ଜାକିର ନାଇକଙ୍କ ବେଳକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି, କିନ୍ତୁ ଆଶାରାମଙ୍କ ପାଇଁ ନୁହେଁ: ଜଷ୍ଟିସ୍‌ ସିଂହ

Advertisment
ଜାକିର ନାଇକଙ୍କ ବେଳକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି, କିନ୍ତୁ ଆଶାରାମଙ୍କ ପାଇଁ ନୁହେଁ: ଜଷ୍ଟିସ୍‌ ସିଂହ

Image courtesy of TOI

ନୂଆଦିଲ୍ଲୀ: ଆତ୍ମଘୋଷିତ ସନ୍ଥ ଆଶାରାମ ବାପୁଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରୁଥିବା କାରଣରୁ ଅପିଲେଟ୍‌ ମନି ଲଣ୍ଡରିଙ୍ଗ୍‌ ଟ୍ରାଇବୁନାଲ୍‌ର ଜଣେ ବିଚାରପତି ଗତକାଲି ପ୍ରବର୍ତ୍ତନ ନିର୍ଦେଶାଳୟକୁ ସମାଲୋଚନା କରିଛନ୍ତି। ପ୍ରବର୍ତ୍ତନ ନିର୍ଦେଶାଳୟ ଆଶାରାମ ବାପୁଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବା ସହ ଶହ ଶହ କୋଟି ଟଙ୍କା ଠୁଳ କରିଥିବା ଦୋଷାରୋପ କରିଥିଲା।

ବିଚାରପତି ଜଷ୍ଟିସ୍‌ ମନମୋହନ ସିଂହ ଆଶ୍ଚର୍ଯ୍ୟ ହୋଇ ପଚାରିଥିଲେ ଯେ ବିବାଦୀୟ ଇସ୍‌ଲାମୀୟ ପ୍ରବାଚକ ଜାକିର ନାଇକଙ୍କ ପଛରେ ଲାଗିବାକୁ ପ୍ରବର୍ତ୍ତନ ନିର୍ଦେଶାଳୟର ତର ସହୁ ନ ଥିବାବେଳେ କାହିଁକି ସେ ଏମିତିକା ବାବାମାନଙ୍କୁ ଉପେକ୍ଷା କରୁଛି।

ଭାରତ ଏବଂ ବିଦେଶରେ ଆତଙ୍କବାଦକୁ ପ୍ରେରିତ କରୁଥିବା ନାଇକଙ୍କ ସମ୍ପତ୍ତିକୁ ଆଟାଚ୍‌ କରିବାକୁ ପ୍ରବର୍ତ୍ତନ ନିର୍ଦେଶାଳୟ ଆବେଦନ କରିଥିବା ପ୍ରସଙ୍ଗରେ ଜଷ୍ଟିସ୍‌ ସିଂହ ଏ ଭଳି କଟୁ ସମାଲୋଚନା କରିଥିଲେ। ବିଚାରପତି ସିଂହ ‘ଅପିଲେଟ୍‌ ଟ୍ରାଇବୁନାଲ୍‌ ଫର୍‌ ପିଏମ୍‌ଏଲ୍‌ଏ’ର ମୁଖ୍ୟ ଅଟନ୍ତି।
ପ୍ରବର୍ତ୍ତନ ନିର୍ଦେଶାଳୟର ଓକିଲଙ୍କୁ ବିଚାରପତି ପ୍ରଶ୍ନ କରିଥିଲେ: ମୁଁ ଆପଣଙ୍କୁ ୧୦ ଜଣ ବାବାଙ୍କ ନାଁ ଦେଇପାରିବି। ୧୦, ୦୦୦ କୋଟିରୁ ଅଧିକ ଟଙ୍କା ଗଚ୍ଛିତ କରିଥିବା ୧୦ ଜଣ ବାବା। ପୁଣି ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଅଛି। ଆପଣ ସେମାନଙ୍କ ମଧ୍ୟରୁ ଜଣକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କି? ଆଶାରାମ ବାପୁଙ୍କ କଥା କ’ଣ ହେଲା?

ସେ କହିଛନ୍ତି: ଗତ ୧୦ ବର୍ଷ ହେବ ଆଶାରାମ ବାବୁଙ୍କ ସମ୍ପତ୍ତି ଆଟାଚ୍‌ କରିବାକୁ ପ୍ରବର୍ତ୍ତନ ନିର୍ଦେଶାଳୟ କିଛି କରି ନାହିଁ, କିନ୍ତୁ ମୁଁ ଦେଖୁଛି, ନାଇକଙ୍କ ବେଳକୁ କାମ କରିବାକୁ ପ୍ରବର୍ତ୍ତନ ନିର୍ଦେଶାଳୟର ତର ସହୁନାହିଁ।

ପ୍ରବର୍ତ୍ତନ ନିର୍ଦେଶାଳର ଚାର୍ଜସିଟ୍‌ରେ ନାଇକଙ୍କ ବିରୋଧରେ କୌଣସି ନିର୍ଦ୍ଦିଷ୍ଟ ଅପରାଧ ଉଲ୍ଲେଖ କରା ଯାଇ ନ ଥିବାରୁ ତାଙ୍କର ସମ୍ପତ୍ତି ଆଟାଚ୍‌ କରିବାକୁ ସେ ଅନୁମତି ଦେଇ ପାରିବେ ନାହିଁ ବୋଲି ପ୍ରବର୍ତ୍ତନ ନିର୍ଦେଶାଳୟର ଓକିଲଙ୍କୁ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe