ସଫଲ୍‌ ଫ୍ୟାକ୍ଟ୍ରି ଅଗ୍ନିକାଣ୍ଡ: ମ୍ୟାନେଜର୍‌କୁ ଗିରଫ କଲା ପୁଲିସ

Advertisment
ସଫଲ୍‌ ଫ୍ୟାକ୍ଟ୍ରି ଅଗ୍ନିକାଣ୍ଡ: ମ୍ୟାନେଜର୍‌କୁ ଗିରଫ କଲା ପୁଲିସ

ସମ୍ବଲପୁର: ପରଧିଆପାଲିସ୍ଥିତ ପାନ ମସଲା କାରଖାନା କେପି ସୁଗନ୍ଧ ପ୍ରାଇଭେଟ ଲିମିଟେଡ୍‌ (ସଫଲ୍ ଗୁଟ୍‌ଖା ଫ୍ୟାକ୍ଟ୍ରି) ବିସ୍ଫୋରଣ ଓ ଅଗ୍ନିକାଣ୍ଡ ମାମଲାରେ ପୁଲିସ କମ୍ପାନିର ମ୍ୟାନେଜର୍‌କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଗ୍ନିଶମ ବିଭାଗ ପକ୍ଷରୁ ରିପୋର୍ଟ ଆସିବା ପରେ ଅଇଁଠାପାଲି ପୁଲିସ କମ୍ପାନିର ମ୍ୟାନେଜର ଧୁର୍ବେସ୍‌ କୁମାର ସିଂ(୨୮)କୁ ଗିରଫ କରିଥିବା କହିଛି। ଅଗ୍ନିଶମ ବିଭାଗ ପକ୍ଷରୁ ଆସିଥିବା ରିପୋର୍ଟ ଏବେ ସମସ୍ତଙ୍କୁ ଚକିତ କରିଛି।

ଅଗ୍ନିଶମ ବିଭାଗ ଦେଇଥିବା ରିପୋର୍ଟ ଅନୁଯାୟୀ, ଶହଶହ ଶ୍ରମିକ ଓ କର୍ମଚାରୀଙ୍କୁ ନେଇ ଚାଲିଥିବା ସଫଲ ଫ୍ୟାକ୍ଟ୍ରିରେ କୌଣସି ଅଗ୍ନି ପ୍ରତିରୋଧକ ବ୍ୟବସ୍ଥା (ଫାୟାର୍‌ ସେଫ୍‌ଟି ମେଜର୍ସ) ନଥିଲା। କେବଳ ସେତିକି ନୁହେଁ କମ୍ପାନି ପାଖରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ମଧ୍ୟ ନଥିଲା। କମ୍ପାନିର ଫାୟାର୍‌ ସେଫ୍‌ଟି ମେଜର୍ସ ଓ ନିରାପତ୍ତାକୁ ନେଇ କୌଣସି ଯାଞ୍ଚ ମଧ୍ୟ କରାଯାଇ ନଥିଲା। ଗତ ୨୦ ତାରିଖ ଦିନ ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ପରଧିଆପାଲି ସଫଲ୍‌ କାରଖାନାରେ ବିସ୍ଫୋରଣ ହୋଇ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡରେ ୨୭ ଜଣ ଶ୍ରମିକ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। କିଛି ଶ୍ରମିକ ଏବେ ବି ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।

ଏତେ ବଡ଼ ଘଟଣା ଘଟିଥିବା ସତ୍ତ୍ବେ ପୁଲିସ ଏହି ମାମଲାକୁ ଅତି ହାଲୁକା ଭାବେ ନେଉଥିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ଅନ୍ୟପଟେ ପୁଲିସ ଉପରେ କିଛି ବଡ଼ବଡ଼ିଆ ବାବୁଙ୍କର ମଧ୍ୟ ଚାପ ପଡ଼ୁଥିବା ଶୁଣିବାକୁ ମିଳୁଛି। ତେବେ ଏହାକୁ ନେଇ ରାଜନେତାଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ପର୍ଯ୍ୟନ୍ତ ସବୁ ମହଲରେ ପୁଲିସ ଓ ପ୍ରଶାସନର ସ୍ଥାଣୁତାକୁ ନେଇ ତୀବ୍ର ସମାଲୋଚନା କରା ଯାଇଥିଲା। ଶେଷରେ ପୁଲିସ ଲୋକ‌ ଦେଖାଣିଆ ଭାବେ ସଫଲ ଫ୍ୟାକ୍ଟ୍ରିର ମ୍ୟାନେଜର୍‌ ଧୁର୍ବେସ୍‌ କୁମାର ସିଂ(୨୮)କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe