ଜାଣନ୍ତୁ ,କେଉଁ ଓଡ଼ିଆ ସିନେମାରେ କେଉଁ ନବାଗତ ନାୟକଙ୍କର ଏଣ୍ଟ୍ରି ହୋଇଛି ଏ ବର୍ଷ

Advertisment
ଜାଣନ୍ତୁ ,କେଉଁ ଓଡ଼ିଆ ସିନେମାରେ କେଉଁ ନବାଗତ ନାୟକଙ୍କର ଏଣ୍ଟ୍ରି ହୋଇଛି ଏ ବର୍ଷ

ଭୁବନେଶ୍ୱର:୨୦୧୭ରେ ମୋଟ୍‌ ୩୬ଟି ଓଡ଼ିଆ ସିନେମା ପ୍ରେକ୍ଷାଳୟକୁ ଆସିଛି । ବିଗତ ବର୍ଷ ଭଳି ଏ ବର୍ଷ ବି କେତେକ ନବାଗତ ନାୟକଙ୍କର ଏଣ୍ଟ୍ରି ହୋଇଛି ଓଲିଉଡରେ।୨୦୧୭ ଜାନୁଆରି ମାସରେ ରିଲିଜ୍‌ ହୋଇଥିବା ଚତୁର୍ଭୁଜ ଫିଲ୍ମସର ‘ ଗଡ୍‌ଫାଦର’ରେ ଜଣେ ନବାଗତଙ୍କୁ ଦେଖିବାକୁ ମିଳିଥିଲା । ସେ ହେଲେ ସୁଶ୍ରୂତ । ଠିକ୍‌ ସେହିପରି ଡି.କେ ମୁଭିଜ୍‌ର ‘ତୁ ମୋ’ ଲଭ ଷ୍ଟୋର’ରେ ଜଣେ ନୂଆ ନାୟକ ସ୍ୱରାଜଙ୍କର ଆର୍ବିଭାବ ଘଟିଛି। ସେ ଅବଶ୍ୟ ଶିଶୁ କଳାକାରଭାବେ ଓଲିଉଡରେ ବେଶ୍‌ ଲୋକପ୍ରିୟ। ଅସିତ ନାମକ ଜଣେ ନୂଆ ହିରୋଙ୍କୁ ଦର୍ଶକ ଭେଟିଥିଲେ ‘ଭୈରବ’ ସିନେମାରେ।

publive-image

ଶ୍ରୀଧର ମାର୍ଥାଙ୍କ କଥା ଦେଲି ମଥା ଛୁଇଁରେ ଆଉ ଜଣେ ନୂଆ ନାୟକ ଅମନ୍‌ ନଜର ଆସିଥିଲେ। ଅନ୍ୟପକ୍ଷରେ ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ‘ମିଠା ମିଠା’ରେ ନବାଗତ ରାଜେଶ ଥିଲେ ଅନ୍ୟତମ ନାୟକ । ଅବତାର ସିଂହଙ୍କ ନିର୍ଦ୍ଦେଶିତ ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’ରେ ନବାଗତ ରଣବୀର ବନିଥିଲେ ନାୟକ। ନବାଗତ ଉଦୟନଙ୍କୁ ବଦମାସ ଟୋକାରେ ନାୟକ ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ। ଠିକ୍‌ ସେହିପର ନୂଆ ନାୟକ ବିଦ୍ୱାନ ‘ଭକ୍ତ ଓ ଭଗବାନ’, ଶଶିକାନ୍ତ ‘ଏମିତି ବି ହୋଇପାରେ’ ଏବଂ ସନ୍ତୋଷ ନାୟକ ‘କଥା ନୁହେଁ ଏକଥା’ରେ ନଜର ଆସିଥିଲେ।

publive-image

ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ପ୍ରଯୋଜିତ ‘ତୋ’ ପ୍ରେମରେ ପଡ଼ିଲାପରେ’ରେ ନବାଗତ ଦେବରାଜଙ୍କୁ ଏବଂ ସତ୍ୟକାନ୍ତ ସାହୁଙ୍କ ଦି ଏଣ୍ଡ୍‌ ରେ ଅଶ୍ୱିନୀଙ୍କୁୁ ନାୟକ ଭୂମିକାରେ ଦେଖିବାକୁ ପାଇଥିଲେ ସିନେପ୍ରେମୀ।

,

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe