ଭୁବନେଶ୍ବର: ଝାରପଡ଼ା ଅଞ୍ଚଳର ବିକାଶ ହେବ। ସ୍ଥାନୀୟ ଅଞ୍ଚଳରେ ଥିବା ମୌଳିକ ସମସ୍ୟାର ତୁରନ୍ତ ସମାଧାନ ହେବ। ଏଥିପାଇଁ ଆଜି କର୍ପୋରେଟର ଶ୍ରୀଧର ଜେନାଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ବୈଠକ କୁଆଖାଇ ନଦୀ ପଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ମେୟର ସୁଲୋଚନା ଦାସ ଯୋଗଦେଇଥିଲେ।
ସେହିପରି କାର୍ଯ୍ୟକ୍ରମରେ ଶିଖର ଚନ୍ଦ୍ର ଜେନା, ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକ, ଯୁବ, ଛାତ୍ର ଏବଂ ବୁଦ୍ଧିଜୀବୀ ଯୋଗ ଦେଇ ବିକାଶମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ।
Follow Us