ସିଦ୍ଧୁଙ୍କୁ ହତ୍ୟା କରାଯିବା ପରେ ନିଷ୍ପତ୍ତି ବଦଳାଇଲେ ମାନ୍ ସରକାର, ଜୁନ୍ ୭ରୁ ୪୨୪ ଭିଆଇପିଙ୍କୁ ପୁଣି ମିଳିବ ସୁରକ୍ଷା

ସିଦ୍ଧୁଙ୍କୁ ହତ୍ୟା କରାଯିବା ପରେ ନିଷ୍ପତ୍ତି ବଦଳାଇଲେ ମାନ୍ ସରକାର, ଜୁନ୍ ୭ରୁ ୪୨୪ ଭିଆଇପିଙ୍କୁ ପୁଣି ମିଳିବ ସୁରକ୍ଷା

ଚଣ୍ଡୀଗଡ଼: ମେ’ ୨୮ରେ ଏକ ବଡ଼ ନିଷ୍ପତ୍ତି ନେଇଥିଲେ ପଞ୍ଜାବ ସରକାର। ୪୨୪ ଜଣ ଭିଆଇପି ସୁରକ୍ଷା ଆବଶ୍ୟକ କରନ୍ତି କି ନାହିଁ ତାହା ଉପରେ ଆଲୋଚନା କରି ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିଥିଲେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍। ଏହି ନିଷ୍ପତ୍ତି ନେବାର ଗୋଟିଏ ଦିନ ପରେ ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପରେ ଏବେ ପଞ୍ଜାବ ସରକାରଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର ନିଷ୍ପତ୍ତି ଉପରେ ରୋକ ଲଗାଇ ସରକାରଙ୍କୁ ତାଗିଦ୍ କରିଥିଲେ ପଞ୍ଜାବ-ହରିୟାଣା ହାଇକୋର୍ଟ।

ତାଗିଦ ପରେ ଏବେ ପଞ୍ଜାବ ସରକାର ନିଷ୍ପତ୍ତି ବଦଳାଇବେ ବୋଲି ହାଇକୋର୍ଟକୁ କହିଛନ୍ତି। ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରାଯାଇଥିବା ଭିଆଇପିଙ୍କୁ ପୁଣି ଥରେ ସୁରକ୍ଷା ଯୋଗଇଦିଆଯିବ। ଜୁନ୍ ୭ରୁ,ସେମାନଙ୍କୁ ପୁନର୍ବାର ସୁରକ୍ଷା ଦିଆଯିବ ଏବଂ ସମସ୍ତଙ୍କ ପ୍ରତି ବିପଦର ସମୀକ୍ଷା କରିବା ପରେ ଯାଇ କୌଣସି ନିଷ୍ପତ୍ତି ନିଆଯିବ ବୋଲି ପଞ୍ଜାବ ସରକାର ହାଇକୋର୍ଟଙ୍କୁ କହିଛନ୍ତି।

publive-image livehindustan

ଉଲ୍ଲେଖଯୋଗ୍ୟ, ମ‌େ’ ୨୮ରେ ପଞ୍ଜାବର ୪୨୪ ଭିଆଇପିଙ୍କ ସୁରକ୍ଷା ପ୍ରତ୍ୟାହାର କରି ନେଇଥିଲେ ଆପ୍ ସରକାର। ଯେଉଁ ଭିଆଇପିଙ୍କ ସୁରକ୍ଷା ପ୍ରତ୍ୟାହାର କରାଯାଇଥିଲା ସେମାନଙ୍କ ମଧ୍ୟରେ ସିଦ୍ଧୁ ମୁସେୱାଲାଙ୍କ ସମେତ ଅନେକ ଅବସରପ୍ରାପ୍ତ ଅଧିକାରୀ ଏବଂ ପୂର୍ବତନ ବିଧାୟକ ଥିଲେ। ତେବେ ପଞ୍ଜାବ ପୁଲିସରେ କର୍ମଚାରୀଙ୍କ ଅଭାବ ପୂର୍ବରୁ ରହିଛି। ଏଭଳି ପରିସ୍ଥିତିରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସାଧାରଣ ସ୍ଥାନରେ ସୁରକ୍ଷା କର୍ମୀଙ୍କ ଅଭାବ ପୂରଣ କରିବା କଷ୍ଟକର ହୋଇପଡୁଛି। ଏହି କାରଣ ପାଇଁ ବିଶେଷ କରି ସୁରକ୍ଷା ପ୍ରତ୍ୟାହାର କରାଯାଇଥିବା କୁହାଯାଇଥିଲା। ହେଲେ ମୁସେୱାଲାଙ୍କୁ ହତ୍ୟା କରାଯିବା ପରେ ଏବେ ହାଇକୋର୍ଟ ଏହି ନିଷ୍ପତ୍ତି ଉପରେ ରୋକ ଲଗାଇ ପୁଲିସ ଥ‌‌ରେ ଭିଆଇପିକୁ ସୁରକ୍ଷା ଯୋଗାଇ ଦେବାକୁ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe