କଳାହାଣ୍ଡି କପ୍‌ ଫାଇନାଲ୍‌: ଅଙ୍କିତଙ୍କ ଅର୍ଧଶତକ, ଇକୋର୍ସା ୧୭୪

Advertisment
କଳାହାଣ୍ଡି କପ୍‌ ଫାଇନାଲ୍‌: ଅଙ୍କିତଙ୍କ ଅର୍ଧଶତକ, ଇକୋର୍ସା ୧୭୪

Sambad English

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ପଡ଼ିଆରେ ଇକୋର୍ସା ଓ କଟକ ‘ଏ’ ମଧ୍ୟରେ କଳାହାଣ୍ଡି କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍‌ ଆରମ୍ଭ ହୋଇଛି। ଦୁଇ ଦିନିଆ ଏହି ମ୍ୟାଚ୍‌ର ପ୍ରଥମ ଦିନରେ ଇକୋର୍ସା ୧୭୪ ରନ୍‌ରେ ସମସ୍ତ ୱିକେଟ ହରାଇଛି। ବୁଧବାର କଟକ ଦଳ ୯୦ ଓଭର‌ ଖେଳିବାକୁ ଥିବାରୁ ତା’ ପାଖରେ ମ୍ୟାଚ୍‌ ଜିତିବା ପାଇଁ ଭଲ ସୁଯୋଗ ରହିଛି।

ଏ‌ହି ମ୍ୟାଚ୍‌ରେ କଟକ ଟସ୍‌ ଜିତି ବୋଲିଂ କରିଥିଲା। ଇକୋର୍ସାର ଆରମ୍ଭ ଏତେ ଖରାପ ହୋଇଥିଲା ଯେ ୨୭ ରନ୍‌ ବେଳକୁ ଦଳ ୫ ୱିକେଟ ହରାଇସାରିଥିଲା। କାମେଶ୍ବର ବାରିକ ଓ ସନ୍ଦୀପ ମୂଳିଆ ଖାତା ଖୋଲିବାରେ ଅସମର୍ଥ ହୋଇଥିଲା ବେଳେ ପ୍ରଶାନ୍ତ ସାହୁ ୩, ଗିରିଜା ରାଉତ ୧୨, ସମୀର ମହାନ୍ତି ୩ ରନ୍‌ କରି ଆଉଟ ହୋଇଥିଲେ। ତେବେ ମଧ୍ୟକ୍ରମରେ ସୁଜିତ ଲେଙ୍କା (୨୧) ଓ ଅଙ୍କିତ ଯାଦବ ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ। ଉଭୟଙ୍କ ମଧ୍ୟରେ ୭୫ ରନ୍‌ର ଭାଗୀଦାରି ହୋଇଥିଲା। ତଥାପି ସୁଜିତଙ୍କ ପରେ ଆଉ କେହି ଅଧିକ ରନ୍‌ ଯୋଡ଼ିପାରିନଥିଲେ। ତେଣୁ ଅଙ୍କିତ ଅଧିକାଂଶ ଥର ନିଜ ପାଖରେ ବ୍ୟାଟିଂ ରଖିବା ସହ ଏକାକି ଦଳକୁ ସମ୍ମାନ ଜନକ ସ୍ଥିତିରେ ପହଞ୍ଚାଇଥିଲେ। ୫୮.୧ ଓଭରରେ ଦଳ ସମସ୍ତ ୱିକେଟ ହରାଇବା ବେଳକୁ ଅଙ୍କିତ ୯୪* ରନ୍‌ କରି ଅପରାଜିତ ରହିଥିଲେ। କଟକ ‘ଏ’ ପକ୍ଷରୁ ଜାମଲା ଭଞ୍ଜନ ମହାପାତ୍ର ଓ ଶୁଭମ୍‌ ନାୟକ ୩ ୱିକେଟ୍‌ ଲେଖାଏଁ ନେଇଥିଲା ବେଳେ ସିଦ୍ଧାର୍ଥ ସିହ୍ନା ୨ ଓ ସୁନୀଲ ରାଉଳ ୧ ୱିକେଟ୍‌ ଅକ୍ତିଆର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe