Image Courtesy of India Today
ଚେନ୍ନାଇ: ଏମ୍ଏ ଚିଦମ୍ବରମ୍ ଷ୍ଟାଡିୟମ୍ରେ ଭାରତ ଓ ଇଂଲଣ୍ଡ୍ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ୍ କ୍ରିକେଟ୍ ମ୍ୟାଚ୍ର ଆଜି ଦ୍ୱିତୀୟ ଦିବସରେ ୩୨୯ ରନ୍ କରି ଭାରତର ସମସ୍ତ ଖେଳାଳି ଆଉଟ୍ ହୋଇଯାଇଛନ୍ତି।
ଶେଷ ୪ ଓ୍ଵିକେଟ୍ରେ ଭାରତୀୟ ଦଳ ମାତ୍ର ୨୯ ରନ୍ ସଂଗ୍ରହ କରିଥିଲେ। ଇଂଲଣ୍ଡର ମୋଇନ୍ ଅଲି ଏବଂ ଓଲି ଷ୍ଟୋନ୍ ଏହି ଶେଷ ଚାରି ଓ୍ଵିକେଟ୍ ନେଇଥିଲେ। ୫୮ ରନ୍ କରିଥିବା ପନ୍ତ ଅପରାଜିତ ଅଛନ୍ତି।
Image Courtesy of NDTVସମ୍ପ୍ରତି ଦ୍ୱିତୀୟ ଇଂନିଙ୍ଗ୍ସ୍ ଖେଳିବାକୁ ଓପେନର୍ ଭାବେ ଇଂଲଣ୍ଡ୍ର ରରି ବର୍ଣ୍ଣସ୍ ଏବଂ ଡୋମ୍ ସିବ୍ଲି କ୍ରିଚ୍କୁ ଯାଇଥିଲେ। ଭାରତ ତରଫରୁ ଈଶାନ୍ତ ଶର୍ମା ବୋଲିଙ୍ଗ ଆରମ୍ଭ କରି ରରି ବର୍ଣ୍ଣସ୍ଙ୍କୁ ଏଲ୍ବିଡବ୍ଲୁ କରିଛନ୍ତି। ଏବେ ତାଙ୍କ ସ୍ଥାନରେ ଖେଳୁଛନ୍ତି ଡାନ୍ ଲଲେନ୍ସ୍।
ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ୪.୨ ଓଭର୍ ଖେଳି ଇଂଲଣ୍ଡ ୧ ଓ୍ଵିକେଟ୍ ବିନିମୟରେ ୭ ରନ୍ ସଂଗ୍ରହ କରିଛି। ଡମ୍ ସିବ୍ଲି ୧୩ଟି ବଲ୍ ଖେଳି ୭ ରନ୍ କରିଛନ୍ତି।
Follow Us