ଏଚ୍‌ଡି ରେବନ୍ନା ତାଙ୍କ ମାଆଙ୍କ ଅପହରଣ କରିଛନ୍ତି ବୋଲି ଅଭିଯୋଗ ଆଣିଲେ ଯୁବକ

Advertisment
ଏଚ୍‌ଡି ରେବନ୍ନା ତାଙ୍କ ମାଆଙ୍କ ଅପହରଣ କରିଛନ୍ତି ବୋଲି ଅଭିଯୋଗ ଆଣିଲେ ଯୁବକ

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଏଚଡି ରେବନ୍ନା ଏବଂ ତାଙ୍କ ପୁଅ ପ୍ରଜ୍ବଳ ରେବନ୍ନା ନିକଟରେ ଏବ ବିରାଟ ଅସୁବିଧାରେ ଫଶିଛନ୍ତି। ଦୁଇ ବାପପୁଅଙ୍କ ନାମରେ ଯୌନ ଶୋଷଣର ଅଭିଯୋଗ ଆସିଥିବା ବେଳେ ‌ଏବେ ଏଚଡି ରେବନ୍ନାଙ୍କ ନାମରେ ନୂଆ ଏକ ଅଭିଯୋଗ ଆସିଛି।

ବାପପୁଅଙ୍କ ବିରୋଧରେ ହୋଲେନାରସିପୁରା ଥାନାରେ ଏକ ନିର୍ଯାତନା ମାମଲା ରୁଜୁ ହୋଇସାରିଛି। ରାଜ୍ୟ ଗୃହମନ୍ତ୍ରୀ ଜି ପରମେଶ୍ୱରଙ୍କ ଅନୁଯାୟୀ ବୁଧବାର ରାତିରେ ଆଉ ଏକ ଅଭିଯୋଗ ପଞ୍ଜିକୃତ ହୋଇଛି।

ତେବେ ଦାଖଲ ହୋଇଥିବା ଏହି ନୂତନ ମାମଲାରେ ମୌସୁରୁ ଜିଲ୍ଲାର କ୍ରିଷ୍ଣାରାଜ ନଗର ସହରର ୨୦ ବର୍ଷୀୟ ଅଭିଯୋଗକାରୀ କହିଛନ୍ତି ଯେ ତାଙ୍କ ମାଙ୍କୁ ରେବାନ୍ନା ଅପହରଣ କରି ନେଇଛନ୍ତି।

ସେ କହିଛନ୍ତି ଯେ ଛଅ ବର୍ଷ ପୂର୍ବେ ତାଙ୍କ ମା ହୋଲେନାରାସିପୁରାରେ ରେବନ୍ନା ବାସଭବନରେ କାମ କରିଥିଲେ। ତିନି ବର୍ଷ ପୂର୍ବେ ସେ ଚାକିରି ଛାଡି ନିଜ ସହରକୁ ଫେରିଥିଲେ।

ହେଲେ ଗତ ୫ ଦିନ ହେବ ତାଙ୍କ ମାଆ କେଉଁଆଡ଼େ ଚାଲିଯାଇଛନ୍ତି ଓ ସେ ସନ୍ଦେହ କରୁଛନ୍ତି ଯେ ଏଚଡି ରେବନ୍ନା ତାଙ୍କ ମାଆଙ୍କର ଅପହରଣ କରିଛନ୍ତି ବୋଲି। ତେବେ ତାଙ୍କ କହିବା କଥା ହେଲା ମେ ୧ ତାରିଖରେ ତାଙ୍କ ନିକଟକୁ ତାଙ୍କ ବନ୍ଧୁମାନଙ୍କ କଲ୍‌ ଆସିଥିଲା। ସେମାନେ ତାଙ୍କୁ କହିଥିଲେ ଯେ ଏକ ଭିଡିଓରେ ତାଙ୍କ ମାଆଙ୍କୁ ଦୌଡ଼ିରେ ବାନ୍ଧି ପ୍ରଜ୍ବଳ ଦୁଷ୍କର୍ମ କରୁଥିଲେ। ଅଭିଯୋଗରେ ସେ ତାଙ୍କ ମାଆଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଦର୍ଶାଇ ପୁଲିସ୍‌ ସହାୟତା ଲେଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe