ପୁଅକୁ ହରାଇବା ପରେ ରାସ୍ତାରେ ଥିବ‌ା ଖାଲ ଭରିବା ଆରମ୍ଭ କରିଛନ୍ତି ବାପା

ପୁଅକୁ ହରାଇବା ପରେ ରାସ୍ତାରେ ଥିବ‌ା ଖାଲ ଭରିବା ଆରମ୍ଭ କରିଛନ୍ତି ବାପା

timesnownews.com

ଫରିଦାବାଦ୍: ହରିଆଣାର ଜଣେ ଯୁବକ ଏବେ ନିଜ ଅଞ୍ଚଳରେ ଥିବା ରାସ୍ତାର ଖାଲକୁ ଭରିବା ଆରମ୍ଭ କରିଛନ୍ତି। ବିଭିନ୍ନ ପ୍ରକାରର ଭିଡିଓ ଦେଖି ସେଥିରୁ ଶିଖିବା ସହ ଫରିଦାବାଦରେ ରହୁଥିବା ମନୋଜ ଏବେ ରାସ୍ତାରେ ଥିବା ଖାଲର ମାରାମତି କରୁଛନ୍ତି। ତେବେ ପ୍ରଥମେ ତାଙ୍କର ଏଭଳି କରିବା ପଛର କାରଣ ସାମ୍ନାକୁ ଆସି ନଥିବା ବେଳେ  ପରେ ସେ ତାଙ୍କ ପୁଅକୁ ହରାଇବା ପରେ ଏଭଳି କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଜଣାପଡ଼ିଛି। ‌୨୦୧୪ରେ ସେ ନିଜ ପୁଅକୁ ହରାଇବା ପରେ ଏବେ ରାସ୍ତାର ମରାମତି କରିବା ଆରମ୍ଭ କରିଛନ୍ତି।

ମନୋଜଙ୍କ କହିବା ମୁତାବକ, ଫେବ୍ରୁଆରି ୧୦, ୨୦୧୪ରେ ସେ ନିଜ ପତ୍ନୀ ଓ ପୁଅ ପବିତ୍ରଙ୍କୁ ଧରି ଏକ ବିବାହ ଭୋଜିରୁ ଫେରୁଥିଲେ। ଦିଲ୍ଲୀ-ଆଗ୍ରା ହାଇୱେ ମଝିରେ ଏକ ବଡ଼ ଖାଲ ଦେଖି ସେ ଗାଡ଼ିର ବ୍ରେକ୍ ମାରିଥିଲେ ମଧ୍ୟ ନିୟନ୍ତ୍ରଣ ହରାଇ ଗାଡ଼ିରୁ ତାଙ୍କ ପତ୍ନୀ ଓ ପୁଅ ଖସି ପଡ଼ିଥିଲେ। ପତ୍ନୀଙ୍କ ଗୋଡ଼ରେ ଗାଡ଼ି ଚଢ଼ିଯିବା ସହ ପୁଅ ପବିତ୍ରଙ୍କ ମୁଣ୍ଡ ଏକ ପଥରରେ ଛେଚି ହୋଇଯାଇଥିଲା। ତୁରନ୍ତ ଦୁହିଁଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ପବିତ୍ର ପ୍ରାଣ ହରାଇଥିଲେ।

Image result for Man fills potholes after son dies in pothole-related accident Times of India

ପୁଅକୁ ହରାଇବା ପରେ ଏଭଳି ଅନ୍ୟ କେଉଁ ପରିବାର ସହ ଯେମିତି ନ ହେଉ, ସେ ନେଇ ରାସ୍ତାରେ ଥିବା ଖାଲର ମରାମତି ବିଷୟରେ ଭିଡିଓ ଦେଖି ଶିଖିବା ଆରମ୍ଭ କରିଥିଲେ। ସୋସିଆଲ ମିଡିଆରେ ଉପଲବ୍ଧ ଥିବା ଭିଡିଓ ଦେଖି ସେ ରାସ୍ତାରେ ଥିବା ଖାଲର ମରାମତି କରିବା ଆରମ୍ଭ କରିଥିଲେ। ଭଲ ଭାବରେ ଶିଖିବା ପରେ ଏବେ ସେ ନିଜ ସ୍ଥାନୀୟ ଅଞ୍ଚଳରେ ଥିବା ରାସ୍ତାର ଖାଲକୁ ମରାମତି କରିବାରେ ଲାଗି ପଡ଼ିଛନ୍ତି। ଏହି କାମରେ ତାଙ୍କୁ ତାଙ୍କର କିଛି ସାଙ୍ଗମାନେ ମଧ୍ୟ ସାହାଯ୍ୟ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe