ମୃତ୍ୟୁର ୨ ଦିନ ପୂର୍ବରୁ ଇୟରଫୋନ ମଗାଇ ଏହି ବ୍ୟକ୍ତିଙ୍କ ଗୀତ ଶୁଣିଥିଲେ ଲତା ଦିଦି

Advertisment
ମୃତ୍ୟୁର ୨ ଦିନ ପୂର୍ବରୁ ଇୟରଫୋନ ମଗାଇ ଏହି ବ୍ୟକ୍ତିଙ୍କ ଗୀତ ଶୁଣିଥିଲେ ଲତା ଦିଦି

ମୁମ୍ବାଇ: ଭାରତରତ୍ନ କୋକିଳକଣ୍ଠୀ ଲତା ମଙ୍ଗେସକର  ଆଉ ନାହାନ୍ତି। ଆଜି ସକାଳ ୮ଟା ୧୨ ମିନିଟ ସମୟରେ ମୁମ୍ବାଇର ବ୍ରିଚକାଣ୍ଡି ହସ୍ପିଟାଲରେ ୯୨ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ତେବେ ଶେଷ ସମୟରେ ସେ କାହାକୁ ଅଧିକ ମନେ ପକାଇଥିଲେ, ତାହା ସାମ୍ନାକୁ ଆସିଛି। ମୃତ୍ୟୁର ୨ ଦିନ ପୂର୍ବରୁ ସେ ଇୟରଫୋନ ମଗାଇଥିବା କଥା ମଧ୍ୟ ସାମ୍ନାକୁ ଆସିଛି।

ଲତା ମଙ୍ଗେସକରଙ୍କ ଭାଇ ହୃଦୟନାଥ ମଙ୍ଗେସକର କହିଛନ୍ତି ଯେ, ଲତା ଦିଦି ଶେଷ ସମୟରେ ବାପା ଦିନାନାଥ ମଙ୍ଗେସକରଙ୍କୁ ମନେ ପକାଉଥିଲେ। ମୃତ୍ୟୁର ଦୁଇ ଦିନ ପୂର୍ବରୁ ଇୟରଫୋନ ମଗାଇ ଲତା ଦିଦି ପିତାଙ୍କ ରେକର୍ଡିଂ ଶୁଣୁଥିଲେ। ଏପରିକି ସେହି ଗୀତକୁ ଗାଇବାକୁ ମଧ୍ୟ ଚେଷ୍ଟା କରିଥିଲେ। ତାଙ୍କୁ ମାସ୍କ ହଟାଇବାକୁ ବାରଣ କରାଯାଇଥିଲେ ବି ସେ ମାସ୍କ ହଟାଇ ଗୀତ ଗାଉଥିଲେ।

लता मंगेशकर aajtak

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଜାନୁଆରି ମାସ ପ୍ରାରମ୍ଭରେ କୋଭିଡ୍‌ ପଜିଟିଭ୍‌ ଜଣାପଡ଼ିବା ପରେ ଲତା ମଙ୍ଗେସ୍‌କରଙ୍କୁ ମୁମ୍ବାଇସ୍ଥିତ ‘ବ୍ରିଚ୍‌ କାଣ୍ଡି ହସ୍ପିଟାଲ୍‌’ରେ ଭର୍ତ୍ତି କରାଯାଇଥିଲା। ସେ କୋଭିଡ୍‌-୧୯ ଓ ନିମୋନିଆରେ ସଂକ୍ରମିତ ହୋଇଥିଲେ। ଚିକିତ୍ସାର କିଛି ଦିନ ‌‌ପରେ ସେ ସୁସ୍ଥ ହୋଇଥିଲେ ବି ସ୍ବାସ୍ଥ୍ୟାବସ୍ଥା ପୁଣି ଗୁରୁତର ହେବାରୁ ତାଙ୍କୁ ଗତକାଲି ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ଲତାଙ୍କ ବିୟୋଗରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଆଜି ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରରେ ଲତା ମଙ୍ଗେସକରଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe