ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଚାଷୀ ଠାରୁ ୧୫ଶହ ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ଲ୍ୟାମ୍ପ ପରିଚାଳନା ନିର୍ଦ୍ଦେଶକ

Advertisment
ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଚାଷୀ ଠାରୁ ୧୫ଶହ ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ଲ୍ୟାମ୍ପ ପରିଚାଳନା ନିର୍ଦ୍ଦେଶକ

ନବରଙ୍ଗପୁର: ମଣ୍ଡିରେ ଧାନ ବିକ୍ରି କରିବା ଲାଗି ଅନୁମିତି ଦେବା ପାଇଁ ୧୫ଶହ ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି ନବରଙ୍ଗପୁର ଲ୍ୟାମ୍ପ ପରିଚାଳନା ନିର୍ଦ୍ଦେଶକ ବାମଦେବ ପଟ୍ଟନାୟକ। ଚାଷୀଙ୍କୁ ଟୋକନ୍‌ ମାଧ୍ୟମରେ ଲ୍ୟାମ୍ପସ୍‌ରେ ଧାନ ବିକ୍ରି କରିବା ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ଅନେକ ଚାଷୀଙ୍କୁ ହଇରାଣ ହେବାକୁ ପଡୁଛି। ଏହି କ୍ରମରେ ନବରଙ୍ଗପୁର ସଦର ବ୍ଲକର ସାନମସିଗାଁ ପଞ୍ଚାୟତର ଦିଗାଗୁଡା ଗାଁର ଚାଷୀ ମୋତିରାମ ଭତ୍ରାଙ୍କୁ ମଧ୍ୟ ସହଜରେ ଟୋକନ ମିଳି ନ ଥିଲା। ତାଙ୍କ କହିବା ଅନୁଯାୟୀ, ସେ ଧାନ ବିକ୍ରି କରିବା ପାଇଁ ତାଙ୍କର ନାମ ପଞ୍ଜିକରଣ କରିଥିଲେ। ଏଥି ପାଇଁ ସେ ଆବେଦନ କରିବା ପରେ ସେ ଗତ ୧୮ ତାରିଖରେ ଧାନ ବିକ୍ରି କରିବା ପାଇଁ ତାଙ୍କ ମୋବାଇଲକୁ ମେସେଜ୍‌ ଆସିଥିଲା। କିନ୍ତୁ ତାଙ୍କୁ ଟୋକନ୍‌ ଆସି ନ ଥିଲା। କିନ୍ତୁ ୧୮ ତାରିଖ ବେଳକୁ ତାଙ୍କ ଧାନ ଅମଳ ହୋଇପାରି ନ ଥିବାରୁ ସେ ଧାନ ମଣ୍ଡିକୁ ନେଇ ପାରି ନ ଥିଲେ।

ଆଜ ସେ ଆଜି ତାଙ୍କର ୯୯.୩୨ କୁଇଣ୍ଟାଲ(୧୦୦ ଗୋଟି ବ୍ୟାଗ୍‌) ଧାନ ନେଇ ଧାନ ମଣ୍ଡିକୁ ଯାଇଥିଲେ। ତାଙ୍କର ଟୋକନ ନ ଥିବାରୁ ସେ ଟୋକନ ପାଇଁ ଲ୍ୟାମ୍ପ ପରିଚାଳନା ନିର୍ଦ୍ଦେଶକଙ୍କୁ ସାକ୍ଷାତ କରିଥିଲେ। କିନ୍ତୁ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପଟ୍ଟନାୟକ ତାଙ୍କ ଧାନ ବିକ୍ରି ନେଇ ୧୫ଶହ ଟଙ୍କା ଦେଲେ ତୁମ ଧାନ କିଣାଯାଇପାରିବ ବୋଲି କହିଥିଲେ।

ଚାଷୀ ମୋତିରାମ ଏ ସଂକ୍ରାନ୍ତରେ ନବରଙ୍ଗପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଅପରାହ୍ନ ୪ଟା ବେଳେ ଅଭିଯୋଗ କରିଥିଲେ। ଚାଷୀ ମୋତିରାମ ଭିଜିଲାନ୍ସ ଦ୍ଵାରା ପ୍ରଦାନ କରାଯାଇଥିବା ରଂଗ ବୋଳା ନୋଟ ୧୫ଶହ ଟଙ୍କା ନେଇ ସାନମସିଗାଁ ମଣ୍ଡିରେ ଲ୍ୟାମ୍ପ ପରିଚାଳନା ନିର୍ଦ୍ଦେର୍ଶକ ଶ୍ରୀ ପଟ୍ଟନାୟକଙ୍କୁ ଦେଇଥିଲେ। ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସର ଟିମ୍‌ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପଟ୍ଟନାୟକଙ୍କୁ କାବୁ କରିଥିଲେ। ନିର୍ଦ୍ଦେଶକ ଶ୍ରୀ ପଟ୍ଟନାୟକଙ୍କୁ ନବରଙ୍ଗପୁରସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରିଥିଲେ। ଭିଜିଲାନ୍ସ ଟିମ୍‌ ରାତି ପ୍ରାୟ ୯ଟା ବେଳେ ଲ୍ୟାମ୍ପସ କାର୍ଯ୍ୟାଳୟକୁ ଆସି ବି ଚଢ଼ାଉ କରିଥିଲେ।

ସେହିପରି ଶ୍ରୀ ପଟ୍ଟନାୟକଙ୍କ ଗୁଣପୁରସ୍ଥିତ ଭଡ଼ାରେ ରହୁଥିବା ବାସଗୃହରେ ବି ଚଢ଼ାଉ ଚାଲିଥିବାର ଭିଜିଲାନ୍ସ ବିଭାଗ ସୂତ୍ରରୁ ଜଣାପଡିଛି। ପ୍ରକାଶ ଥାଉକି ଥରେ ଧାନ ବିକ୍ରି କରିବା ପାଇଁ ମେସେଜ୍‌ କିମ୍ବା ଟୋକନ୍‌ ବାହାରିଲେ ଚାଷୀ ୧ ମାସ ମଧ୍ୟରେ ଧାନ ବିକ୍ରି କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe