ପରିବାର ସମେତ କରୋନାରୁ ମୁକ୍ତ ହେବା ପରେ ଅଭିଜ୍ଞାତା ବଖାଣିଲେ ମୁମ୍ବାଇ ଯୁବକ, କହିଲେ; ଭୟ କରିବାର କିଛି ନାହିଁ......

Advertisment
ପରିବାର ସମେତ କରୋନାରୁ ମୁକ୍ତ ହେବା ପରେ ଅଭିଜ୍ଞାତା ବଖାଣିଲେ ମୁମ୍ବାଇ ଯୁବକ, କହିଲେ; ଭୟ କରିବାର କିଛି ନାହିଁ......

New Indian Express

ମୁମ୍ବାଇ: ମୁମ୍ବାଇରେ ରହୁଥିବା ଜଣେ ଯୁବକ, ତାଙ୍କ ପତ୍ନୀ ଏବଂ ଛୋଟ ଝିଅ କରୋନାଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିଲେ | ବର୍ତ୍ତମାନ ଚିକିତ୍ସା ପରେ ପତ୍ନୀ, ସାନଝିଅ ଓ ସେ ନିଜେ ସୁସ୍ଥ ହୋଇଯାଇଥିବା ଜଣା ପଡିଛି | ୧୮ଦିନ ଲଢ଼ି ସେ କରୋନା କବଳରୁ ମୁକ୍ତି ପାଇବା ପରେ ଏହି ସମୟ ତାଙ୍କ ପାଇଁ କେତେ କଷ୍ଟଦାୟକ ଥିଲା ତାହା ସେ ଜଣାଇଛନ୍ତି | ସାକ୍ଷାତକାରରେ କରୋନା ମୁକ୍ତ ହୋଇଥିବା ଯୁବକ କହିଛନ୍ତି ଯେ, ଫେବୃଆରୀ ମଧ୍ୟଭାଗରେ ସେ ଆମେରିକା ଯାଇଥିଲେ। ମାର୍ଚ୍ଚ ୬ରେ ସେ ମୁମ୍ବାଇ ଫେରିବା ପରେ ତାଙ୍କର ବିମାନବନ୍ଦରରେ ସ୍କ୍ରିନିଂ କରାଯାଇଥିଲା, କିନ୍ତୁ ଏଥିରେ କୌଣସି ଲକ୍ଷଣ ଦେଖା ଯାଇ ନଥିଲା।

ସେ କହନ୍ତି, ‘ଏହାର କିଛି ଦିନ ପରେ ମାର୍ଚ୍ଚ ୮ରେ ମୋଠାରେ ଜ୍ୱରର ଲକ୍ଷଣ ଦେଖାଗଲା, କିନ୍ତୁ ଅଧିକ ଯାତ୍ରା କରିଥିବାରୁ ଏଭଳି ହେଉଥିବ ବୋଲି ମୁଁ ଭାବିଥିଲି। ଯାହା ପାଇଁ ମୁଁ କେବଳ ପାରାସିଟାମଲ ନେଇଥିଲି। ତଥାପି ଜ୍ୱର ନ କମିବାରୁ ପରଦିନ ହୋଲିରେ ମୁଁ ମୋର ସ୍ଥାନୀୟ ଡାକ୍ତରଙ୍କୁ ଦେଖାଇଥିଲି | ସେ ସାଧାରଣ ଜ୍ୱର ବୋଲି କହି ମୋତେ ଔଷଧ ଦେବା ପରେ ମୁଁ ସୁସ୍ଥ ଅନୁଭବ କରିଥିଲି |’

ପରଦିନ ଯେତେବେଳେ ମୁଁ ଅଫିସ ଗଲି, ସେଠାରେ ପରିବେଶ ଥଣ୍ଡା ଥିବାରୁ ଦୁଇ ଘଣ୍ଟା ମଧ୍ୟରେ ମୋ ଶରୀରର ତାପମାତ୍ରା ବଢିବା ସହ ଗଳା ଶୁଖିବା ଆରମ୍ଭ ହୋଇଥିଲା | ନିଶ୍ୱାସ ନେବାରେ ମଧ୍ୟ ମୋତେ ଅସୁବିଧା ଅନୁଭବ ହୋଇଥିଲା | ଏକ ଘଣ୍ଟା ମଧ୍ୟରେ ସମସ୍ତ ଲକ୍ଷଣ ଏକାସାଙ୍ଗରେ ଆରମ୍ଭ ହେଲା | ମୁଁ ସଙ୍ଗେ ସଙ୍ଗେ ଘରକୁ ଆସି ମୋର ଡ଼ାକ୍ତରଙ୍କ ସହିତ ପରାମର୍ଶ କଲି | ଜାଣିବା ପରେ ସମସ୍ତ ଲକ୍ଷଣ କରୋନାଭାଇରସକୁ ସୂଚାଉଛି ବୋଲି କହି ଡାକ୍ତର ତୁରନ୍ତ ନିଗମ କାର୍ଯ୍ୟାଳୟକୁ ସତର୍କ କରାଇଥିଲେ ଏବଂ ସେମାନେ ମୋତେ ଆମ୍ବୁଲାନ୍ସରେ କସ୍ତୁରବା ଡାକ୍ତରଖାନାକୁ ନେଇଥିଲେ।

Coronavirus Updates: India's case count rises to 315, confirms ... The Economic Times

ସେଠାରେ ପହଂଚିବା ପରେ ମୋର ଯାତ୍ରା ଇତିହାସ ଯାଞ୍ଚ କରାଯାଇଥିଲା ଏବଂ ସେମାନେ ମୋର ସ୍ୱାବ ନମୁନା ପରୀକ୍ଷା ପାଇଁ ନେଇଥିଲେ | ୨୪ଘଣ୍ଟା ପରେ ମୋର ରିପୋର୍ଟ ପଜିଟିଭ ଆସିବା ସହ ମୁଁ କରୋନା ଦ୍ୱାରା ଆକ୍ରାନ୍ତ ଥିବା ଜାଣିବାକୁ ପାଇଥିଲି | ଯେହେତୁ ମୋ ସହ ମୋର ପତ୍ନୀ ଓ ମୋର ଝିଅ ରହୁଥିଲେ, ସେମାନଙ୍କର ମଧ୍ୟ ସ୍ୱାବ ନମୁନା ପରୀକ୍ଷା କରାଯାଇଥିଲା, ୨୪ଘଣ୍ଟା ପରେ ସେମାନେ ମଧ୍ୟ କରୋନା ଆକ୍ରାନ୍ତ ବୋଲି ଜାଣି ମୁଁ ଭାଙ୍ଗି ପଡ଼ିଥିଲି | ଏହା ମୋ ଜୀବନର ସବୁଠାରୁ କଷ୍ଟକର ସମୟ ଥିଲା | ପରେ ସମସ୍ତଙ୍କୁ କସ୍ତୁରବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୀଡିତ ଆହୁରି ମଧ୍ୟ କହିଛନ୍ତି ଯେ, "ଭଲ କଥା ହେଲା ଯେ ମୁଁ ମୋ ପରିବାରକୁ ଦେଖି ପାରୁଥିଲି, ଯାହା ମୋତେ କରୋନା ସହ ଲଢ଼ିବାକୁ ସାହସ ଦେଇଥିଲା ।

ତେବେ ସବୁ କିଛି ଠିକ ଚାଲିଥିବା ବେଳେ ମାର୍ଚ୍ଚ ୧୯ରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା ଏବଂ ତାଙ୍କୁ ଭେଣ୍ଟିଲେଟର ସହାୟତା ଦିଆଯାଇଥିଲା। କସ୍ତୁରବା ହସ୍ପିଟାଲରୁ ତାଙ୍କୁ ଜସଲୋକ ହସ୍ଜପିଟାଲକୁ  ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ। ପରଦିନ ମାର୍ଚ୍ଚ ୨୦ରେ ତାଙ୍କୁ ଜସଲୋକକୁ ସ୍ଥାନାନ୍ତର କରାଯାଇଥିଲା | ଯାହା ପରେ ୬ଦିନ ପର୍ଯ୍ୟନ୍ତ ତାଙ୍କୁ ଜସଲୋକ ଡାକ୍ତରଖାନାରେ ଭେଣ୍ଟିଲେଟର ସହାୟତାରେ ରଖାଯାଇଥିଲା। ୧୮ଦିନର ଚିକିତ୍ସା ପରେ ମାର୍ଚ୍ଚ ୩୧ରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ତାଙ୍କ ପତ୍ନୀ ଗୋଟିଏ ଦିନ ପୂର୍ବରୁ ଡିସଚାର୍ଜ ହୋଇଥିବା ସହ ତାଙ୍କ ଝିଅ ଭର୍ତ୍ତି ହେବାର ଦଶ ଦିନ ମଧ୍ୟରେ ସୁସ୍ଥ ହୋଇ ଘରକୁ ଫେରିଥିଲେ ବୋଲି ଜଣା ପଡିଛି।" ସୁସ୍ଥ ହେବା ପରେ ସେ କରୋନାକୁ ନ ଡରି  ଏହାର ସାମ୍ନା କରିବାକୁ କହିଛନ୍ତି | ମନର ଡର ଶରୀର ପାଇଁ କ୍ଷତିକାରକ ହୋଇପାରେ ବୋଲି ସେ କହିଛନ୍ତି |

ସୂଚନା ମୁତାବକ, ଜସଲୋକ ହସ୍ପିଟାଲରେ ଚିକିତ୍ସା ଲାଗି ୧୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଡାକ୍ତରଖାନା ପ୍ରଶାସନ ତାଙ୍କୁ ୨.୫ଲକ୍ଷ ଟଙ୍କା ରିହାତି ପ୍ରଦାନ କରିଥିବା ବେଳେ ବାକି ତାଙ୍କ ବୀମା ଏବଂ କାର୍ଯ୍ୟାଳୟରୁ ପ୍ରଦାନ କରାଯାଇଥିବା ଜଣା ପଡିଛି। ଯୁବକଙ୍କ ଚିକିତ୍ସା କରୁଥିବା ଜସଲୋକ ହସ୍ପିଟାଲର ଡାକ୍ତର ଓମ ଶ୍ରୀବାସ୍ତବ କହିଛନ୍ତି, "ଯେତେବେଳେ ତାଙ୍କୁ ହସ୍ପିଟାଲ ଅଣା ଯାଇଥିଲା ସେ ଭେଣ୍ଟିଲେଟରରେ ଥିଲେ, ସେ ନିଶ୍ବାସ ନେବାକୁ ସକ୍ଷମ ନଥିଲେ। ଆମେ ତାଙ୍କୁ ଚିକିତ୍ସା କରିଥିଲୁ ଏବଂ ବର୍ତ୍ତମାନ ସେ ଘରକୁ ଫେରିଛନ୍ତି। ପ୍ରାରମ୍ଭରେ ପରିସ୍ଥିତି ଭୟଙ୍କର ଥିଲା | କିନ୍ତୁ ଧୀରେ ଧୀରେ ସେ ସୁସ୍ଥ ହୋଇଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe