ପାକିସ୍ତାନରେ ପ୍ରବେଶ କଲେ ‘ହଜ୍‌’ କରିବା ଲାଗି ଚାଲି ସାଉଦୀ ଆରବ ଯାଉଥିବା ଭାରତୀୟ

ପାକିସ୍ତାନରେ ପ୍ରବେଶ କଲେ ‘ହଜ୍‌’ କରିବା ଲାଗି ଚାଲି ସାଉଦୀ ଆରବ ଯାଉଥିବା ଭାରତୀୟ

Image Courtesy of The Express Tribune

ଲାହୋର୍‌: ‘ହଜ୍‌’ କରିବା ଲାଗି ଚାଲି ସାଉଦୀ ଆରବର ମକ୍କାକୁ ଯାଉଥିବା ଜଣେ ଭାରତୀୟ ବ୍ୟକ୍ତି ମଙ୍ଗଳବାର ଦିନ ୱାଗା ସୀମାନ୍ତ ଦେଇ ପାକିସ୍ତାନରେ ପ୍ରବେଶ କରିଛନ୍ତି।

ସଂଗୃହୀତ ତଥ୍ୟାବଳି ଅନୁସାରେ, ଶିହାବ୍‌ ଚୋତ୍ତୁର୍‌ ନାମରେ ଉକ୍ତ କେରଳୀ ବ୍ୟକ୍ତିଙ୍କୁ ପାକିସ୍ତାନର ଏକ ଅଦାଲତ ଭିସା ମଞ୍ଜୁର ନ କରିବାରୁ ସେ ଗତ ୪ ମାସ ହେବ ଅମୃତସରରେ ଅପେକ୍ଷା କରିଥିଲେ। ୨୦୨୨ ଜୁନ୍‌ ୨ ତାରିଖରୁ ମାଲାପ୍ପୁରମ୍‌ରୁ ସେ ୮,୬୪୦ କିଲୋମିଟର୍‌ ଯାତ୍ରା ଆରମ୍ଭ କରିଥିଲେ। କେରଳରୁ ଚାଲି ଚାଲି ୭ଟି ପ୍ରଦେଶ ଅତିକ୍ରମ କରି ପଞ୍ଜାବରେ ପହଞ୍ଚିବା ପର୍ଯ୍ୟନ୍ତ ଚୋତ୍ତୁର୍‌ ୩,୩୦୦ କିଲୋମିଟର୍‌ ଅତିକ୍ରମ କରିଥିଲେ।

ପଦଯାତ୍ରା କରୁଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ନୂଆଦିଲ୍ଲୀ ଓ ଇସ୍‌ଲାମାବାଦ ମଧ୍ୟରେ ‘ଟ୍ରାଞ୍ଜିଟ୍‌ ଭିସା’ ରାଜିନାମା ବ୍ୟବସ୍ଥା ନ ଥିବାରୁ ଗତବର୍ଷ ସେପ୍ଟେମ୍ବର ମାସରେ ତାଙ୍କୁ ପାକିସ୍ତାନରେ ପ୍ରବେଶ କରାଇ ଦିଆଯାଇ ନ ଥିଲା। ତେଣୁ, ଭିସାକୁ ଅପେକ୍ଷା କରି ସେ ଅମୃତସରସ୍ଥିତ ଏକ ବିଦ୍ୟାଳୟରେ ଅବସ୍ଥାନ କରିବାକୁ ନିଷ୍ପତ୍ତି ନେଇଥିଲେ।

publive-image Image Courtesy of NDTV

ଲାହୋର୍‌କୁ ଯିବା ପାଇଁ ୨ ଦିନିଆ ‘ଟ୍ରାଞ୍ଜିଟ୍‌’ ଭିସା ପାଇବା ପରେ ସେ ଏବେ ପାକିସ୍ତାନରେ ପ୍ରବେଶ କରିଛନ୍ତି। ୱାଗା ସୀମାନ୍ତରେ ତାଙ୍କୁ ସ୍ବାଗତ କରିଥିଲେ ସୁପ୍ରିମ୍‌ କୋର୍ଟରେ ତାଙ୍କ ଲାଗି ‘ରିଟ୍‌ ପିଟିସନ୍‌’ ଦାଏର୍‌ କରିଥିବା ସର୍‌ୱାର୍‌ ତାଜ୍‌ ଏବଂ ‘ଭଗତ ସିଂହ ମେମୋରିଆଲ୍‌ ଫାଉଣ୍ଡେସନ୍‌ ପାକିସ୍ତାନ’ର ଅଧ୍ୟକ୍ଷ ଇମ୍‌ତିଆଜ୍‌ ରଶିଦ୍‌ କ୍ୟୁରେଶି।

କ୍ୟୁରେଶି କହିଛନ୍ତି, ସେ ସ୍ନେହ, ବନ୍ଧୁତ୍ବ ଏବଂ ଭ୍ରାତୃତ୍ବର ବାର୍ତ୍ତା ଆଣିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe