ନାବାଳିକାଙ୍କୁ ଦୁଷ୍କର୍ମ, ଜଣେ ଅଟକ

Advertisment
୭୦ ହଜାରରେ ବିକ୍ରି ପରେ ଯୁବତୀଙ୍କୁ ଦୁଷ୍କର୍ମ!

Facebook

ବଡ଼ବିଲ : ବଡ଼ବିଲ ଥାନା ସେରେଣ୍ଡା ଅଞ୍ଚଳର ଜଣେ ବିବାହିତ ବ୍ୟକ୍ତି ସେହି ଅଞ୍ଚଳର ଜଣେ ୮ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ବଡ଼ବିଲ ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ପ୍ରାପ୍ତ ସୂଚନା ଅନୁଯାୟୀ, ୩ ତାରିଖ ସନ୍ଧ୍ୟାରେ ଗ୍ରାମରେ ଏକ ଏକୋଇଶିଆ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ସ୍ଥାନୀୟ ଅଞ୍ଚଳର କୁନିକୁନି ପିଲାମାନେ ଏଥିରେ ସାମିଲ ହୋଇ ନୃତ୍ୟ କରୁଥିବା ସମୟରେ ଅଭିଯୁକ୍ତ ଜଣେ ୮ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରିଥିଲା। ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକେ ବଡ଼ବିଲ ପୁଲିସକୁ ଜଣାଇଥିଲେ। ପୁଲିସ ନାବାଳିକାଙ୍କୁ ଉଦ୍ଧାର କରିଥିଲା। ଏହି ଘଟଣା ପରେ ନାବାଳିକାଙ୍କ ଡାକ୍ତରୀ ମାଇନା କରାଯାଇଥିଲା। ତା’ର ଗୁପ୍ତାଙ୍ଗରେ କ୍ଷତ ଚିହ୍ନ ଥିବା ଜଣାପଡ଼ିଥିଲା। ତାଙ୍କୁ ଦୁଷ୍କର୍ମ କରାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖିଥିବା ବଡ଼ବିଲ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe