ଫିଲ୍ମ 'ଦୃଶ୍ୟମ୍'ର ନିର୍ଦ୍ଦେଶକ ନିଶିକାନ୍ତ କାମାତଙ୍କ ପରଲୋକ ହେବା ଖବର ମିଛ, ଟୁଇଟ୍ କରି ସ୍ପଷ୍ଟ କଲେ ରିତେଶ ଦେଶମୁଖ

ଫିଲ୍ମ 'ଦୃଶ୍ୟମ୍'ର ନିର୍ଦ୍ଦେଶକ ନିଶିକାନ୍ତ କାମାତଙ୍କ ପରଲୋକ ହେବା ଖବର ମିଛ, ଟୁଇଟ୍ କରି ସ୍ପଷ୍ଟ କଲେ ରିତେଶ ଦେଶମୁଖ

The Indian Express

ମୁମ୍ବାଇ: ୨୦୨୦ରେ ବଲିଉଡର ଅନେକ କଳାକାରଙ୍କର ପରଲୋକ ହୋଇଛି। କିଛି କଳାକାର ଆତ୍ମହତ୍ୟା ଭଳି ପଦ‌କ୍ଷେପ ନେଇଥିବା ବେଳେ କିଛି କଳାକାର ଗମ୍ଭୀର ଶାରୀରିକ ସମସ୍ୟା ପାଇଁ ସମୟ ପୂର୍ବରୁ ଏ ଦୁନିଆ ଛାଡ଼ି ଚାଲି ଯାଇଛନ୍ତି। ତେବେ ଏ ସବୁ ମଧ୍ୟରେ କିଛି ମିଛ ଖବର ମଧ୍ୟ ପ୍ରଶଂସକଙ୍କ ଚିନ୍ତା ବଢ଼ାଇ ଦେଉଛି। କିଛି ଦିନ ତଳେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ହୋଇଯାଇଥିବା ନେଇ ମିଛ ଖବର ଚାରିଆଡ଼େ ଘୁରି ବୁଲିଥିଲା, ଯାହା ଗୁଜବ ବୋଲି ତାଙ୍କ ପୁଅ ଅଭିଜିତ୍ ସ୍ପଷ୍ଟ କରିଥିଲେ।

ଏବେ ବଲିଉଡ ଫିଲ୍ମ 'ଦୃଶ୍ୟମ୍', 'ଫୋର୍ସ' ଏବଂ 'ମଦାରୀ' ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ନିର୍ଦ୍ଦେଶକ ନିଶିକାନ୍ତ କାମାତଙ୍କ ପରଲୋକ ହୋଇଯାଇଥିବା ନେଇ ମିଥ୍ୟ ଖବର ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଲିଭର ସିରୋସିସ୍ ସମସ୍ୟା ପାଇଁ ହାଇଦ୍ରାବାଦରେ ତାଙ୍କର ଚିକିତ୍ସା ଚାଲିଥିଲା ଏବଂ  ସେ ମାତ୍ର ୫୦ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି ବୋଲି ଚର୍ଚ୍ଚା ହୋଇଥିଲା। କିନ୍ତୁ ଏବେ ବଲିଉଡ ଅଭିନେତା ରିତେଶ ଦେଶମୁଖ ଖବରଟି ମିଛ ବୋଲି ଟୁଇଟ୍ କରି ସ୍ପଷ୍ଟ କରିଛନ୍ତି। ନିଶିକାନ୍ତ ବର୍ତ୍ତମାନ ଭେଣ୍ଟିଲେଟର ସହାୟତାରେ ଅଛନ୍ତି ଏବଂ ଜୀବିତ ଅଛନ୍ତି ବୋଲି ଲେଖିଛନ୍ତି ରିତେଶ।

ସୂଚନା ମୁତାବକ, ନିଶିକାନ୍ତ ୨୦୦୫ରେ ମରାଠୀ ଚଳଚ୍ଚିତ୍ର 'ଡୋମ୍ବିଭାଲି ଫାଷ୍ଟ'ରୁ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରଟି ମରାଠୀ ସିନେମାରେ ବର୍ଷର ସବୁଠାରୁ ବଡ ହିଟ୍ ହୋଇପାରିଥିଲା ଏବଂ ୨୦୦୬ରେ ମରାଠୀରେ ଶ୍ରେଷ୍ଠ ଫିଚର ଫିଲ୍ମ ପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା।

publive-image

୨୦୧୫ରେ ଅଜୟ ଦେବଗନ୍ ଏବଂ ତବୁଙ୍କ ଅଭିନୀତ ମାଲାୟାଲମ୍ ହିଟ୍ ଫିଲ୍ମ 'ଦୃଶ୍ୟମ'ର ହିନ୍ଦୀ ରିମେକର ନିର୍ଦ୍ଦେଶନା ଦେଇଥିବାବେଳେ ଫିଲ୍ମ ନିର୍ମାତା ଜାତୀୟ ସ୍ତରରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ। ସେ ଫୋର୍ସ, ରକି ହ୍ୟାଣ୍ଡସମ ଏବଂ ମାଦାରି ଭଳି ଫିଲ୍ମର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ। ନିର୍ଦ୍ଦେଶକ ନିଶିକାନ୍ତ 'ରକି ହ୍ୟାଣ୍ଡସମ', 'ଜୁଲି ୨' ଏବଂ 'ଭାବେଶ ଯୋଶୀ'ରେ ଜଣେ ଅଭିନେତା ଭାବ ମଧ୍ୟ ଅଭିନୟ କରିଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe