Image Courtesy of NDTV
ନୂଆଦିଲ୍ଲୀ: ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ପାଇବାରୁ ଗତ ଜାନୁଆରି ମାସରେ ଲୋକସଭାରୁ ଅଯୋଗ୍ୟ ଘୋଷିତ ହୋଇଥିବା ‘ଏନ୍ସିପି’ ସାଂଦନ ମହମ୍ମଦ୍ ଫୈଜାଲ୍ଙ୍କୁ ଆଜି ଲୋକସଭା ସଚିବାଳୟ ପୁଣି ସାଂସଦ ଭାବେ ଅବସ୍ଥାପିତ କରିଛି।
ଲାକ୍ଷାଦ୍ବୀପ ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ବ କରୁଥିବା ଫୈଜାଲ୍ ସେସନ୍ ଅଦାଲତଙ୍କ ରାୟକୁ କେରଳ ହାଇକୋର୍ଟରେ ଚାଲେଞ୍ଜ୍ କରିଥିଲେ। କେରଳ ହାଇକୋର୍ଟରେ ସେ ଉକ୍ତ ମାଲାରେ ବିଜୟୀ ହୋଇଥିବାରୁ ତାଙ୍କ ସଦସ୍ୟତା ଫେରାଇ ଦିଆଯାଇଛି ବୋଲି ଲୋକସଭା ସଚିବାଳୟ କହିଛି।
କେରଳ ହାଇକୋର୍ଟଙ୍କ ୨୦୨୩ ଜାନୁଆରି ୨୫ ତାରିଖ ଆଦେଶ ଅନୁଯାୟୀ, ତାଙ୍କ ସଦସ୍ୟତା ପଦ ଫେରାଇ ଦିଆଯାଇଛି ବୋଲି ଏ ସଂକ୍ରାନ୍ତରେ ଜାରି କରିଥିବା ବିଜ୍ଞପ୍ତିରେ ଲୋକସଭା ସଚିବାଳୟ ଉଲ୍ଲେଖ କରିଛି। ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ପର୍ଯ୍ୟନ୍ତ ସେ ଲୋକସଭାର ସଦସ୍ୟ ହୋଇ ରହିବେ।
Image Courtesy of Zee Newsଉଲ୍ଲେଖଯୋଗ୍ୟ, ଏହି ମାମଲା ଏବେ ସୁପ୍ରିମ୍ କୋର୍ଟରେ ଦାଏର କରାଯାଇଛି। ହତ୍ୟା ଉଦ୍ୟମରେ ସେସନ୍ ଅଦାଲତା ଦୋଷୀ ସାବ୍ୟସ୍ତ କରି ଦେଇଥିବା ଶାସ୍ତି ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଥିବାରୁ ତାଙ୍କୁ ଲୋକସଭା ସଦସ୍ୟତା ପଦ ଫେରାଇ ଦିଆଯାଉ ବୋଲି ନିବେଦନ କରି ଫୈଜଲ୍ ମଙ୍ଗଳବାର ଦିନ ସୁପ୍ରିମ୍ କୋର୍ଟରେ ପିଟିସନ୍ ଦାଏର କରିଥିଲେ।
ସେଥିରେ ସେ ଉଲ୍ଲେଖ କରିଥିଲେ ଯେ, ତାଙ୍କ ବିରୋଧ ହୋଇଥିବା ଦଣ୍ଡାଦେଶ ଉପରେ ୨ ମାସରୁ ଅଧିକ ଦିନ ହେବ ରହିତାଦେଶ ଜାରି କରାଯାଇଥିବା ସତ୍ତ୍ବେ ତାଙ୍କ ଉପରୁ ଅଯୋଗ୍ୟତା ଆଦେଶ ପ୍ରତ୍ୟାହୃତ ନ କରିବା ହେଉଛି ଲୋକସଭା ସଚିବାଳୟର ବେଆଇନ କାର୍ଯ୍ୟାନୁଷ୍ଠାନ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୦୯ ନିର୍ବାଚନ ସମୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଏମ୍. ସୟିଦଙ୍କର ଜଣେ ଆତ୍ମୀୟଙ୍କୁ ହତ୍ୟା କରିବା ଉଦ୍ୟମ କରିଥିଲେ ବୋଲି ତାଙ୍କ ନାଁରେ ୧୦୧୬ରେ ମିଥ୍ୟା ମାମଲା ପଞ୍ଜିକୃତ କରାଯାଇଥିଲା।
Follow Us