ପ୍ରେମକୁ ମିଳିଲାନି ସ୍ବୀକୃତି: ଜୀବନ ହାରିଲେ ସୋନୁ ଓ ସୁନୀତା

Advertisment
ପ୍ରେମକୁ ମିଳିଲାନି ସ୍ବୀକୃତି: ଜୀବନ ହାରିଲେ ସୋନୁ ଓ ସୁନୀତା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଜରଡ଼ା ଥାନା ଅନ୍ତର୍ଗତ ସାମନ୍ତରାପୁରରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ପ୍ରେମୀଯୁଗଳ ହେଲେ ସୋନୁ ବେହେରା ଓ ସୁନୀତା ପ୍ରଧାନ। ଘର ଲୋକେ ବିବାହ ପାଇଁ ଅନୁମତି ନ ଦେବାରୁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଜରଡା ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମେ ପ୍ରେମିକ ସୋନୁ ବେହେରା ଆତ୍ମହତ୍ୟା କରିଥିଲେ। ପ୍ରେମିକା ପ୍ରେମିକକୁ ଏକ ଗଛରେ ବେକରେ ରଶି ଦେଇ ଝୁଲୁଥିବା ଦେଖୁ ପ୍ରେମିକ ପ୍ରେମିକାର ଗୋଡ଼ ଦୁଇଟାକୁ ଟେକି ଧରିଥିଲେ କାଳେ ବଞ୍ଚିଯିବ ଭାବି। ପରେ ପ୍ରେମିକ ଘର ଲୋକେ ଉକ୍ତ ଯୁବତୀକୁ ମୋ ପୁଅ ତୋ ପାଇଁ ଫାସିଦେଲା। ତୁ ମୋ ପୁଅକୁ ମାରିଦେଲୁ କହିଥିଲେ। ଏହାର କିଛି ସମୟ ପରେ ପ୍ରେମିକା ସୁନୀତା ପ୍ରଧାନ ଏକ ଗଛରେ ଚୁନି ବାନ୍ଧି ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରେ ଜରଡା ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe