କାଷ୍ଟିଂ କାଉଚ୍‌ ପ୍ରସଙ୍ଗରେ ମୁହଁ ଖୋଲିଲେ ମନ୍ଦିରା ବେଦୀ

Advertisment
କାଷ୍ଟିଂ କାଉଚ୍‌ ପ୍ରସଙ୍ଗରେ ମୁହଁ ଖୋଲିଲେ ମନ୍ଦିରା ବେଦୀ

photo-amarujala

ମୁମ୍ବାଇ: ସଂପ୍ରତି ଅଭିନେତ୍ରୀ ମନ୍ଦିରା ବେଦୀ ଓ୍ଵବ୍‌ ସିରିଜ୍‌‘ଭୋଡ଼୍‍କା ଡ଼ାଇରିଜ୍‌’ରେ ନଜର ଆସୁଛନ୍ତି। ସେ ମହିଳା ଓ ଫିଟ୍‌ନେସ୍‌ ପ୍ରସଙ୍ଗ ଭିତ୍ତିକ ବିଭିନ୍ନ କାର୍ଯ୍ୟକ୍ରମରେ ବି ସାମିଲ୍‌ ହୋଇ ଚର୍ଚ୍ଚାରେ ରହି ଆସୁଛନ୍ତି। ମନ୍ଦିରା ବେଦୀ ଡ଼ିଡ଼ି-୧ ରେ ପ୍ରସାରିତ ମେଗା ସିରିଆଲ୍‌ ‘ଶାନ୍ତି’ରେ ଅଭିନୟ କରି ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ। ଏହାପରେ ପ୍ରଖ୍ୟାତ ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରାଙ୍କ ବ୍ଲକବଷ୍ଟର ଫିଲ୍ମ‘ଦିଲ୍‌ଓ୍ଵାଲେ ଦୁଲହନିଆଁ ଲେ ଜାଏଙ୍ଗେ’ରେ କାମ କରିଥିଲେ ସେ ।

ଅନେକ ସମୟରେ ବଲିଉଡ଼ରେ କାଷ୍ଟିଂ କାଉଚ୍‌କୁ ନେଇ ଚର୍ଚ୍ଚା ହୋଇଥାଏ।ଏଭଳି ଘଟଣାର ଶିକାର ହୋଇଛନ୍ତି ବୋଲି କେତେକ ବଲିଉଡ଼୍‍ ସେଲିବ୍ରିଟି ଖୋଲାଖୋଲି ଭାବେ ସ୍ୱୀକାର କରିଥିବାବେଳ ଆଉ କେତେକ ଏ ସଂପର୍କରେ ନୀରବତା ଅବଲମ୍ବନ କରିଥାନ୍ତି।
ନିକଟରେ ଅଭିନେତ୍ରୀ ମନ୍ଦିରା ବେଦୀ କାଷ୍ଟିଂ କାଉଚ୍‌ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ,କାଷ୍ଟିଂ କାଉଚ୍‌ କେବଳ ସେତିକି ବେଳେ ସମ୍ଭବ ଯେତେବେଳେ ଉଭୟ ରାଜି ହୋଇଥା’ନ୍ତି। ଜଣେ ଯୁବତୀ ଏଥିପାଇଁ ସମ୍ମତି ପ୍ରକାଶ ନ କରିଲେ ବା ନିଜ ଆଡ଼ୁ ଏଥିପାଇଁ ଆଗ୍ରହ ନ ଦେଖାଇଲେ,ଆରଜଣକ ସେହି କ୍ଷେତ୍ରରେ ଆଗକୁ ବଢ଼ିପାରିବ ନାହିଁ। ଏଣୁ ଏହାକୁ କେବଳ ଜଣଙ୍କର ଭୁଲ୍‌ ବା ତ୍ରୁଟି ବୋଲି କୁହାଯାଇ ପାରିବ ନାହିଁ।ଅନେକ ସମୟରେ ଅଭିନେତ୍ରୀମାନେ ନିଜ ଉପରେ ଯୌନ ଉତ୍ପୀଡ଼ନ ହୋଇଥିବା କହିଥା’ନ୍ତି। ପ୍ରଯୋଜକ /ନିର୍ଦ୍ଦେଶକ କାମ ଦେବା ଆଳରେ ଏଭଳି କରିଥାନ୍ତି ବୋଲି ସେମାନେ ଅଭିଯୋଗ ଆଣନ୍ତି। କିନ୍ତୁ ଏହା ଏକତରଫା ନୁହେଁ ବୋଲି ଦୃଢ଼ତାର ସହ କହିଛନ୍ତି ମନ୍ଦିରା ବେଦୀ।

publive-image photo--hindustantimes

ମନ୍ଦିରା କହିଛନ୍ତି ଯେ ପ୍ରାୟ ୨୩ ବର୍ଷ ଧରି ବଲିଉଡ଼୍‍ରେ କାମ କରି ଆସୁଛନ୍ତି,କିନ୍ତୁ ଏଯାବତ୍‌ ତାଙ୍କୁ କାଷ୍ଟିଂ କାଉଚ୍‌ ଭଳି ଅଫର୍‌ କେହି ଦେଇ ନାହାନ୍ତିି କି ସେଭଳି ପରିସ୍ଥିତି ସୃଷ୍ଟି ହୋଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe