ଆମ୍ବ ଗୋଟାକୁ ୧୨୦୦ ଟଙ୍କା

ଆମ୍ବ ଗୋଟାକୁ ୧୨୦୦ ଟଙ୍କା

ନୂଆଦିଲ୍ଲୀ: ଗୋଟିଏ ଆମ୍ବର ଦାମ ୧୨୦୦ ଟଙ୍କା। ଏହା ଅଜବ ଲାଗୁଥିଲେ ମଧ୍ୟ ସତ। ମଧ୍ୟ ପ୍ରଦେଶର ଅଲ୍ଲୀରାଜପୁର ଜିଲ୍ଲାର କଠିୱାଡ଼ାରେ କିଛି ହାତ ଗଣତି ଗଛରେ ଏହି ଆମ୍ବ ଫଳିଥାଏ। ନୁର୍‌ଜାହାଁ ନାମକ ଏହି ଆମ୍ବ ବେଶ ସ୍ବାଦିଷ୍ଟ। ଏହାକୁ ପାଇବା ପାଇଁ ଲୋକମାନେ ଅଧିକ ଟଙ୍କା ଖର୍ଚ କରିବାକୁ କେବେ ବି ପଛାନ୍ତି ନାହିଁ। ଏହି ଆମ୍ବ ଆକାରରେ ବହୁତ ବଡ଼। ଗୋଟିଏ ଆମ୍ବର ଓଜନ ୨ କିଲୋ ୭୫ ଗ୍ରାମ ପାଖାପାଖି। ଚଳିତ ବର୍ଷ ନୁର୍‌ଜାହାଁ ପ୍ରଜାତିର ଗୋଟିଏ ଗୋଟିଏ ଆମ୍ବ ୭୦୦-୮୦୦ ଟଙ୍କାରେ ବିକ୍ରି ହେଉଛି। ବଡ଼ ଆମ୍ବର ଦାମ ୧୨୦୦ ଟଙ୍କା ରହୁଛି। ଏହି ଆମ୍ବ ଏକ ଫୁଟ ଭଳି ବଡ଼। ଏହି ଆମ୍ବର ବଉଳ ଜାନୁଆରିରେ ଆସିଥାଏ ଏବଂ ଜୁନ୍‌ ଶେଷ ଆଡ଼କୁ ଆମ୍ବ ପରିପକ୍ବ ‌ହୋଇଥାଏ। ପାଣିପାଗ ସ୍ଥିତି ଅନୁକୂଳ ରହିଲେ ଏହି କିସମ ଆମ୍ବର ଓଜନ ସାଢ଼େ ତିନି କିଲୋ ପର୍ଯ୍ୟନ୍ତ ବଢ଼ିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe