ପୁରୁଣା ରେକର୍ଡ ସଂଗ୍ରହ କରି ୪୦୦୦ରୁ ଊର୍ଧ୍ୱ ପୁରୁଣା ଓଡ଼ିଆ ଗୀତର ପୁନରୁଦ୍ଧାର କରି ସାରିଲେଣି ଓଡ଼ିଶାର ଏହି ସରକାରୀ ଅଧିକାରୀ

ପୁରୁଣା ରେକର୍ଡ ସଂଗ୍ରହ କରି ୪୦୦୦ରୁ ଊର୍ଧ୍ୱ ପୁରୁଣା ଓଡ଼ିଆ ଗୀତର ପୁନରୁଦ୍ଧାର କରି ସାରିଲେଣି ଓଡ଼ିଶାର ଏହି ସରକାରୀ ଅଧିକାରୀ

ଭୁବନେଶ୍ୱର: ଏମିତି ଅନେକ ଗୀତ ଆମ ସ୍ମରଣରେ ଅଛି କିନ୍ତୁ ତାହାର କୌଣସି ରେକର୍ଡ ନାହିଁ। ଫଳରେ ବହୁମୂଲ୍ୟ ଗୀତଗୁଡ଼ିକ ଧୀରେ ଧୀରେ ସମାଜରୁ ହଜିଯାଉଛି। ଏମିତି ଏକ ଦୁଃଖଦାୟକ କଥାକୁ ଜଣେ ସଂଗୀତ ପ୍ରେମୀ କିପରି ବା ଗ୍ରହଣ କରନ୍ତେ! ତାହାର ସମାଧାନର ବାଟ କାଢ଼ି ଚର୍ଚ୍ଚା ପାଲଟିଛନ୍ତି ଓଡ଼ିଶାର ଜଣେ ସରକାରୀ ଅଧିକାରୀ।

ଓଡ଼ିଶାର ସରକାରୀ ଅଧିକାରୀ ବେଦବନ୍ଧୁ ମିଶ୍ର ଜଣେ ସଂଗୀତ ପ୍ରେମୀ। ପିଲାଦିନରୁ ସଂଗୀତକୁ ଭଲପାଇ ଆସୁଥିବା ବେଦବନ୍ଧୁ ବୟସ ବଢ଼ିବା କ୍ରମେ ପୂରାପୂରି ସଂଗୀତ ପ୍ରେମରେ ପଡ଼ିଗଲେ। ସେ ୨୦୦୯ ମସିହାରେ ୧୯୫୦ ମସିହାର ଏକ ଓଡ଼ିଆ ଗୀତକୁ ମନେ ପକାଇ ଗୁଣୁଗୁଣାଇଲେ। ଯାହାକୁ ସେ ମନେ ରଖିଥିଲେ ସତ, ମାତ୍ର ତାଙ୍କ ନିକଟରେ ସେ ଗୀତର କୌଣସି ରେକର୍ଡ ନଥିଲା। ଗୀତଟିକୁ ଶୁଣିବା ପାଇଁ ସେ ପାଗଳ ପ୍ରାୟ ହୋଇପଡ଼ିଲେ ବି ସେ ଗୀତଟିକୁ ପାଇପାରିଲେ ନାହିଁ।

ଏହି ଘଟଣା ବେଦବନ୍ଧୁଙ୍କୁ କିଛି ନୂଆ କରିବାର ବାଟ ଦେଖାଇଲ। ହଜି ଯାଉଥିବା ଓଡ଼ିଆ ଗୀତଗୁଡ଼ିକୁ ଚିର ସ୍ମରଣୀୟ କରିବାକୁ ପନ୍ଥା ଖୋଜିଲେ ବେଦବନ୍ଧୁ। ସେ ତାଙ୍କର ବନ୍ଧୁ ଓ ସଂପର୍କୀୟଙ୍କଠାରୁ ବୁଲି ବୁଲି ଆଗକାଳର ଭିନାଇଲ୍‌ ରେକର୍ଡ, ସେଲାକ୍‌ ଡିସ୍କ ସଂଗ୍ରହ କରିବାରୁ ଲାଗିଲେ। ତାହାକୁ ସଂଗ୍ରହ କରି ସେଥିରେ ଥିବା ପୁରୁଣା ଗୀତଗୁଡ଼ିକୁ ସେ ନୂତନ କୌଶଳରେ ପୁନଶ୍ଚ ରେକର୍ଡ କରି ଚିରସ୍ଥାୟୀ କରିବା ଉଦେଶ୍ୟରେ ୟୁଟ୍ୟୁବରେ ଷ୍ଟୋର୍‌ କରି ଚାଲିଲେ।

publive-image www.thebetterindia.com

ଏବେ ସୁଦ୍ଧା ଦେବବନ୍ଧୁ ୪୦୦୦ରୁ ଊର୍ଧ୍ୱ ଭିନାଇଲ୍‌ ରେକର୍ଡ ଓ ୫୦୦ ସେଲାକ୍‌ ଡିସ୍କରୁ ପୁୁରୁଣା ଗୀତକୁ ଉଦ୍ଧାର କରି ସାରିଲେଣି। ସେ ବନ୍ଧୁ ଓ ସଂପର୍କୀୟଙ୍କଠାରୁ ଭିନାଇଲ୍‌ ରେକର୍ଡ, ସେଲାକ୍‌ ଡିସ୍କ ସଂଗ୍ରହ କରି ତାହାକୁ ରେକର୍ଡ କରିବା ପରେ ପୁଣି ଫେରାଇ ଦେଇଥାନ୍ତି।

ବିଶେଷ କରି ଉନବିଂଶ ଶତାବ୍ଦୀର  ଅଧିକାଂଶ ଅପାଶୋର  ଗୀତକୁ ସେ ଉଦ୍ଧାର କରିଛନ୍ତି। ପିଲାଦିନରୁ ସଂଗୀତକୁ ଭଲପାଉଥିବା ବେଦବନ୍ଧୁଙ୍କର ଏବେ ବହୁମୂଲ୍ୟ ସଂଗୀତର  ସଂଗ୍ରହ ପ୍ରମୁଖ ଲକ୍ଷ୍ୟ ପାଲଟିଯାଇଛି। ତାଙ୍କ ଦ୍ବାରା ସଂରକ୍ଷିତ ଅଧିକାଂଶ ଗୀତ ୧୦୦ ବର୍ଷ ତଳର ଥିବା ବେଳେ ଅଳ୍ପ କିଛି ବର୍ଷ ତଳର କିଛି ଗୀତକୁ ମଧ୍ୟ ସେ ଉଦ୍ଧାର କରିଛନ୍ତି।

ସେ ଯେଉଁ ୟୁଟ୍ୟୁବ ଚ୍ୟାନେଲ୍‌ରେ ଏହି ଗୀତଗୁଡ଼ିକ ଅପ୍‌ଲୋଡ କରୁଛନ୍ତି ସେହି ଚ୍ୟାନେଲ୍‌ର ନାଁ ‘ଓଡ଼ିଆ ମେଲୋଡି’ ଦେଇଛନ୍ତି। ଏହି ଚ୍ୟାନେଲ୍‌ର ଏବେ ୫୯ ହଜାର ସବ୍‌ସ୍କ୍ରାଇବର୍‌।  ୧୦୦୦ରୁ ଅଧିକ  ପୁରୁଣା ଗୀତର ଭିଡିଓ ପ୍ରସ୍ତୁତ କରି ସେ ଏଥିରେ ଅପ୍‌ଲୋଡ୍‌ କରିଛନ୍ତି।

(ସୌଜନ୍ୟ: ବେଟର ଇଣ୍ଡିଆ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe