୩ ବସ୍ତା ମହୁଲି ଜବତ: ଅଭିଯୁକ୍ତ ଅଟକ

Advertisment
୩ ବସ୍ତା ମହୁଲି ଜବତ: ଅଭିଯୁକ୍ତ ଅଟକ

ଯାଜପୁର: ଅବକାରୀ ବିଭାଗ ୩ ବସ୍ତା ମହୁଲି ଜବତ କରିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଯାଜପୁର ଟାଉନ ଥାନା ମୋଟରାଙ୍ଗପାଳ ଗାଁର କୈଳାସ ଜେନାଙ୍କ ଘରୁ ମହୁଲି ଜବତ କରାଯାଇଛି। ଆଜି ସକାଳୁ  ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ୩ ବସ୍ତା ମହୁଲି ଜବତ କରାଯାଇଥିଲା।

publive-image

କୈଳାସ ଦୀର୍ଘ ଦିନରୁ ମହୁଲି ବେପାର କରିଆସୁଥିବା ବେଳେ ଅବକାରୀ ବିଭାଗକୁ ଚକମା ଦେଇ ଆସୁଥିଲା। ଏହି ଘଟଣାରେ କୈଳାସକୁ ଅଟକ ରଖି ପଚରାଉଚରା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe