ଅନାସ୍ଥା ଆଲୋଚନା ୮ରେ, ଅଗଷ୍ଟ ୧୦ରେ ଜବାବ ରଖିବେ ମୋଦୀ

Advertisment
ହିଂସା, ଅହିଂସା ଭେଟାଭେଟି

Daily Pioneer

ନୂଆଦିଲ୍ଲୀ: ମୋଦୀ ସରକାର ବିରୋଧରେ ଇଣ୍ଡିଆ ମେଣ୍ଟର ସାଂସଦମାନେ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆସନ୍ତା ୮ ତାରିଖରେ ଲୋକସଭାରେ ଆଲୋଚନା ଆରମ୍ଭ ହେବ। ଆଲୋଚନା ୩ ଦିନ ପର୍ଯ୍ୟନ୍ତ ଚାଲିବ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୦ ତାରିଖରେ ଅନାସ୍ଥା ପ୍ରସ୍ତାବ ଉପରେ ତାଙ୍କର ଜବାବ ରଖିବେ। ଲୋକସଭାର କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ବିରୋଧୀଦଳ ନେତାମାନେ ଏହି ବୈଠକ ଅଧାରୁ ଉଠି ପଳାଇଥିଲେ। ‌ସେମାନେ ଅନାସ୍ଥା ପ୍ରସ୍ତାବ ଉପରେ ତୁରନ୍ତ ଆଲୋଚନା ଦାବି କରିଥିଲେ। ସେମାନଙ୍କ ଦାବିକୁ ଗୁରୁତ୍ବ ଦିଆ‌ନଯିବାରୁ ସେମାନେ ବୈଠକ ଛାଡ଼ି ପଳାଇଥିବା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୬ ଦଳ ବିଶିଷ୍ଟ ବିରୋଧୀ ଇଣ୍ଡିଆ ମେଣ୍ଟ ଗତ ଜୁଲାଇ ୨୬ ତାରିଖରେ ଲୋକସଭାରେ ଅନାସ୍ଥା ନୋଟିସ ଆ‌ଣିଥିଲେ। ମଣିପୁର ଘଟଣାରେ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟିପ୍ପଣୀ ଦାବି କରି ବିରୋଧୀ ସାଂସଦମାନେ ଏହି ନୋଟିସ ଆଣିଥିଲେ। ଉଲ୍ଲେଖଯୋଗ୍ୟ, ସଂଖ୍ୟାକୁ ଦୃଷ୍ଟିରେ ରଖିଲେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ବିଫଳ ହେବ। କିନ୍ତୁ ବିରୋଧୀ ସଦସ୍ୟମ‌ାନେ ଦାବି କରିଛନ୍ତି ଯେ ସେମାନେ ମଣିପୁର ପ୍ରସଙ୍ଗରେ ସରକାରଙ୍କ ଉପରେ ଚାପ ପକାଇ ଏହି ଲଢ଼େଇରେ ଜିତିପାରିବେ। ୫୪୩ ଆସନ ବିଶିଷ୍ଟ ଲୋକସଭାରେ ଏବେ ୫ଟି ଆସନ ଖାଲି ପଡ଼ିଛି। ବିଜେପି ନେତୃତ୍ବାଧୀନ ଏନ୍‌ଡିଏର ଲୋକସଭାରେ ୩୩୧ ସଦସ୍ୟ ଥିବାବେଳେ ବିରୋଧୀ ଇଣ୍ଡିଆ ମେଣ୍ଟର ସଦସ୍ୟ ସଂଖ୍ୟା ୧୪୪। ତେବେ ଲୋକସଭାରେ ପାଖାପାଖି ୬୦ ଜଣ ସଦସ୍ୟ ଏନ୍‌ଡିଏ ଏବଂ କିମ୍ବା ଇଣ୍ଡିଆ ମେଣ୍ଟ କୌଣସିରେ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe