କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହର ଆଜି ଓ ଆସନ୍ତାକାଲି ସଟଡାଉନ୍

କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହର ଆଜି ଓ ଆସନ୍ତାକାଲି ସଟଡାଉନ୍

India.com

କେସିଙ୍ଗା/ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହର ଆଜି ଓ ଆସନ୍ତାକାଲି ସଟଡାଉନ ରହିଛି। ଏନେଇ, କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ କେସିଙ୍ଗା ସହରର ସମସ୍ତ ୱାର୍ଡରେ ସ୍କ୍ରିନିଂ କରାଯିବ ବୋଲି ଜଣାଯାଇଛି। ଏହି କାମରେ ୯୬ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଛି ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବା ଯୋଗୁଁ ଭବାନୀପାଟଣା ସହର ସଟ୍‌ଡାଉନ ହୋଇଥିଲା। ୭ ଓ ୮ ତାରିଖ ୨ ଦିନ ପାଇଁ ସଟ୍‌ଡାଉନ କରାଯିବା ନେଇ କଳାହାଣ୍ଡି ଜିଲ୍ଲାପାଳ ଡ଼ା. ଗାଭାଲି ପରାଗ ହର୍ଷଦ ଘୋଷଣା କରିଥିଲେ।
ଏହି ସଟଡାଉନ୍ ସମୟରେ ଭବାନୀପାଟଣା ସହରରେ ଗାଡ଼ି ଚଳାଚଳ ଓ ସମସ୍ତ କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଥିଲା। ଲୋକଙ୍କ ଘର ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାକୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ଭବାନୀପାଟଣା ସହରର ସମସ୍ତ ୨୦ ଟି ୱାର୍ଡ ରେ ସର୍ଭେ ପାଇଁ ଅଧିକାରୀ ନିଯୁକ୍ତି , ଗାଡି ଓ ମାଇକ ଘୋଷଣା ଓ ଅଧିକାରୀଙ୍କ ତାଲିମ ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।

publive-image

ସୂଚନାଯୋଗ୍ୟ, ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୮୭ରେ ପହଞ୍ଚିଛି । ସେଥିମଧ୍ୟରୁ ୨୫୩ ଜଣ ଚିକିତ୍ସିତ ହେଉଥିବା ବେଳେ ୨୩୨ ଜଣ ସୁସ୍ଥ ହୋଇଛନ୍ତି । ୨ ଜଣଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe