କରୋନା ବଦଳାଇ ଦେଲା ଜୀବନଜୀବିକା; ବିକଳ୍ପ ବାଛି ନେଲେ ଦୁଇ ଯୁବ ଇଂଜିନିୟର, ଅନଲାଇନ୍ ସେବା ସହ ୨୫ ଜଣଙ୍କୁ ଦେଇଛନ୍ତି ରୋଜଗାରର ପନ୍ଥା

Advertisment
କରୋନା ବଦଳାଇ ଦେଲା ଜୀବନଜୀବିକା; ବିକଳ୍ପ ବାଛି ନେଲେ ଦୁଇ ଯୁବ ଇଂଜିନିୟର, ଅନଲାଇନ୍ ସେବା ସହ ୨୫ ଜଣଙ୍କୁ ଦେଇଛନ୍ତି ରୋଜଗାରର ପନ୍ଥା

Sambad

କଟକ: କରୋନା ମାଡ଼ରେ ହତାଶ ନ ହୋଇ ନିଜ ପାଇଁ ରୋଜଗାରର ବାଟ ବାହାର କରିବା ସହିତ ୨୫ରୁ ଅଧିକ ଯୁବକଙ୍କୁ ରୋଜଗାରର ସୁଯୋଗ ଦେଇଛନ୍ତି ଦୁଇ ଜଣ ଯୁବ ଇଂଜିନିୟର। କଟକ-ଭୁବନେଶ୍ବରର ଏହି ଦୁଇ ଯୁବକଙ୍କ ଅନଲାଇନ୍ ତେଜରାତି ସାମଗ୍ରୀ ଯୋଗାଣ ବ୍ୟବସ୍ଥା ଏବେ ଧୀରେ ଧୀରେ ଆଦୃତ ହେବାରେ ଲାଗିଛି। ଅର୍ଡ଼ର ଦେବାର ଦୁଇ ଘଣ୍ଟା ସମୟରେ ସେମାନେ ଘରେ ସାମଗ୍ରୀ ପହଞ୍ଚାଇ ଦେଉଛନ୍ତି। ଏଥିପାଇଁ ସେମାନେ ପ୍ରସ୍ତୁତ କରିଛନ୍ତି ଏକ ସ୍ବତନ୍ତ୍ର ଆପ୍‌ ‘khia pia.com’।

publive-image Sambad

୩୦ ବର୍ଷୀୟ କଟକର ପ୍ରମୋଦ କୁମାର ପରିଡ଼ା ଇଂଜିନିୟରିଂରେ ଡିଗ୍ରି କରିଛନ୍ତି। ସେ ଜଣେ ଲେଖକ ବି। ସେହିଭଳି ୩୨ ବର୍ଷୀୟ ଭୁବନେଶ୍ବରର ମନୋରଞ୍ଜନ ଦାଶ ଇଞ୍ଜିନିୟରିଂ କଲେଜର ଆସିଷ୍ଟାଣ୍ଟ ପ୍ରଫେସର। କରୋନା କାଳରେ ବୃତ୍ତିର ବିକଳ୍ପ ବାହାର କରିବା ପାଇଁ ସେମାନେ ଆରମ୍ଭ କରି ଦେଇଥିଲେ ଏହି ଅନ୍‌ଲାଇନ୍‌ ସେବା। ସେମାନେ ଗ୍ରୋସରି, ପନିପରିବା, ଫଳ, ଆମିଷ ଭଳି ଖାଦ୍ୟ ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି। ଏପ୍ରିଲ ୧ ତାରିଖରେ ପ୍ରଥମେ ସୋସିଆଲ ମିଡ଼ିଆ ଫେସବୁକ୍‌ ‘khia pia.com’ ପେଜ୍‌ରେ ପ୍ରସ୍ତୁତ କରି ସେଥିରେ ବରାଦ ନେବା ଆରମ୍ଭ କରିଥିଲେ।

publive-image Sambad

ନିଜେ ଏକ ସଫ୍ଟଓୟାର ତିଆରି କରି ଗୁଗଲ୍‌ ‌େପ୍ଲ ମାଧ୍ୟମରେ ‘khia pia.com’ର ଏକ ଆପ୍‌ସ ତିଆରି କରି ଏଥିରେ ଅନ୍‌ଲାଇନ୍‌ ସାମଗ୍ରୀ ବରାଦ କରିବା ସୁବିଧା କରିଛନ୍ତି। ଭୁବନେଶ୍ବର ବରମୁଣ୍ତା‌ ଠାରେ ରହିଛି ‘khia pia.com’ର କାର୍ଯ୍ୟାଳୟ। କଟକ-ଭୁବନେଶ୍ବର ଥିବା ଲୋକେ ଏହି ଆପ୍‌ସ ମାଧ୍ୟମରେ ସାମଗ୍ରୀ ବରାଦ କରି ପାରୁଛନ୍ତି। କରୋନା ଲକ୍‌ଡ଼ାଉନ୍‌ରେ ଚାକିରି ହରାଇଥିବା ୨୫ରୁ ଅଧିକ ଯୁବକଙ୍କୁ ସେମାନେ ଏହି କାର୍ଯ୍ୟରେ ନିଯୁକ୍ତି ଦେଇଛନ୍ତି। ଏହାସହ ବିଭିନ୍ନ ଜାଗାରୁ ଖାଦ୍ୟ ସଂଗ୍ରହ କରି ସେମାନେ ଅସହାୟ ଲୋକଙ୍କୁ ମଧ୍ୟ ଖାଦ୍ୟ ବାଣ୍ଟୁଛନ୍ତି।

publive-image Sambad

ପ୍ରମୋଦଙ୍କ କହିବା ଅନୁଯାୟୀ ସେମାନେ ଏପ୍ରିଲ ମାସରେ ପ୍ରଥମେ ଏଭଳି ସେବା ଆରମ୍ଭ କରିଥିବା ବେଳେ ପ୍ରଥମେ ପାଞ୍ଚ ଜଣ ଯୁବକଙ୍କୁ ଏଥିରେ ନିଯୁକ୍ତି ଦେଇଥିଲେ। ଧୀରେ ଧୀରେ ଏଥିରେ ୨୫ରୁ ଅଧିକ ଯୁବକଙ୍କୁ ନିଯୁକ୍ତି ଦେଇଛନ୍ତି। ଏହି ଅନ୍‌ଲାଇନ୍‌ ସାମଗ୍ରୀ ସୁବିଧା ଏବେ କଟକ-ଭୁବଶ୍ବରରେ ଯୋଗ‌ାଇ ଦିଆଯାଉଛି। ଆଗାମୀ ଦିନରେ ଏହି ସୁବିଧାକୁ ରାଜ୍ୟର ଅନ୍ୟ ଅଞ୍ଚଳରେ ଯୋଗାଇ ଦେବାକୁ ଯୋଜନା କରୁଛନ୍ତି। ମନୋରଞ୍ଜନଙ୍କ କହିବା ଅନୁଯାୟୀ, ଆଗାମୀ ଦିନରେ ଫୁଡ୍‌ ଅନ୍‌ଲାଇନ୍‌ ଡେଲିଭରି ସୁବିଧା ମଧ୍ୟ ସେମାନେ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଉଭୟଙ୍କ କହିବା ଅନୁଯାୟୀ ସେମାନେ ପ୍ରତି ଡେଲିଭରି ପିଛା ୩୦ ଟଙ୍କା ନେଉଛନ୍ତି। ବର୍ତ୍ତମାନ ନି‌ୟୋଜିତ ୨୫ରୁ ଅଧିକ ବ୍ୟକ୍ତି ମାସକୁ ହାରାହାରି ଭାବେ ୧୦ ହଜାର ଟଙ୍କା ରୋଜଗାର କରୁଥିବା ବେଳେ ସେମାନେ ବି ସବୁ ଖର୍ଚ୍ଚ ପରେ ହାରାହାରି ଭାବେ ୧ ଲକ୍ଷ ଟଙ୍କା ମାସକୁ ଆୟ କରିପାରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe