୍ରସାର ପାଇଁ ଉଦ୍ୟମ ଚଳାଇଥିଲେ।

publive-image Image Courtesy of India Today

ଏହି ତଥାକଥିତ ‘କ୍ଲିନ୍‌ ମିଟ୍‌’ ବା ‘କଲ୍‌ଚର୍‌ଡ୍‌ ମିଟ୍‌’କୁ ପରୀକ୍ଷାଗାରରେ ପ୍ରାଣୀମାନଙ୍କ ମାଂସପେଶୀ କୋଷିକାରୁ ବିକଶିତ କରାଯାଇଥାଏ। ଏବେ ମଧ୍ୟ ପ୍ରାରମ୍ଭିକ ସ୍ତରରେ ଥିବା ଏହି ମାଂସର ଉତ୍ପାଦନ ଖର୍ଚ୍ଚ ଅଧିକ ରହିଛି। ଏହି ମାଂସ ଖାଇବା ମଣିଷଙ୍କ ପାଇଁ ନିରାପଦ।

publive-image Image Courtesy of The Express Tribune

ଏହି ମାଂସ‘ନଗେଟ୍‌’ ଆକାରରେ ବିକ୍ରୟ କରାଯିବ ଏବଂ ପ୍ରତି ‘ନଗେଟ୍‌’ର ମୂଲ୍ୟ ରହିବ ୫୦ ଡଲାର୍‌।

‘ଇଟ୍‌ ଜଷ୍ଟ୍‍’ର ସହ-ସଂସ୍ଥାପକ ଏବଂ ସିଇଓ ଜୋସ୍‌ ଟେଟ୍ରିକ୍‌ କହିଛନ୍ତି ଯେ, ଏବେ ଉତ୍ପାଦନ ମୂଲ୍ୟ ସାମାନ୍ୟ ହ୍ରାସ ପାଇଥିବାରୁ ଏହି ମାଂସ ର ମୂଲ୍ୟ ସିଙ୍ଗାପୁର ରେସ୍ତୋରାଁରେ ଶୁଭାରମ୍ଭ ଦିନ ଶସ୍ତାରେ ଉପଲବ୍ଧ ହେବ। କିନ୍ତୁ, ସେଦିନ ଏହାର ମୂଲ୍ୟ କେତେ ରହିବ ତାହା ସେ କହି ନାହାନ୍ତି।

ଆମିଷ ବଜାରର ବିକଳ୍ପ ନିମନ୍ତେ ସମ୍ପ୍ରତି ବିଶ୍ୱବ୍ୟାପୀ ଦୁଇ ଡଜନରୁ ଅଧିକ କମ୍ପାନି ପରୀକ୍ଷାଗାରେ ମାଛ, କୁକୁଡ଼ା ଏବଂ ଅନ୍ୟାନ୍ୟ ମାଂସ ସୃଷ୍ଟି କରିବା ଲାଗି ଉଦ୍ୟମ ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe