ସତ୍କାର ପାଇଁ ଅର୍ଥ ନ ଥିବାରୁ ଶବ ଜଗି ଶୋଇଛନ୍ତି ପରିବାର ଲୋକେ

Advertisment
ସତ୍କାର ପାଇଁ ଅର୍ଥ ନ ଥିବାରୁ ଶବ ଜଗି ଶୋଇଛନ୍ତି ପରିବାର ଲୋକେ

Image Courtesy of HT

ଜଳନ୍ଧର: ଦଲିପ ସିଂହ ମରିବାର ୩ ଦିନ ହୋଇଗଲାଣି। ୨୦୧୭ ମସିହାର ଶେଷ ଦିନରେ ରାସ୍ତା ଦୁର୍ଘଟନାରେ ତାଙ୍କର ମୃତ୍ୟୁ ହୋଇଥିଲା। ତଥାପି ପତ୍ନୀ ପାଲମ ତାଙ୍କ ଶବ ପାଖରେ ଶୋଉଛନ୍ତି। ତାଙ୍କ ତିନି ବର୍ଷର ଝିଅ ଅଞ୍ଜଳି ମଧ୍ୟ ମରିଯାଇଛି। କିନ୍ତୁ, ଏ ଯାଏଁ ପୋତା ହୋଇ ନାହିଁ। ଶେଷ କୃତ୍ୟ କରାଇବାକୁ ପାଖରେ ଅର୍ଥ ନାହିଁ ବୋଲି କହନ୍ତି ପାଲମ। ତାଙ୍କ ନିଜ ଗୋଡ଼ ମଧ୍ୟ ଭାଙ୍ଗି ଯାଇଛି, ହେଲେ ଚିକିତ୍ସା ପାଇଁ ପଇସା ନାହିଁ।

ଜଳନ୍ଧରରେ ଦୁର୍ଘଟନା ପରେ ସେ ଏକା ଏମିତି ଦୁର୍ଦ୍ଦଶା ଭୋଗୁ ନାହାନ୍ତି। ମହିନ୍ଦର ନାମକ ଅନ୍ୟ ଜଣେ ୨୩ ବର୍ଷିୟ ମୃତବ୍ୟକ୍ତଙ୍କ ବିଧବା କହନ୍ତି ସାତ ମାସର ଅନ୍ତଃସତ୍ତ୍ୱା ଥିବା ୨୧ ବର୍ଷୀୟ ନୀଲମ୍‌ କହନ୍ତି: ଦୁର୍ଘଟନାବେଳେ ସ୍ୱାମୀଙ୍କ ସହ ମୁଁ ଥାଆନ୍ତି କି। ମୋ ସାମ୍ନାରେ ତାଙ୍କ ଶବ ପଡ଼ିଛି। ମୁଁ ଏଡ଼େ ନିଃସହାୟ ଯେ ତାଙ୍କର ଶେଷକୃତ୍ୟ କରି ପାରୁ ନାହିଁ। ୫ ଜଣ ମୃତ ବ୍ୟକ୍ତିଙ୍କ ମଧ୍ୟରୁ ୪ ଜଣଙ୍କର ଅନ୍ତିମ ସତ୍କାର କରାଇବାକୁ ତାଙ୍କର ଆତ୍ମୀୟ ଅସମର୍ଥ। ସେଥିପାଇଁ ରେଡ୍‌କ୍ରସ୍‌ ତରଫରୁ ପ୍ରତ୍ୟେକଙ୍କୁ ୪ ହଜାର ଟଙ୍କା ଲେଖାଏଁ ଦିଆଯାଇଛି। ଏଥିରେ କେବଳ କଫିନ୍‌ ଖରିଦ କରିହେବ।

ମୃତବ୍ୟକ୍ତିଙ୍କ ମଧ୍ୟରେ ଥିବା ଭୋଳା ନାମକ ବ୍ୟକ୍ତିଙ୍କ ଭାଇ କହନ୍ତି: କାଳେ କେହି ଜୀବଜନ୍ତୁ ଶବ ନଷ୍ଟ କରି ପକାଇବ ସେଇଥି ପାଇଁ ଆମେ ଗତ ତିନି ଦିନ ହେବ ଶବ ସହ ଶୋଉଛୁ। ଆମେ ନିତାନ୍ତ ଗରିବ ହୋଇଥିବାରୁ ଶବ ସତ୍କାର ପାଇଁ ଖର୍ଚ କରିବାକୁ ଅସମର୍ଥ।

ଏହି ଶ୍ରମିକ ପରିବାର ଲାମ୍ବ୍ରା ଗ୍ରାମ ନିକଟରେ ଥିବା ବସ୍ତିରେ ରହନ୍ତି। ଡିସେମ୍ବର ମାସ ମଝିଆମଝି ସେମାନେ ଜାଗ୍ରଓନ୍‌ରୁ ଆସି ଏଠାରେ ରହୁଥିଲେ। ଏକ ସ୍ଥାନୀୟ ଗୀର୍ଜାରେ ସେମାନେ ବଡ଼ଦିନ ଏବଂ ନବବର୍ଷ ଉତ୍ସବ ଦେଖିବାକୁ ଚାହୁଁଥିଲେ। ସେମାନେ ଗୋଟାଏ ଅଟୋରେ ଗୀର୍ଜାରୁ ଫେରୁଥିବା ସମୟରେ ଅନ୍ୟ ଏକ ଗାଡ଼ି ସହ ଅଟୋଟି ଧକ୍କା ଖାଇଥିଲେ। ଦୁର୍ଘଟଣାରେ ଅଟୋ ଚାଳକ ମଧ୍ୟ ପ୍ରାଣ ହରାଇଥିଲେ। ତାଙ୍କର ଶେଷକୃତ୍ୟ ସମାପନ କରାଯାଇଛି। କିନ୍ତୁ, ମହିନ୍ଦର, ଧରମ ଦେବୀ ଏବଂ ଦାଲିପ ଏବଂ ତାଙ୍କ ଝିଅ ଅଞ୍ଚଳିଙ୍କର ଶବ ସତ୍କାର ହୋଇ ନାହିଁ।

ପରିବାର ସଦସ୍ୟ ମାନେ କହନ୍ତି: ଦୁର୍ଘଟନା ଯୋଗୁଁ ଆହତ ହୋଇଥିବା ଛଅ ଜଣ ଲୋକ ମଧ୍ୟ ଚିକିତ୍ସିତ ହେଉ ନାହାନ୍ତି। କେବଳ ଜୋହିଲ ନାମକ ଜଣେ ପୀଡ଼ିତଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ସ୍ଥାନୀୟ ସିଭିଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି।

ଗତ ତିନି ଦିନ ହେବ ଗୀର୍ଜ ପରିଚାଳନା କମିଟି ଏବଂ କେତେକ ଗ୍ରାମବାସୀ ସେମାନଙ୍କୁ ଖାଇବାକୁ ଦେଉଛନ୍ତି।

ମଙ୍ଗଳବାର ଦିନ ସବ୍‌ ଡିଭିଜ୍‌ନାଲ୍‌ ମାଜିଷ୍ଟ୍ରେଟ୍‌ ପରମବୀର ସିଂହ ଏବଂ ଲାମ୍ବ୍ରା ପୁଲିସ ଅଧିକାରୀମାନେ ସେମାନଙ୍କୁ ଭେଟି ଅର୍ଥନୈତିକ ସାହାଯ୍ୟ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଡେପୁଟି କମିସନର୍‌ ବରିନ୍ଦର୍‌ କୁମାର ଶର୍ମା କହନ୍ତି: ପ୍ରଶାସନ ସେ ପରିବାରମାନଙ୍କ ପ୍ରତି ସମ୍ବେଦନା ପ୍ରଦର୍ଶନ କରିଛି। ରେଡ୍‌ କ୍ରସ୍‌ ସୋସାଇଟି ପ୍ରତ୍ୟେକ ପରିବାରଙ୍କୁ ୪ ହଜାର ଟଙ୍କା ଲେଖାଁଏ ଦେଇଛି। ଏବେ ସେମାନେ ଶେଷକୃତ୍ୟ କରିବାକୁ ରାଜି ହୋଇଛନ୍ତି। ସରକାରୀ ଖର୍ଚରେ ଆହତମାନଙ୍କୁ ଚିକିତ୍ସା କରାଇବାକୁ ମୁଁ ସିଭିଲ୍‌ ହସ୍‌ପିଟାଲ୍‌ର ମେଡିକାଲ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କୁ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe