୧୯ ବର୍ଷରୁ କମ୍‌ ବିଶ୍ୱ କପ୍‌: ‘ସ’ଙ୍କ ଅଧିନାୟକ ପାଳି, ଭାରତ ଠାରୁ ୧୦୦ ରନ୍‌ରେ ଅଷ୍ଟ୍ରେଲିଆ ପରାସ୍ତ

Advertisment
୧୯ ବର୍ଷରୁ କମ୍‌ ବିଶ୍ୱ କପ୍‌: ‘ସ’ଙ୍କ ଅଧିନାୟକ ପାଳି, ଭାରତ ଠାରୁ ୧୦୦ ରନ୍‌ରେ ଅଷ୍ଟ୍ରେଲିଆ ପରାସ୍ତ

ଟରୋଣ୍ଟୋ: ଆଇସିସି ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱ କପ୍‌ରେ ଭାରତ ୧୦୦ ରନ୍‌ରେ ଅଷ୍ଟ୍ରେଲିଆକୁ ରବିବାର ପରାସ୍ତ କରିଛି। ଅଧିନାୟକ ପୃଥ୍ଵୀ ସ(୯୪) ଓ ଓପନର୍‌ ମନଜୋତ କାଲରା(୮୬)ଙ୍କ ୧୮୦ ରନ୍‌ ଭାଗିଦାରୀ ବଳରେ ଭାରତ ୩୨୯ ରନ୍‌ର ବିଜୟ ଲକ୍ଷ୍ୟ ଅଷ୍ଟ୍ରେଲିଆକୁ ଦେଇଥିଲା।

ଦ୍ୱିତୀୟ ପାଳିରେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୪୨.୫ ଓଭରରେ ୨୨୮ରନ୍‌ରେ ସମସ୍ତ ଓ୍ଵିକେଟ ହରାଇ ଥିଲା। ଜ୍ୟାକ୍‌ ଆଡ଼ଭରସ ଅଷ୍ଟ୍ରେଲିଆ ତରଫରୁ ସର୍ବାଧିକ ୭୩ ରନ୍‌ ସଂଗ୍ରହ କରିଥିଲେ। ଟିମ୍‌ ଇଣ୍ଡିଆ ପକ୍ଷରୁ ଶିଭମ ମାଭି ଓ କମଲେଶ ନାଗରକୋଟି ୩-୩ ଓ୍ଵିକେଟ ନେଇଥିଲେ।

ପୂର୍ବରୁ ଭାରତୀୟ ଅଧିନାୟକ ପୃଥ୍ଵୀ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସ ଓ କାଲରାଙ୍କ ବ୍ୟତୀତ ଶୁଭମ ଗିଲ(୬୩) ଅଷ୍ଟ୍ରେଲିଆ ବୋଲରଙ୍କ ବଲ୍‌ ବିସ୍ଫୋରକ ବ୍ୟାଟିଂ କରିଥିଲେ।

ଶତକରୁ ବଞ୍ଚିତ ସ କ୍ରିକେଟ ଅଷ୍ଟ୍ରେଲିଆର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜେମ୍ସ ସଦରଲ୍ୟାଣ୍ଡଙ୍କ ପୁଅ ବିଲ ସଦରଲାଣ୍ଡଙ୍କ ବଲରେ ଓ୍ଵିକେଟ ପଛକୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଭାରତୀୟ ଅଧିନାୟକ ୧୦୦ ବଲ ସମ୍ମୁଖୀନ ହୋଇ ୮ଟି ଚୌକା ଓ ୨ଟି ଛକା ମାରିଥିଲେ। ସାଥୀ ଖେଳାଳି କାଲରା ୧୨ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe