ଅନ୍ତର୍ଜାତୀୟ ‘ଗ୍ଲୋବାଲ୍ ମିଷ୍ଟର୍ ଏଣ୍ଡ ମିସେସ୍ ଇଣ୍ଡିଆ ଏସିଆ’ରେ ଟପ୍ -୨୦ ଭିତରେ ଓଡ଼ିଆ ଯୁବକ ଜଗତଜୀବନ

Advertisment
ଅନ୍ତର୍ଜାତୀୟ ‘ଗ୍ଲୋବାଲ୍ ମିଷ୍ଟର୍ ଏଣ୍ଡ ମିସେସ୍ ଇଣ୍ଡିଆ ଏସିଆ’ରେ ଟପ୍ -୨୦ ଭିତରେ ଓଡ଼ିଆ ଯୁବକ ଜଗତଜୀବନ

ଚାନ୍ଦବାଲି: ମହାରାଷ୍ଟ୍ରର ପୁନେଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ‘ଗ୍ଲୋବାଲ୍ ମିଷ୍ଟର୍ ଏଣ୍ଡ ମିସେସ୍ ଇଣ୍ଡିଆ ଏସିଆ’ରେ ଟପ୍ ୨୦ଜଣଙ୍କ ଭିତରେ ଜଣେ ଓଡ଼ିଆ ସ୍ଥାନ ପାଇଥିବା ଜଣାଯାଇଛି। ସେ ହେଲେ  କେନ୍ଦ୍ରାପ଼ଡ଼ା ଜିଲ୍ଲାର ରାଜନଗର ବ୍ଲକ୍ ଅନ୍ତର୍ଗତ ବାଳିକଣା ଗାଁର ଜଗତଜୀବନ ସାହୁ।

‘ଗ୍ଲୋବାଲ୍ ମିଷ୍ଟର ଏଣ୍ଡ ମିସେସ୍ ଇଣ୍ଡିଆ’ର  ଗ୍ରାଣ୍ଡ ଫାଇନାଲ୍ ଅଡିସନ୍ ଦିଲ୍ଲୀର ଗିଲଟିଜ୍ ହୋଟେଲରେ ଅନୁଷ୍ଠିତ ହୋଇଥିଲା। ଏହି ଅଡିସନରେ ପ୍ରତ୍ୟେକ ରାଜ୍ୟରୁ ମନୋନୀତ ମୋଟ ୨୨୦ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।ଏଥିରେ ଓଡ଼ିଶାର ୬ ଜଣ ପୁଅ ଏବଂ ୪ଜଣ ଝିଅ ଫାଇନାଲ୍ ରାଉଣ୍ଡକୁ ପ୍ରବେଶ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଏଥିରେ ଡ୍ୟାନ୍ସ, ଫଟୋ ସୁଟିଂ,ରାମ୍ପ ଓ୍ୱାକ୍ ଆଦିରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହି ସୋ’ରେ ମୁଖ୍ୟ ବିଚାରପତି ଭାବରେ ବଲିଉଡ୍ କଳାକାର କୈନାତ୍ ଅରୋରା ଯୋଗ ଦେଇଥିବା ବେଳେ ଅନ୍ୟ ବିଚାରପତି ଭାବରେ ବିପିନ୍ ଅଗ୍ରଓ୍ୱାଲ୍ ଓ ରୋହିତ୍ ଖତ୍ଓ୍ୱାଲ ,ବଲିଉଡ ଫେସନ୍ ଡିଜାଇନର, ଅଲ୍ଲୀ ଶର୍ମା,  ସୋହେଲ ଗୋଏଲ ,ଅଙ୍କିତ୍ ନାଗପାଲ ଓ ଲିଜା ବର୍ମା ପ୍ରମୁଖ ପ୍ରତିଯୋଗୀମାନଙ୍କର ପ୍ରତିଭା ମୂଲ୍ୟାଙ୍କନ କରିଥିଲେ।

publive-image

 ଟପ୍ -୨୦ ରେ ମନୋନୀତ ହୋଇଥିବା ଓଡ଼ିଶାର ଜଗତ ଜୀବନଙ୍କ ନାମ ଘୋଷଣା କରାଯାଇ ତାଙ୍କୁ  ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।ଜଗତଜୀବନ ମହାରାଷ୍ଟ୍ରର ପୁନେରେ ଲୁମେକ୍ସ ଆନସିଲାରି କ୍ୱାଲିଟି ଇିଞ୍ଜିନିୟରିଂଗ୍ ପଢ଼ୁଥିବା ବେଳେ ତାଙ୍କ ବାପା ଜଣେ ବ୍ୟବସାୟୀ। ଜଗତଜୀବନଙ୍କର ପିଲାବେଳୁ  ଡ୍ୟାନ୍ସ ପ୍ରତି ପ୍ରବଳ ଆଗ୍ରହ ଥିବା ବେଳେ ସେ ଜଣେ ପ୍ରତିଷ୍ଠିତ କଳାକାର ହେବାକୁ ଇଚ୍ଛା ରଖିଛନ୍ତି। ତାଙ୍କ ବାପା ଫକିର ଚରଣ ସାହୁ , ମା’ ପଦ୍ମାବତୀ ସାହୁ ଓ ଦାଦା ବିଚିତ୍ର ସାହୁଙ୍କ ପ୍ରରଣା ତାଙ୍କ ଆଗକୁ ବଢ଼ିବାର ସୁଯୋଗ ଦେଇଥିବା କହିଛନ୍ତି ଜଗତଜୀବନ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe