ଚାଞ୍ଚଲ୍ୟକର ଅଡିଓ ଟେପ୍ ଜାରି କଲେ ବିଜେପି ନେତା; ଦିଦି ମୋତେ ନନ୍ଦିଗ୍ରାମରୁ ଜିତିବା ପାଇଁ ସାହାଯ୍ୟ ମାଗିଥିବା ଦାବି କ‌ଲେ

Advertisment
ଚାଞ୍ଚଲ୍ୟକର ଅଡିଓ ଟେପ୍ ଜାରି କଲେ ବିଜେପି ନେତା; ଦିଦି ମୋତେ ନନ୍ଦିଗ୍ରାମରୁ ଜିତିବା ପାଇଁ ସାହାଯ୍ୟ ମାଗିଥିବା ଦାବି କ‌ଲେ

indiatoday

ନନ୍ଦିଗ୍ରାମ: ଆଜି ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିଲା। ଚଳିତ ବର୍ଷ ବାଜି କିଏ ମାରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ବିଜେପି ନେତା ପ୍ରଲୟ ପାଲ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ପୂର୍ବରୁ ଫୋନ କରି ତାଙ୍କୁ ନନ୍ଦିଗ୍ରାମରୁୁ ଜିତିବା ପାଇଁ ସାହାଯ୍ୟ ମାଗିଥିବା କହିଛନ୍ତି ପ୍ରଲୟ ପାଲ। ନନ୍ଦିଗ୍ରାମରୁ ବିଜେପି ପୂର୍ବତନ ଟିଏମସି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କୁ ସମର୍ଥନ ନ କରିି ମୋତେ ସମର୍ଥନ କର ବୋଲି ପ୍ରଲୟଙ୍କୁ କହିଥିଲେ ଦିଦି।

ચૂંટણીના મતદાન વચ્ચે ભાજપના નેતાનો મોટો દાવો- 'મમતા બેનર્જીએ મને ફોન કર્યો અને કહ્યું કે...' I Mamata Banerjee called me asking for help in Nandigram, claims Suvendu aide, releases ... VTV Gujarati

ପ୍ରଲୟ ଏଭଳି ଦାବିି କରିବା ସହ ଅଡିଓ ଟେପ ମଧ୍ୟ ଜାରି କରିଛନ୍ତି। ହେଲେ ଅଡିଓରେ ଶୁଭୁଥିବା ସ୍ବରଟି ଦିଦିଙ୍କର ନୁହେଁ ‌ବୋଲି କହିଛି ଟିଏମସି। ତେବେ ଆଜି ବିଜେପି ପକ୍ଷରୁ ଜାରି କରାଯାଇଥିବା ଭିଡିଓରେ ପ୍ରଲୟ କହିଛନ୍ତି ଯେ, ଦିଦି ଚାହୁଁଥିଲେ ମୁଁ ତାଙ୍କ ପାଇଁ କାମ କରେ ଏବଂ ଟିଏମସିରେ ପୁଣି ଥରେ ସାମିଲ ହୁଏ । କିନ୍ତୁ ମୁଁ ଦୀର୍ଘ ଦିନ ଧରି ଶୁଭେନ୍ଦୁ ଅଧିକାରୀ ଏବଂ ଅଧିକାରୀ ପରିବାର ସହିତ ଜଡିତ ଅଛି। ମୁଁ ବର୍ତ୍ତମାନ ଭାରତୀୟ ଜନତା ପାର୍ଟି ପାଇଁ କାର୍ଯ୍ୟ କରୁଛି। ଯେତେବେଳେ ସିପିଆଇ (ଏମ୍) ନନ୍ଦିଗ୍ରାମର ଲୋକଙ୍କୁ ନିର୍ଯାତନା ଦେଉଥିଲା, ସେତେବେଳେ ଅଧିକାରୀ ପରିବାର ହିଁ ଆମ ପାଇଁ ଠିଆ ହୋଇଥିଲେ। ମୁଁ ସେମାନଙ୍କ ବିରୋଧରେ ଯାଇ ନାହିଁ ଏବଂ ମୁଁ କେବେ ଏଭଳି କରିବା ପାଇଁ ସାହାସ କରିବି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe