ହ୍ବିସ୍କି ସହ ମହୁ ମିଶାଇ ପିଇବା ପରେ ସୁସ୍ଥ ହୋଇଥିବା କହିଥିଲେ କରୋନା ଆକ୍ରାନ୍ତ, ୧୧ମାସ ପରେ ହେଲା ମୃତ୍ୟୁ

Advertisment
ହ୍ବିସ୍କି ସହ ମହୁ ମିଶାଇ ପିଇବା ପରେ ସୁସ୍ଥ ହୋଇଥିବା କହିଥିଲେ କରୋନା ଆକ୍ରାନ୍ତ, ୧୧ମାସ ପରେ ହେଲା ମୃତ୍ୟୁ

ନୂଆଦିଲ୍ଲୀ: ଗତ ଫେବ୍ରୁଆରୀ ମାସରେ ଉହାନ ସହରରେ ରହୁଥିବା ଜଣେ ଯୁବକଙ୍କ ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। କୌଣସି ପ୍ରକାରର ଔଷଧ ନଖାଇ କେବଳ ହ୍ବିସ୍କି ସହ ମହୁ ମିଶାଇ ପିଇବା ପରେ ସେ କରୋନା ଭାଇରସ୍ ସଂକ୍ରମଣରୁ ସୁସ୍ଥ ହୋଇଯାଇଥିବା ଦାବି କରିଥିଲେ। ହେଲେ ଏବେ ୧୧ମାସ ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ଯୁବକଙ୍କ ନାଁ କୋନୋର ରିଡ୍ ହୋଇଥିବା ବେଳେ ‌ସେ କହିଥିଲେ ଯେ, କରୋନା ଭାଇରସ୍ ସଂକ୍ରମଣର ଶିକାର ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। 

କିନ୍ତୁ ସେ କୌଣସି ଔଷଧ ନ ଖାଇ ହ୍ବିସ୍କି ସହ ମହୁ ମିଶାଇ ପିଇଥିଲେ। ଯାହାର କିଛି ଦିନ ପରେ ସେ କରୋନା ଭାଇରସର ସଂକ୍ରମଣରୁ ମୁକ୍ତ ହୋଇଥିଲେ। ତେବେ ତାଙ୍କର ଏଭଳି ଦାବିକୁ କୌଣସି ଡାକ୍ତର ଗ୍ରହଣ କରି ନଥିବା ବେଳେ ଏବେ ତାଙ୍କର ମୃତ୍ୟୁ ଘଟିଛି। ପେସାରେ ଶିକ୍ଷକ ଥିବା କୋ‌ନୋରଙ୍କର ନଭେମ୍ବର ମାସରେ ଉହାନରେ ପୋଷ୍ଟିଂ ହୋଇଥିଲା। ଯାହା ପରେ ସେ ‌ଏହି ଭାଇରସର ଶିକାର ହୋଇଥିଲେ। ସେ ଏହି ଭାଇରସର ଶିକାର ହେବା ପରେ ଡାକ୍ତର ତାଙ୍କୁ ଆଣ୍ଟିବାୟୋଟିକ୍ସ ନେବାକୁ କହିଥିଲେ। କିନ୍ତୁ ସେ ଇନହେଲର ବ୍ୟବହାର କରିବା ସହ ହ୍ବିସ୍କି ସହ ମହୁ ମିଶାଇ ପିଇଥିଲେ। ଯାହାର କିଛି ଦିନ ପରେ ସେ ସଂପୂୂର୍ଣ୍ଣ ସୁସ୍ଥ ହୋଇଯାଇଥିବ‌ା ଦାବି କରିଥିଲେ।

Connor Reed aajtak

ତେବେ ସୁସ୍ଥ ହେବା ପରେ ମଧ୍ୟ କୋନୋର କିଛି ଦିନ ହେବ ଅସୁସ୍ଥ ଥିଲେ ବୋଲି ସୂଚନା ମିଳିଛି। ଗତ ସପ୍ତାହରେ ସେ ରହୁଥିବା ଘରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କ ମା’ଙ୍କ କହିବା ମୁତାବକ, କ‌ରୋନା ଭୂତାଣୁ ଦ୍ବାରା ସଂକ୍ରମଣ ହେବା ପରେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇପାରିନଥିଲା। ଲକଡାଉନ ସମୟରେ କ‌ୋନୋରକୁ ଊହାନରେ ୧୬ସପ୍ତାହ, ଅଷ୍ଟ୍ରେଲିଆରେ ୨ ସପ୍ତାହ ଏବଂ ବ୍ରିଟେନରେ ତିନି ସପ୍ତାହ ପାଇଁ ରହିବାକୁ ପଡ଼ିଥିଲା ​​| ‌କରୋନା ମୁକ୍ତ ହୋଇଥିଲେ ମଧ୍ୟ ସେ ସଂପୂର୍ଣ୍ଣ ସୁସ୍ଥ ହୋଇପାରିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe