ଭୁବନେଶ୍ୱର: ପିସିସି କମିଟି ଭଙ୍ଗାଯିବା ପରେ ଓଡ଼ିଶା କଂଗ୍ରେସ ଅଚଳ ହୋଇପଡିଛି। ତୁରନ୍ତ ପିସିସି ସଭାପତି ନିଯୁକ୍ତି କରିବାକୁ ପ୍ରସ୍ତାବ ଦେଇ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କୁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଚିଠି ଲେଖିଛନ୍ତି।
କଂଗ୍ରେସ ଭବନରେ ତାଲା ପଡିଛି। ଦଳରେ ଅଚଳବସ୍ଥା ଲାଗି ରହିଛି । ଯିଏ ଦଳକୁ ଆଗକୁ ନେବେ, ତାଙ୍କୁ ତୁରନ୍ତ ପିସିସି ସଭାପତି ଭାବେ ନିଯୁକ୍ତି କରିବାକୁ ଚିଠିରେ ଜୟଦେବ ଅନୁରୋଧ କରିଛନ୍ତି । କଂଗ୍ରେସ ନେତାଙ୍କୁ ଏକଜୁଟ କରିବାକୁ ମଧ୍ଯ ସେ ଚିଠିରେ ପ୍ରସ୍ତାବ ଦେଇଛନ୍ତି।
ସେପଟେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମତ କହିଛନ୍ତି, ହାଇକମାଣ୍ଡ ଯୋଗ୍ୟ ବ୍ୟକ୍ତିଙ୍କୁ ପିସିସି ସଭାପତି ଦାୟିତ୍ଵ ଦେବେ। ଯିଏ ଦଳକୁ ସୁସଙ୍ଗଠିତ କରି ପାରିବେ ତାଙ୍କୁ ଦାୟିତ୍ବ ଦେବା ନେଇ ହାଇକମାଣ୍ଡ ବିଚାରବିମର୍ଶ କରୁଛନ୍ତି ବୋଲି କାଡାମ୍ କହିଛନ୍ତି।
Follow Us