ମଦ ପାଇଁ ଟଙ୍କା ମିଳିଲାନି ବୋଲି ସ୍ତ୍ରୀଙ୍କୁ ଟାଙ୍ଗିଆ ଚୋଟ, ଅଭିଯୁକ୍ତ ସ୍ବାମୀ ଗିରଫ

Advertisment
ମଦ ପାଇଁ ଟଙ୍କା ମିଳିଲାନି ବୋଲି ସ୍ତ୍ରୀଙ୍କୁ ଟାଙ୍ଗିଆ ଚୋଟ, ଅଭିଯୁକ୍ତ ସ୍ବାମୀ ଗିରଫ

ରାଉରକେଲା: ମଦ ପିଇବାକୁ ସ୍ତ୍ରୀଙ୍କୁ ଟଙ୍କା ମାଗିଥିଲା ସ୍ବାମୀ। ତେବେ ପୂର୍ବରୁ ମାତାଲ ହୋଇସାରିଥିବାରୁ ସ୍ତ୍ରୀ ମନାକରିବାକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ସ୍ତ୍ରୀଙ୍କୁ ପ୍ରାଣାନ୍ତକ ଉଦ୍ୟମ କରିଥିବା ଅଭିଯୋଗରେ ପୁଲିସ ଅଭିଯୁକ୍ତ ସ୍ବାମୀ ସାରନଗରୀ ଅଟୋକଲୋନିରେ ସୁଖଲାଲ ଗୋଡ଼ସରା(୩୩)ଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ସ୍ତ୍ରୀ ଚାନ୍ଦିନୀ ପୂର୍ତ୍ତୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଗତ ୩୧ ତାରିଖର ଘଟଣା। ବିଳମ୍ବିତ ସନ୍ଧ୍ୟାରେ ସୁଖଲାଲ ନିଶାସକ୍ତ ଅବସ୍ଥାରେ ଘରେ ପହଞ୍ଚିଥିଲା। ତେବେ ଚାନ୍ଦିନୀ ଟଙ୍କା ଦେବାକୁ ସିଧାସଳଖ ମନା କରିଦେଇଥିଲେ। ଏଣୁ ଉତ୍ତ୍ୟକ୍ତ ହୋଇ ସୁଖଲାଲ ଘରେଥିବା ଏକ ଟାଙ୍ଗିଆରେ ଚୋଟ ମାରିଥିଲା। ଫଳରେ ଚାନ୍ଦିନୀ ଗୁରୁତର ଆହତ ହେବାସହ ଯେଣତେଣ ହିସାବରେ ଘରୁ ବାହାରି ଆସିଥିଲେ। କିଛି ସ୍ଥାନୀୟ ଲୋକ ପୁଲିସକୁ ସୂଚନା ଦେଇଥିଲେ। ପରେ ଟାଙ୍ଗରପାଲି ପୁଲିସ ଘଯଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବାସହ ହସପିଟାଲରେ ଭର୍ତ୍ତି କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe