ନଭେମ୍ବର ୨୭କୁ ଘୁଞ୍ଚିଲା ଶୁଣାଣି ତାରିଖ, ଏବେ ଜେଲରୁ ବାହାରିବେ ନାହିଁ ଲାଲୁ ପ୍ରସାଦ ଯାଦବ

ନଭେମ୍ବର ୨୭କୁ ଘୁଞ୍ଚିଲା ଶୁଣାଣି ତାରିଖ, ଏବେ ଜେଲରୁ ବାହାରିବେ ନାହିଁ ଲାଲୁ ପ୍ରସାଦ ଯାଦବ

अमर उजाला

ନୂଆଦିଲ୍ଲୀ: ଗୋଖାଦ୍ୟ ଦୁର୍ନୀତିର ଦୁମ୍କା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନ ଉପରେ ଶୁଣାଣି ସ୍ଥଗିତ ରଖାଯାଇଛି। ନଭେମ୍ବର ୨୭ରେ ଝାଡଖଣ୍ଡ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବ।

ସୂଚନା ମୁତାବକ, ଦୁମ୍କା ଟ୍ରେଜେରୀ ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ୭ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଦଣ୍ଡର ଅବଧି ଅଧା ଶେଷ ହୋଇସାରିଥିବାରୁ, ଏହାକୁ ଆଧାର କରି ଲାଲୁ ପ୍ରସାଦ ଯାଦବଙ୍କ ଓକିଲ ଜାମିନ ପାଇଁ ଆବେଦନ କରିଥିଲେ। ଏହାର ଶୁଣାଣି ଆଜି ହେବାକୁ ଥିବା ବେଳେ ଶୁଣାଣିକୁ ସ୍ଥଗିତ ରଖିଛନ୍ତି ଝାଡଖଣ୍ଡ ହାଇକୋର୍ଟ।

publive-image indiatoday

ଅକ୍ଟୋବରରେ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲଦଣ୍ଡ ଭୋଗୁଥିବା ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବଙ୍କୁ ଚାଇବାସା ଟ୍ରେଜେରୀ ମାମଲାରେ ଜାମିନ ମିଳିଥିଲା। ହେଲେ ଦୁମ୍କା ଟ୍ରେଜେରୀ ମାମଲାର ଶୁଣାଣି ବିଚାରାଧୀନ ଥିବାରୁ ଲାଲୁଙ୍କୁ ଜେଲରୁ ବହାରିବାକୁ ଅନୁମତି ଦିଆଯାଇନଥିଲା।

ତେବେ ଲାଲୁଙ୍କୁ ଚାଇବାସା ଟ୍ରେଜେରୀ ମାମଲାରେ ଜାମିନ ମିଳିଥିବା ବେଳେ ଅଦାଲତର ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବାକୁ  ସିବିଆଇ ପ୍ରସ୍ତୁତ ହେଉଛି।  ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ଲାଲୁ ଯାଦବଙ୍କୁ ୫ଟି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। କିନ୍ତୁ ଏହି ୫ଟି ମାମଲା ମଧ୍ୟରୁ ୩ଟି ମାମଲାରେ ତାଙ୍କୁ ଜାମିନ ମିଳିସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe