ଆମେଥି, ରାଏବରେଲିରେ କଂଗ୍ରେସକୁ ସମର୍ଥନ କଲେ ମାୟାବତୀ

Advertisment
ଆମେଥି, ରାଏବରେଲିରେ କଂଗ୍ରେସକୁ ସମର୍ଥନ କଲେ ମାୟାବତୀ

Kashmir Walla

ଲକ୍ଷ୍ନୌ: ବସପା ସୁପ୍ରିମୋ ମାୟାବତୀ ଉତ୍ତରପ୍ରଦେଶରେ କଂଗ୍ରେସ ସହ ମେଣ୍ଟ କରିନଥିଲେ ମଧ୍ୟ ରାଜ୍ୟର ୨ଟି ପ୍ରମୁଖ ଆସନ ଆମେଥି ଏବଂ ରାଏବରେଲିରେ କଂଗ୍ରେସକୁ ସମର୍ଥନ କରିଛନ୍ତି। ଉଭୟ ଆମେଥି ଏବଂ ରାଏବରେଲି ଆସନରେ କଂଗ୍ରେସକୁ ଭୋଟ୍‌ ଦେବାପାଇଁ ମାୟାବତୀ ଆଜି ସପା ଏବଂ ବସପା ମେଣ୍ଟର କର୍ମୀମାନଙ୍କୁ ଅନୁରୋଧ କରିଛନ୍ତି। ମାୟାବତୀ ଆଜି ଏକ ବିବୃତି ଜାରି କରି କହିଛନ୍ତି ଯେ ବିଜେପି ଏବଂ କଂଗ୍ରେସ ଏକାପରି। କଂଗ୍ରେସ ସହ ଆମେ ମେଣ୍ଟ କରିନାହୁଁ, କିନ୍ତୁ ବିଜେପିକୁ ହଟାଇବାପାଇଁ ଆମ ମେଣ୍ଟ ଆମେଥି ଏବଂ ରାଏବରେଲିରେ କଂଗ୍ରେସକୁ ହିଁ ଭୋଟ୍‌ ଦେବ ବୋଲି ସେ କହିଛନ୍ତି। ମାୟାବତୀ କହିଛନ୍ତି, ଉତ୍ତରପ୍ରଦେଶରେ ଗତ ୪ ପର୍ଯ୍ୟାୟ ନିର୍ବାଚନରେ ଅଧିକାଂଶ ଭୋଟର ସପା-ବସପା ମେଣ୍ଟକୁ ଭୋଟ୍‌ ଦେଇଛନ୍ତି। ଏହି ମେଣ୍ଟ ଦେଶକୁ କେବଳ ଏକ ନୂଆ ପ୍ରଧାନମନ୍ତ୍ରୀ ଦେବ ନାହିଁ ବରଂ ଉତ୍ତରପ୍ରଦେଶରେ ନୂଆ ସରକାର ଗଠନ ପାଇଁ ରାସ୍ତା ଫିଟିବ। ଉଲ୍ଲେଖ‌ଯୋଗ୍ୟ ଆମେଥି ଆସନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନ ଲଢ଼ୁଥିବା ବେଳେ ରାଏବରେଲିରେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିର୍ବାଚନ ଲଢ଼ୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe