ମା’ ଡୁକ୍ରୀବୁଢ଼ୀଙ୍କ ଛତର ଯାତ୍ରା ସମ୍ପନ୍ନ

Advertisment
ମା’ ଡୁକ୍ରୀବୁଢ଼ୀଙ୍କ ଛତର ଯାତ୍ରା ସମ୍ପନ୍ନ

ବୋର୍ଡା : ଭବାନୀପାଟଣା ସଦର ବ୍ଲକ ବୋର୍ଡା ମିଲକୀ ପ୍ରଗଣାର ଅଧିଷ୍ଠାତ୍ରୀ ଦେବୀ ମା’ ଡୁକ୍ରୀବୁଢ଼ୀଙ୍କ ପବିତ୍ର ବିଜୟ ଛତର ଯାତ୍ରା ବୁଧବାର ଅନୁଷ୍ଠିତ ହୋଇଛି। ସକାଳ ୯ଟାରୁ ମନ୍ଦିରରେ ମା’ଙ୍କ ନୀତିକାନ୍ତି ପୂଜା ଆରମ୍ଭ ହୋଇଥିଲା। ଅପରାହ୍ନ ୧.୩୦ରେ ମା’ଙ୍କ ବିଜୟ ପ୍ରତିମା ଛତର ନଗର ପରିକ୍ରମା କରିଥିଲା। ଘଣ୍ଟ, ଶଙ୍ଖ, ଘୁମୁରା, ଦୁଲଦୁଲି ଆଦି ସାଂସ୍କୃତିକ ଦଳର ବାଜାରେ ମିଲ୍‌କୀ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା।

publive-image

ଦୀର୍ଘ ତିନି କିଲୋମିଟରର ଯାତ୍ରା ପରେ ମା’ଙ୍କ ଛତର ସନ୍ଧ୍ୟା ୮ଟାରେ ମନ୍ଦିର ପ୍ରତ୍ୟାବର୍ତ୍ତନ କରିଥିଲେ। ଚଳିତ ବର୍ଷ ୪୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରଯାଇଥିଲା। ସ୍ଥାନୀୟ ପୁଲିସ୍ ସହ ଦୁଇ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଖୋଲା ଯାଇଥିଲା। ବୋର୍ଡା ଚନ୍ଦ୍ରିକା ଜୈନ ଡିଗ୍ରି ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ଛାତ୍ରଛାତ୍ରୀଙ୍କ ଭୂମିକା ବେଶ ପ୍ରଶଂସନୀୟ ଥିଲା।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe