ମାହାଙ୍ଗା ଡବଲ ମର୍ଡରର ଡେମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ : ଘଟଣାସ୍ଥଳରୁ ମାରଣାସ୍ତ୍ର ଜବତ, ୪ ଗିରଫ

ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ କଟକ ଗ୍ରାମାଞ୍ଚଳ ଏସ୍‌ପି

ମାହାଙ୍ଗା ଡବଲ ମର୍ଡରର ଡେମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ : ଘଟଣାସ୍ଥଳରୁ ମାରଣାସ୍ତ୍ର ଜବତ, ୪ ଗିରଫ

କଟକ: ବହୁଚର୍ଚ୍ଚିତ ମାହାଙ୍ଗା ବିଜେପି ନେତା ଓ ସହଯୋଗୀଙ୍କ ହତ୍ୟା ମାମଲାରେ ଅଟକ ଥିବା ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ପୁଲିସ ଗିରଫ କରିଛି। ହତ୍ୟାଘଟଣାର ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀଙ୍କ ସମେତ ଅରବିନ୍ଦ ଖଟୁଆ, କ୍ଷୀତିଶ ଆଚାର୍ଯ୍ୟ ଓ ଲଲିତ ମୋହନ ବରାଳଙ୍କୁ ଗିରଫ କରିଛି କଟକ ଗ୍ରାମାଞ୍ଚଳ ପୁଲିସର ପ‌ାଞ୍ଚ ଜଣିଆ ଟିମ୍‌। ଏହି ହତ୍ୟାକାଣ୍ତରେ ଆଉ କେଉଁ ମାନେ ସମ୍ପୃକ୍ତ ରହିଛନ୍ତି ତାହାର ତଦନ୍ତ ଜାରି ରହିଥିବା ଗ୍ରାମାଞ୍ଚଳ ଏସ୍‌ପି ବି. ଯୁଗଳ କିଶୋର ସୂଚନା ଦେଇଛନ୍ତି। ଏଥିସହ କେମିତି ହତ୍ୟା କରାଯାଇଥିଲା ତାହାର ଡେମୋ ଦେଖାଇଛନ୍ତି ଅପରାଧୀ । ହତ୍ୟାକାଣ୍ତସ୍ଥଳରେ ସ୍କ୍ରିନ୍‌ ରିକ୍ରିଏସନ୍‌ କରାଯାଇଥିବା ବ‌େଳେ ଘଟଣାସ୍ଥଳରୁ ବଡ଼ ଖଣ୍ତା ଜବତ କରିଛି ପୁଲିସ।

publive-image

କଟକ ଗ୍ରାମାଞ୍ଚଳ ଏସ୍‌ପି ବି. ଯୁଗଳ କିଶୋର ସାମ୍ବାଦିକ ସମ୍ମିଳନୀରେ  କହିଛନ୍ତି ଯେ  ମୁଖ୍ୟ ଅଭିଯୁକ୍ତ ସହ ୪ ଜଣଙ୍କୁ ଗିରଫ କରାଯାଇଛି। ଏହାଛଡ଼ା ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି। ତେବେ ତଦନ୍ତ ଚାଲୁ ରହିଥିବା ହେତୁ  ପରବର୍ତ୍ତୀ ଅବସ୍ଥାରେ ଅଧିକ କିଛି କୁହାଯାଇପାରିବ ବୋଲି ସେ କହିଛନ୍ତି।

publive-image

ସୂଚନାଯୋଗ୍ୟ, ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଗତ ୨ ତାରିଖ ବିଳମ୍ବିତ ରାତିରେ ଜଂକୋଟି ନିକଟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ଗୁରୁତର ଆହତ ହୋଇଥିବା‌ ଏହି ଦୁଇଜଣଙ୍କୁ  ମାହାଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି  ଉଦ୍ଧାର କରି ଡ଼ାକ୍ତରଖାନା ପଠାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଡ଼ାକ୍ତର କୁଳମଣି ବରାଳଙ୍କୁ ମୃତ ଘୋଷଣା କରିଥିଲା। ଏହାପ‌ରେ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ହୋଇଥିଲା। ତେବେ ରାଜନୈତିକ ଶତ୍ରୁତାରୁ ଏହି ହତ୍ୟାକାଣ୍ତ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି।

ହତ୍ୟାକାଣ୍ତର ତଦନ୍ତ ପାଇଁ  କଟକ ଗ୍ରାମାଞ୍ଚଳ ପୁଲିସ ଦ୍ବାରା ୫ ଜଣିଆ ଟିମ୍‌ ଗଠନ କରାଯାଇଥିଲା। ତେବେ ଗତକାଲି ବିଳମ୍ବିତ ରାତିରେ ପାଞ୍ଚ ଜଣିଆ ଗଠିତ ଟିମ୍ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ବିିଭିନ୍ନ ଅଞ୍ଚଳରୁ ଧରି ଅଟକ ରଖି ଅଲଗା ଅଲଗା ଜେରା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe