ଆରମ୍ଭ ହେଲା ଫ୍ୟାସନ୍ ଆଣ୍ଡ୍ ଲାଇଫ୍ ଷ୍ଟାଇଲ ମେଳା, ଯୋଗଦେଲେ କ୍ରିକେଟ୍ ତାରକା ଇରଫାନ୍ ପଠାନ୍

ଆରମ୍ଭ ହେଲା ଫ୍ୟାସନ୍ ଆଣ୍ଡ୍ ଲାଇଫ୍ ଷ୍ଟାଇଲ ମେଳା, ଯୋଗଦେଲେ କ୍ରିକେଟ୍ ତାରକା ଇରଫାନ୍ ପଠାନ୍

ଭୁବନେଶ୍ୱର : ଆଇଏନଡବ୍ଲୁ୍ଇସି ମହିଳା ବାଣିଜ୍ୟ ମେଳାର ସଫଳତା ପରେ ଇଣ୍ଡିଆନ୍ ଚାମ୍ବର ଅଫ୍ କର୍ମସ ଓ ମହିଳା ଉଦ୍ୟୋଗୀ ପରିଷଦର ମିଳିତ ସହଯୋଗରେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଫ୍ୟାସନ୍ ଆଣ୍ଡ୍ ଲାଇଫ୍ ଷ୍ଟାଇଲ୍ ମେଳା । ପଟିଆସ୍ଥିତ ପାଟ୍ରୋନିକ୍ସ ଗ୍ରାଉଣ୍ଡରେ ଆରମ୍ଭ ହୋଇଥିବା ଏହି ମେଳାକୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଏବଂ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତକଳା ବିଭାଗର ପ୍ରମୁଖ ସଚିବ ଡ.ଅରବିନ୍ଦ ପାଢୀ ଉଦଘାଟନ କରିଛନ୍ତି ।

publive-image ମଞ୍ଚରେ କ୍ରିକେଟ ତାରକା ଇରଫାନ୍ ପଠାନଙ୍କୁ ସମ୍ବର୍ଦ୍ଧନା

ମେଳାର ପ୍ର୍ରଥମ ଦିନର ମୁଖ୍ୟ ଆକର୍ଷଣ ସାଜିଥିଲେ ଭାରତୀୟ କ୍ରିକେଟର ଇରଫାନ୍ ପଠାନ୍ । ତାଙ୍କର ପ୍ରେରଣଦାୟୀ ବକ୍ତବ୍ୟ ଉପସ୍ଥିତ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ସେହିପରି ଭୁବନେଶ୍ୱର ସୁପର ବାଇକର କ୍ଲବ ପକ୍ଷରୁ କରାଯାଇଥିବା ରାମ୍ପ ସୋ’ରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ସୋ’ଷ୍ଟପର ଭାବେ ଆସି ଦର୍ଶକଙ୍କ ମନ ଜିଣିଥିଲେ । ମେଳାରେ ଡିଜାଇନର ବେଦିକା ଖଣ୍ଡେଲୱାଲ, ଜୁବିନା ଅଲ୍ଲି, ଲୋପାମୁଦ୍ରା ଭଞ୍ଜ ଓ ରିତିକା ରୁଲହାନ୍ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଡିଜାଇନ୍ ପ୍ରଦର୍ଶନ କରାଯାଇଥିଲା । ଏହା ସହିତ ଆଇସିସି କୋର ମେମ୍ବର ପଦ୍ମିନୀ ପାଣିଗ୍ରାହୀ, କଣ୍ଠଶିଳ୍ପୀ ସୁସ୍ମିତା ଦାସ ଓ ବର୍ଣ୍ଣାଳୀ ହୋତାଙ୍କ ଦ୍ୱ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ମନମୁଗ୍ଧକର ଥିଲା । ଓଲିିଉଡ୍ ଅଭିନେତ୍ରୀ ଶିବାନୀ ସଂଗୀତା, ଶୀତଲ ପାତ୍ର, ଭୂମିକା ଦାଶ, ଦେବାଯାନୀ ଡୁଙ୍ଗରିଆ, ପୁନମ ମିଶ୍ର, ଅଭିନେତା ଜ୍ୟୋତି ରଞ୍ଜନ ନାୟକ, ଦୀପାନ୍ୱିିତ୍ ଓ ପାର୍ଥ ସାରଥିଙ୍କୁ ନେଇ ଏକ ରାମ୍ପ ସୋ’ କରାଯାଇଥିଲା ଓ ଏଥିରେ ଅଭିନେତା ଅନୁଭବ ମହାନ୍ତିଙ୍କୁ ସୋ’ ଷ୍ଟପର ଭାବେ ଦେଖିବାକୁ ମିଳିଥିଲା ।

publive-image ରାମ୍ପରେ ଓଲିଉଡ୍ କଲାକାର : ସୋ’ ଷ୍ଟପର ଅନୁଭବ

ଏହି ମେଳା ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଏଠାରେ ଚାଲିବ । ଏଥିରେ ଫ୍ୟାସନ୍ ହ୍ୟାଣ୍ଡଲୁମ୍ ଏବଂ ଜୀବନଶୈଳୀ ସାମଗ୍ରୀ ପ୍ରସ୍ତୁତି କ୍ଷେତ୍ରରେ କାର୍ଯ୍ୟକରୁଥିବା ୧୨୦ରୁ ଅଧିକ ମହିଳା ଉଦ୍ୟୋଗୀଙ୍କ ଷ୍ଟଲ ଖୋଲାଯାଇଛି । ବିଶେଷ ଭାବେ ମିସନ୍ ଶକ୍ତି ସହ ଜଡ଼ିତ ମହିଳାମାନଙ୍କ ଷ୍ଟଲ ମେଳାରେ ସ୍ଥାନ ପାଇଛି । ମହିଳା ଉଦ୍ୟୋଗୀଙ୍କ ଷ୍ଟଲରେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ପ୍ରଦର୍ଶିତ ହୋଇଛି । ସେହିପରି ଏହି ମେଳାରେ ସମ୍ମିଳନୀ, କର୍ମଶାଳା, ଟକ୍ ସୋ, ସାଂସ୍କୃତିକ କାର୍ଯ୍ୟକ୍ରମ, ଫ୍ୟାସନ୍ ସୋ’ ଆୟୋଜନ ହେବା ସହ ଖାଦ୍ୟସାମଗ୍ରୀର ଷ୍ଟଲ ମଧ୍ୟ ଖୋଲାଯାଇଛି ।

ସବୁଠାରୁୁ ବଡ କଥା ହେଲା, ଏହି ମେଳାରେ ଓଡ଼ିିଶାର ଫ୍ୟାସନ୍ ଡିଜାଇନରମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ଡିଜାଇନର ପ୍ରଦର୍ଶନ ଲାଗି ୩୦ରୁ ଅଧିକ ଫ୍ୟାସନ୍ ସୋ’ ମଧ୍ୟ କରାଯିବ । ଏହାର ‘ମମ୍ ଆଣ୍ଡ୍ ମି’ ବିଭାଗରେ ମହିଳା ମଡେଲମାନେ ନିଜନିଜର ପିଲାଙ୍କ ସହ ରାମ୍ପ ସୋ’ରେ ଭାଗ ନେଇ ପାରଦର୍ଶିତା ପ୍ରଦର୍ଶନ କରିବେ । ୫ ଦିିନ ବ୍ୟାପି ଚାଲିବାକୁ ଥିବା ଏହି ମେଳାରେ ବଲିଉଡ୍ ଫ୍ୟାସନ୍ ଡିଜାଇନର ମନୀଷ ମାଲହୋତ୍ରା, ବଲିଉଡ୍ ଅଭିନେତ୍ରୀ ଦିୟା ମିର୍ଜା, ଅଭିନେତା ଜାୟେଦ ଖାନ୍ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

publive-image ଭୁବନେଶ୍ୱର ସୁପର ବାଇକର କ୍ଲବ ରାମ୍ପ ସୋ’ରେ ସିଦ୍ଧାନ୍ତ ମହାପାତ୍ର

ଆଜିର ଉଦଘାଟନୀ ସମାରୋହରେ ଏମଏସଏମଇ ଡିଏଫଓ କଟକର ଯୁଗ୍ମନିର୍ଦ୍ଦେଶକ ପୱନ ଗୁପ୍ତା, ବୟନିକାର ପରିଚାଳନା ନିର୍ଦ୍ଦେଶକ ଶ୍ୟାମଭକ୍ତି ମିଶ୍ର, ଇଭୋସ୍ ବିଲ୍ଡକନ୍ ପ୍ରା.ଲିର ସହପ୍ର୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ କଳିଙ୍ଗ କେଶରୀ ରଥ, ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର, ଆଇସିସି ଓଡ଼ିିଶା ଶାଖାର ଚେୟାରମ୍ୟାନ ଜେ ବି ପାଣି, ସହଚେୟାରମ୍ୟାନ ଏମ୍ କେ ଗୁପ୍ତା, ଆଇଏନଡବ୍ଲୁଇସି ଆବାହକ ସୁକୃତି ପଟ୍ଟନାୟକ, ସହଆବାହକ ତନୟା ପଟ୍ଟନାୟକ ଓ କୋର ମେମ୍ବର ପ୍ରୀତିପଲ୍ଲବୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe