ଓଡ଼ିଆ ଗୀତରେ ରିଲ୍ସ କଲେ ତାଞ୍ଜାନିଆନ୍ କଣ୍ଟେଣ୍ଟ କ୍ରି‌ଏଟର କିଲି ପଲ୍, ଆଗରୁ ପ୍ରଶଂସା କରିଛନ୍ତି ମୋଦୀ

Advertisment
ଓଡ଼ିଆ ଗୀତରେ ରିଲ୍ସ କଲେ ତାଞ୍ଜାନିଆନ୍ କଣ୍ଟେଣ୍ଟ କ୍ରି‌ଏଟର କିଲି ପଲ୍, ଆଗରୁ ପ୍ରଶଂସା କରିଛନ୍ତି ମୋଦୀ

ନୂଆଦିଲ୍ଲୀ: ଓଡ଼ିଆ ଗୀତରେ ରିଲ୍ସ କଲେ ଇଣ୍ଟରନେଟ ସେନସେସନ କିଲି ପଲ୍ ଓ ତାଙ୍କ ଭଉଣୀ ନୀମା ପଲ୍। ବିଭିନ୍ନ ବଲିଉଡ ଗୀତରେ ରିଲ୍ସ ତିଆରି କରି ଲୋକପ୍ରିୟ ହୋଇଥିବା କିଲି ‌ପଲ୍ ଏବେ ଏକ ଓଡ଼ିଆ ଗୀତରେ ରିଲ୍ସ କରିଥିବା ଦେଖାଯାଇଛି।  ଏହି ରିଲ୍ସକୁ ୨ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି। କିଲି ଓଡ଼ିଆ ଗୀତ 'ଭଲ ପାଉଛି ତତେ ମୁଁ ୧୦୦ରୁ ୧୦୦' ଗୀତରେ ରିଲ୍ସ କରିଛନ୍ତି। ଏହି ଗୀତକୁ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଓ ଅସୀମା ପଣ୍ଡା ଗାଇଛନ୍ତି।

ତାଞ୍ଜାନିଆନ୍ କଣ୍ଟେଣ୍ଟ କ୍ରି‌ଏଟର କିଲି ପଲ୍ ଓଡ଼ିଆ ଗୀତରେ ରିଲ୍ସ କରିବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ନିଜ ରିଲ୍ସରେ କିଲି, ମଣ୍ଟୁ ଛୁରିଆ ଓ ଅସୀମା ପଣ୍ଡାଙ୍କୁ ଟ୍ୟାଗ୍ ମଧ୍ୟ କରିଥିବା ଦେଖାଯାଇଛି। ଏହା ପୂର୍ବରୁ କିଲି ଓ ତାଙ୍କ ଭଉଣୀ ନୀମା ବଲିଉଡ ଓ ଟଲିଉଡ ଗୀତରେ ରିଲ୍ସ କରିଥିବା ଦେଖାଯାଇଥିଲା। ଏମିତି କି ୨୦୨୨ରେ ମନ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଲିଙ୍କ ପ୍ରଶଂସା କରିଥିଲେ। ଏଥିରେ ଖୁସି‌ ହୋଇ କିଲି ଇନଷ୍ଟାରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିବା ଦେଖାଯାଇଥିଲା।

ଲୋକପ୍ରିୟତା ବଢ଼ିବା ପରେ କିଲି ବିଗ୍ ବସ୍ ସିଜିନ-୧୬ରେ ମଧ୍ୟ ନଜର ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe