ମଇ ୨୫ ତାରିଖ ଦିନ ଆନ୍ଧ୍ର ଓଡିଶାକୁ ବନ୍ଦ ରଖିବା ପାଇଁ ଚିଠି ଜାରି କରିଲେ ମାଓବାଦୀ

Advertisment
ମଇ ୨୫ ତାରିଖ ଦିନ ଆନ୍ଧ୍ର ଓଡିଶାକୁ ବନ୍ଦ ରଖିବା ପାଇଁ ଚିଠି ଜାରି କରିଲେ ମାଓବାଦୀ

ମାଲକାନଗିରି: ଆଜି ଚିତ୍ରକୋଣ୍ଡା ଗଣମାଧ୍ୟମକୁ ତେଲୁଗୁ ଭାଷାରେ ଦୁଇ ପୃଷ୍ଠା ଚିଠି ଜାରି କରିଛନ୍ତି ମାଓବାଦୀ । ମଇ ଆଠ ତାରିଖରେ ପାଡୁଆ ଏନକାଉଣ୍ଟରକୁ ତୀବ୍ର ନିନ୍ଦା କରିଛନ୍ତି aobszc ଆନ୍ଧ୍ର ଓଡିଶା ବୋର୍ଡର ସ୍ବତନ୍ତ୍ର ଜୋନାଲ କମିଟିର ମାଓବାଦୀ ସଂପାଦକ କମରେଡ ଗଣେଶ ।  ଏହି ଏନକାଉଣ୍ଟରରେ ପ୍ରାଣ ହରାଇଥିବା ୫ଜଣ ମାଓବାଦୀଙ୍କ ଉଦେଶ୍ୟରେ  ଚଳିତ ମାସ ପଚିଶ ତାରିଖ ଦିନ ଆନ୍ଧ୍ର ଓଡିଶାକୁ ବନ୍ଦ ରଖିବା ପାଇଁ ଚିଠିରେ ଲେଖା ଯାଇଛି।

ଏଥିରେ ଆହୁରି ମଧ୍ୟ ଲେଖା ହୋଇଛି  ଯେ ପଡୁଆ ଅଂଚଳରେ ଲୁଚି ରହିଥିବା ଖଣିଜ ସମ୍ପଦକୁ ଲୁଟ କରିବା ପାଇଁ ବଜେପି, ବିଜେଡି ଓ ଟିଡିପି ରାସ୍ତା ଘାଟ ଓ ମୋବାଇଲ ଟାୱାର ନିର୍ମାଣ କରୁଛନ୍ତି । କିନ୍ତୁ ମେଡିକାଲ ସୁବିଧା ଓ ଆଦିବାସୀଙ୍କ ଜଙ୍ଗଲ ଜମି ପଟା ପ୍ରଦାନକୁ ଇଚ୍ଛା ପ୍ରକଟ କରୁନାହାନ୍ତି ଏହି ଦଳଗୁଡିକ ବୋଲି ଚିଠିରେ ଲେଖା ହୋଇଛି। ଏହି ଚିଠି ଏବେ ଦକ୍ଷିଣ ଓଡ଼ିଶାରେ ଭୟର ବାତାବରଣ ତିଆରି କରିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe