telegraph india
ଭୁବନେଶ୍ବର ଆସନ୍ତା ୨୦ ତାରିଖରେ ବିଧାନସଭା ବାଚସ୍ପତି ନିର୍ବାଚନ ହେବ। ଏଥିସହିତ ଏହା ପୂର୍ବରୁ ଜୁନ୍ ୧୮ ଏବଂ ୧୯ ତାରିଖରେ ଦୁଇ ଦିନ ଧରି ନୂଆ ବିଧାୟକ ଶପଥ ଗ୍ରହଣ କରିବେ। ପ୍ରୋ-ଟେମ୍ ସ୍ପିକର ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଥମେ ନୂଆ ବିଧାୟକଙ୍କ ଶପଥ ପାଠ କରାଇବେ। ଏହାପରେ ଜୁନ୍ ୨୦ ତାରିଖରେ ନୂଆ ବାଚସ୍ପତି ଚୟନ ପାଇଁ ନିର୍ବାଚନ ହେବ ବୋଲି ସୂଚନା ମିଳିଛି।
ତେବେ ରାଜ୍ୟରେ ବିଜେପି ସରକାର ଗଠନ କରିସାରିଛି। ବିଧାନସଭାରେ ମଧ୍ୟ ସଂଖ୍ୟାଗରିଷ୍ଠତା ଥିବାରୁ ବିଜେପିର ନେତା ହିଁ ବାଚସ୍ପତି ହେବା ଏକପ୍ରକାର ଧାର୍ଯ୍ୟ। ଅନ୍ୟପଟେ ରଣପୁର ବିଧାୟିକା ସୁରମା ପାଢୀ ବାଚସ୍ପତି ହେବେ ବୋଲି ପୂର୍ବରୁ ଘୋଷଣା ହେଇସାରିଛି। ହେଲେ ବିଧି ମୁତାବକ, ଜୁନ୍ ୨୦ ତାରିଖରେ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ ବୋଲି ଜଣାପଡ଼ିଛି ।
Follow Us