ଆଇପିଏଲ୍‌: ବାଙ୍ଗାଲୋର ବିପକ୍ଷରେ ଟସ୍‌ ଜିଣି କୋଲକାତାର ବ୍ୟାଟିଂ ନିଷ୍ପତ୍ତି

Advertisment
ଆଇପିଏଲ୍‌: ବାଙ୍ଗାଲୋର ବିପକ୍ଷରେ ଟସ୍‌ ଜିଣି କୋଲକାତାର ବ୍ୟାଟିଂ ନିଷ୍ପତ୍ତି

Photo: ToI

ଆବୁଧାବି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ୩୯ତମ ମ୍ୟାଚ୍‌ କୋଲକାତା ନାଟଇ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ହେଉଛି। ଆବୁଧାବିର ଶେଖ ଜୟେଦ୍‌ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।

ଆଇପିଏଲ୍‌-୧୩ର ପଏଣ୍ଟ ଟେବୁଲରେ ୩ୟ ସ୍ଥାନରେ ଥିବା ରୟାଲ ଚ୍ୟାଲେଞ୍ଜ ବାଙ୍ଗାଲୋର ପୂର୍ବରୁ ୯ଟି ମ୍ୟାଚ୍‌ ଖେଳିଥିବା ବେଳେ ଆଜି କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ୧୦ମ ମ୍ୟାଚ୍‌ ଖେଳୁଛି। ବିରାଟ କୋହଲିଙ୍କ ନେତୃତ୍ୱରେ ଖେଳୁଥିବା ରୟାଲ ଚ୍ୟାଲେଞ୍ଜର ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍‌ ଜିତିଥିବା ବେଳେ ୩ଟିରେ ପରାଜିତ ହୋଇଛି।

ଚଳିତ ଆଇପିଏଲ୍‌ର ପଏଣ୍ଟ ଟେବୁଲରେ ୪ର୍ଥ ସ୍ଥାନରେ କୋଲକାତା ଆଜି ନିଜର ୧୦ମ ମ୍ୟାଚ୍‌ ଖେଳୁଛି। ପୂର୍ବରୁ ଖେଳିଥିବା ୯ଟି ମ୍ୟାଚରେ କୋଲକାତା ଟିମ୍‌ ୫ଟିରେ ବିଜୟ ହାସଲ କରିଥିବା ବେଳେ ୪ଟି ହାରିଛି। ଇଅନ୍‌ ମୋର୍ଗାନ୍‌ଙ୍କ ନେତୃତ୍ୱରେ କୋଲକାତା ନାଇଟ୍‌ ରାଇଡର୍ସ ଆଜିର ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ବାଙ୍ଗାଲୋର ସମକକ୍ଷ ହେବାକୁ ଚାହିଁବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe