ଶରୀରର ଏହି ଜାଗାରେ କଳାଜାଇ ଅଛି କି ? ଜାଣନ୍ତୁ , ଆପଣ ପ୍ରେମରେ ମାହିର୍‌

Advertisment
ଶରୀରର ଏହି ଜାଗାରେ କଳାଜାଇ ଅଛି କି ? ଜାଣନ୍ତୁ , ଆପଣ ପ୍ରେମରେ ମାହିର୍‌

photo-speakingtree

ଅଧିକାଂଶ ଲୋକଙ୍କ ଶରୀରର କୌଣସି ଅଙ୍ଗରେ କଳାଜାଇ ଥାଏ।କାହାର ଓଠରେ କଳାଜାଇ ଥାଏ ତ ପୁଣି କାହାର ଆଖି ପତାରେ । କାହର ପାଦରେ କଳାଜାଇ ଦେଖିବାକୁ ମଳିବା ବେଳେ ଆଉ କେତେକଙ୍କର ଛାତିରେ କଳାଜାଇ ଥିବାର ଜଣାଯାଏ। ହେଲେ ଆସନ୍ତୁ ଜାଣିବା , କେଉଁ ଅଙ୍ଗରେ କଳାଜାଇ ଥିଲେ ତାହା ଆପଣଙ୍କର ଲଭ୍‌ ଲାଇଫ୍‌ ପାଇଁ ଭଲ।
ଯଦି ଆପଣଙ୍କ ମୁହଁରେ କଳାଜାଇ ଥାଏ,ତେବେ ଏଥିରୁ ଜଣାଯାଏ ଯେ ଆପଣ ପ୍ରେମ ବ୍ୟାପାରରେ ବେଶ୍‌ ସମ୍ବେଦନଶୀଳ। ଯେଉଁମାନଙ୍କ ମୁହଁରେ କଳାଜାଇ ଥାଏ,ତାହା ସେମାନଙ୍କର ମୁଖର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ। ଏଥିଲାଗି ଅନେକ ତାଙ୍କ ପ୍ରତି ଆକର୍ଷିତ ହୋଇଥା’ନ୍ତି।

publive-image photo- speakingtree

କାମସୂତ୍ର ଅନୁଯାୟୀ, କଳାଜାଇ ଥିବା ଲୋକ ଅଧିକ କାମାସକ୍ତ। ଯେଉଁମାନଙ୍କ ବୁଢ଼ା ଆଙ୍ଗୁଳି ତଳେ କଳାଜାଇ ଥାଏ,ସେମାନେ ଏକାଧିକ ପାର୍ଟନରଙ୍କ ସହିତ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ ବୋଲି କୁହାଯାଏ। ଯେଉଁ ବ୍ୟକ୍ତିମାନଙ୍କର ଓଠର ଠିକ୍‌ ଉପରେ କଳାଜାଇ ଥାଏ,ସେମାନଙ୍କୁ କାମନାର ଦେବତା ବା ଦେବୀ ବୋଲି କୁହାଯାଏ। ଯେଉଁମାନଙ୍କର ଡ଼ାହାଣ ଆଖି ପତା ଉପରେ କଳାଜାଇ ଥାଏ, ସେମାନେ ଭଲ ଶଯ୍ୟାସଙ୍ଗିନୀ ହୋଇଥାଆନ୍ତି। ଅପରପକ୍ଷରେ ଯଦି ବ୍ୟକ୍ତିଙ୍କର ଯୌନାଙ୍ଗରେ କଳାଜାଇ ଥାଏ,ସେମାନେ ଭଲ ଯୌନ ଜୀବନ ବିତାଇ ଥାଆନ୍ତି।

publive-image photo-speakingtree

ଯେଉଁମାନଙ୍କର ଜଂଘର ତଳ ପଟେ କଳାଜାଇ ଥାଏ,ସେମାନେ ପ୍ରେମ ଜୀବନରେ ଗୁରୁ ବୋଲି ଆଖ୍ୟା ପାଇଥା’ନ୍ତି।ସାବାଳକ ହେବାପରେ ଛାତିରେ ଯେଉଁମାନଙ୍କର କଳାଜାଇ ଥାଏ,ସେମାନେ ସହଜରେ କୌଣସି ବିଷୟରେ ନିଷ୍ପତ୍ତି ନେଇପାରନ୍ତି ନାହିଁ ବୋଲି କୁହାଯାଏ। କିନ୍ତୁ ଯେଉଁମାନଙ୍କର ସେଠାରେ ଲାଲ୍‌ ଜାଇ ଥାଏ,ସେମାନେ ଲୋକଙ୍କଠାରୁ ଭଲ ପାଇବା ସହଜରେ ପାଇ ଥାଆନ୍ତି ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe