ଭଦ୍ରକ ଓକିଲ ସଂଘର ନିର୍ବାଚନ ପ୍ରକ୍ରିୟା ଆରମ୍ଭ, ୨୪ରୁ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ

Advertisment
କଳାହାଣ୍ଡି ଓକିଲ ସଂଘ ନିର୍ବାଚନ : ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ସବୁ ପ୍ରାର୍ଥୀ, ଡିସେମ୍ବର ୧୨ରେ ଆନୁଷ୍ଠାନିକ ଘୋଷଣା

Photo: Dailyhunt

ଭଦ୍ରକ: ଓକିଲ ସଂଘର ନିର୍ବାଚନ ପ୍ରକ୍ରିୟା ଭଦ୍ରକରେ ଆରମ୍ଭ ହୋଇଛି। ଏ ସଂପର୍କରେ ନିର୍ବାଚନ ଅଧିକାରୀ ସନ୍ତୋଷ କୁମାର ନାୟକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଆଜି ଠାରୁ ୨୩ ତାରିଖ ଯାଏ ନାମାଙ୍କନ ପତ୍ର ଯୋଗାଇ ଦିଆଯିବ। ୨୪ ଓ ୨୫ ତାରିଖ ଦିନ ନାମାଙ୍କନ ପତ୍ର ଦାଖଲ କରାଯିବ। ୨୬ ତାରିଖ ନାମାଙ୍କନ ପତ୍ର ଯାଞ୍ଚ ହେବ। ୨୭ ତାରିଖ ଆବେଦନ କରିଥିବା ପ୍ରାର୍ଥିମାନଙ୍କ ତାଲିକା ପ୍ରକାଶନ ପରେ ୨୮ ତାରିଖରେ ପ୍ରତ୍ୟାହାର ଓ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶନ ହେବ। ଆବଶ୍ୟକ ହେଲେ ଡିସେମ୍ବର ୧୨ ତାରିଖ ସକାଳ ୮ଟାରୁ ଅପରାହ୍ନ ୪ଟା ଯାଏ ନିର୍ବାଚନ ଓ ସେହି ଦିନ ୫ଟାରେ ଫଳ ପ୍ରକାଶନ କରାଯିବ।

ନିର୍ବାଚନ ପରିଚାଳନା ପାଇଁ ସହକାରୀ ନିର୍ବାଚନ ଅଧିକାରୀ ଭାବେ ହରିହର ଧଳ, ସରୋଜ ତପନ ଦାସ, ଲଲାଟେନ୍ଦୁ ଦୀକ୍ଷିତ, ଦୀପକ କୁମାର ସାହୁ, ଅଜୟ ମହାନ୍ତି, ଅଞ୍ଜୁବାଳା ରାଉତ, ଚିତ୍ତରଂଜନ ନାଥଙ୍କୁ ନଯୁକ୍ତି ଦିଆଯାଇଛି।

ପ୍ରକାଶ ଥାଉକି ଭାରତୀୟ ବାର କାଉନସିଲ ନିଷ୍ପତ୍ତି ନେଇଥିଲେ ଦେଶବ୍ୟାପୀ ସମସ୍ତ ବାର ଆସୋସିଏସନ ମାର୍ଚ୍ଚ ୩୦ ତାରିଖରେ ବର୍ଷକ ପାଇଁ ଗୋଟିଏ ଦିନରେ ନିର୍ବାଚନ ହେବ। ମାତ୍ର ଏ ବର୍ଷ କରୋନା ମହାମାରୀ ପାଇଁ ନିର୍ବାଚନ ହୋଇ ପାରି ନଥିବାରୁ ସମସ୍ତ ଓକିଲ ସଂଘ ମଧ୍ୟବର୍ତ୍ତିକାଳୀନ କମିଟି ଦ୍ଵାରା ପରିଚାଳିତ ହୋଇ ଆସୁଛି। ମାତ୍ର ମାନ୍ୟବାର ଉଚ୍ଚ ନ୍ୟାୟାଳୟ ଇତି ମଧ୍ୟରେ ସମସ୍ତ ବାର ଆସୋସିଏସନର ନିର୍ବାଚନ ଡିସରମ୍ବର ୧୫ ତାରିଖ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚିତ ହେବାକୁ ଯାଉଥିବା କର୍ମକର୍ତ୍ତାମାନଙ୍କ କାର୍ଯ୍ୟକାଳ ଅସନ୍ତା ୩୦ ମାର୍ଚ୍ଚରେ ସମାପ୍ତି ହେବ ଓ ନୂଆ କର୍ମକର୍ତ୍ତା ନିର୍ବାଚିତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe