କରୋନା ଆକ୍ରାନ୍ତ ହେଲେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ

Advertisment
କରୋନା ଆକ୍ରାନ୍ତ ହେଲେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ

Sambad English

ନବରଙ୍ଗପୁର: କରୋନା ଆକ୍ରାନ୍ତ ହେଲେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ। ତାଙ୍କ ସହ ତାଙ୍କ ପତ୍ନୀ ମଧ୍ୟ କରୋନା ଆକ୍ରାନ୍ତ ‌ହୋଇଥିବା ଜଣା ପଡ଼ିଛି। ଏ ନେଇ ବିଧାୟକ ସଦାଶିବ ପ୍ରଧାନୀ ନିଜ ଫେସବୁକ ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି। ନିଜ ପୋଷ୍ଟରେ, ମୋର ଏବଂ ସହଧର୍ମିଣୀଙ୍କର କରୋନା ପରୀକ୍ଷଣ ରିପୋର୍ଟ ପଜିଟିଭ ଆସିଛି। ଗତ ୩-୪ଦିନ ଭିତରେ ଯେଉଁମାନେ ଆମ ସଂସ୍ପର୍ଶରେ ଆସିଛନ୍ତି, ସେ ସମସ୍ତଙ୍କୁ ନିଜ ନିଜର କରୋନା ପରୀକ୍ଷା କରାଇନେବାକୁ ଅନୁରୋଧ। ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ବୋଲି ଲେଖିଛନ୍ତି ବିଧାୟକ ସଦାଶିବ ପ୍ରଧାନୀ।

ଏହାପୂର୍ବରୁ ଭୁବନେଶ୍ୱର (ଉତ୍ତର) ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର (କେନ୍ଦ୍ରୀୟ) ବିଧାୟକ ଅନନ୍ତ ନାରାୟଣ ଜେନା, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଚାନ୍ଦବାଲି ବିଧାୟକ ବ୍ୟେମକେଶ ରାୟ, ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ମନ୍ତ୍ରୀ ସୁଶାନ୍ତ ସିଂ ପ୍ରମୁଖ ଏହି ଭୂତାଣୁ ପାଇଁ ପଜିଟିଭ୍ ପରୀକ୍ଷା କରିଥିଲେ।

ସୂଚନା ମୁତାବକ, ଏପ୍ରିଲ ୧ରେ କରୋନାକୁ ଆଖି ଆଗରେ ରଖି ଏହାର ମୁକାବିଲା ପାଇଁ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ୨୫ ଲକ୍ଷ ଟଙ୍କା ବିଧାୟକ ପାଣ୍ଠିରୁ ପ୍ରଦାନ ପାଇଁ ଚିଠି ଲେଖି୍ଥିଲେ।

publive-image

ଏହି ଅର୍ଥ ମଧ୍ୟରୁ ୨୦୧୯-୨୦ ବିଧାୟକ ପାଣ୍ଠିରୁ ୧୫ ଲକ୍ଷ ଓ ୨୦୨୦-୨୧ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଭରଣା ହେବ ବୋଲି ଜଣା ପଡ଼ିଥିଲା। ଏଥି ପୂର୍ବରୁ ସେ ନିଜର ୩ ମାସର ଦରମା ୧ ଲକ୍ଷ ୫ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିଲେ। ବିଧାୟକ ସଦାଶିବ ପ୍ରଧାନୀ କରୋନା ଭଳି ଭୟଙ୍କର ଅଦୃଶ୍ୟ ଶକ୍ତିର ମୁକାବିଲା କରିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଥିବାରୁ ବିଧାୟକ ଶ୍ରୀ ପ୍ରଧାନୀଙ୍କୁ ବିଭିନ୍ନ ମହଲରେ କୃତଜ୍ଞତା ଜ୍ଞାପନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe