ମକର ସଂକ୍ରାନ୍ତି ଅବସରରେ ନବଉତ୍କଳର ନିର୍ମାତା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କୁ ନିଆରା ଢଙ୍ଗରେ ଦିଆଗଲା ଶ୍ରଦ୍ଧାଞ୍ଜଳି

Advertisment
ମକର ସଂକ୍ରାନ୍ତି ଅବସରରେ ନବଉତ୍କଳର ନିର୍ମାତା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କୁ ନିଆରା ଢଙ୍ଗରେ ଦିଆଗଲା ଶ୍ରଦ୍ଧାଞ୍ଜଳି

ବାରିପଦା/ବେତନଟୀ: ଜିଲ୍ଲାର ଗଣପର୍ବ ମକର ସଂକ୍ରାନ୍ତି ଅବସରରେ ନବଉତ୍କଳର ନିର୍ମାତା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ଯୁବ ଚିତ୍ରକର ସମରେନ୍ଦ୍ର ବେହେରା। ବେତନଟୀ ଅଞ୍ଚଳର ଏହି ଶିଳ୍ପୀଜଣଙ୍କ ବୃକ୍ଷରେ ମହାରାଜାଙ୍କର ୪ ଫୁଟ ଉଚ୍ଚତାର ଏକ ପୂର୍ଣ୍ଣାୟବ ପ୍ରତିମୂର୍ତ୍ତି ଅଙ୍କନ କରିଛନ୍ତି। ପୂର୍ବରୁ ସମରେନ୍ଦ୍ର ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ, ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମ, ବର୍ତ୍ତମାନର ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିତ୍ର ବୃକ୍ଷରେ ଆଙ୍କି ସାରିଛନ୍ତି।

ମାତ୍ର ପ୍ରଥମ ଥର ପାଇଁ ଏକ ପୂର୍ଣ୍ଣାୟବ ପ୍ରତିମୂର୍ତ୍ତି ଖୋଦେଇ କରିଛନ୍ତି। ମୟୂରଭଞ୍ଜ ତଥା ଓଡ଼ିଶା ପାଇଁ ମହାରାଜାଙ୍କର ପ୍ରଭୂତ ଅବଦାନ ରହିଛି। ଏହା ମହାରାଜା ପ୍ରତି ଏକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ବୋଲି କହିଛନ୍ତି ସମରେନ୍ଦ୍ର। ଏହି ଅବସରରେ ସମସ୍ତଙ୍କୁ ମକର ପର୍ବର ଶୁଭେଚ୍ଛା ଜଣାଇଛନ୍ତି ସେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe